ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ସ୍ଥିତ ହବାକ ଉଚ୍ଚବିଦ୍ୟାଳୟ ଠାରେ ରବିବାର ଦିନ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ଼ ପ୍ରତିଯୋଗିତା ପରୀକ୍ଷା ଅନୁଷ୍ଠିତ ହୋଇଥିଲା I ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ 130ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ I ହବାକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଦିନ 11ଟା ଠାରୁ 12ପର୍ଯ୍ୟନ୍ତ ପରୀକ୍ଷା ହୋଇ ଥିବାବେଳେ ପରିଚାଳନା ଦାୟିତ୍ୱରେ ଥିଲେ ସୁମିତାରାଣୀ ଯୋଶୀରା, ଗୀତାଞ୍ଜଳି ପ୍ରଧାନ, ସୁବାଷ ଚନ୍ଦ୍ର କହଁର, ସଞ୍ଜୟ କୁମାର ପରିଡ଼ା, ଧର୍ମାଲୁ ପୂର୍ଣଚନ୍ଦ୍ର ପ୍ରମୁଖ ଇ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଶ୍ରୀହରି ପ୍ରଧାନ (8ମ ଶ୍ରେଣୀ ଛାତ୍ର ୟୁ.ପି ସ୍କୁଲ ଗ୍ରେସିଙ୍ଗିଆ), ଦ୍ଵିତୀୟ ସୋନୁ ଶେଖର ପାତ୍ର (10ମ ଶ୍ରେଣୀ ଛାତ୍ର, ହବାକ ଉଚ୍ଚ ବିଦ୍ୟାଳୟ), ତୃତୀୟ ଆୟୁଷ୍ମାନ ମିଶ୍ର (10ମ ଶ୍ରେଣୀ ଛାତ୍ର, ହବାକ ଉଚ୍ଚ ବିଦ୍ୟାଳୟ)ଇ ଆସନ୍ତା 14 ତାରିଖରେ ଶକ୍ତିସଂରକ୍ଷକୁ ନେଇ ଏକ ସଚେତନ ମୂଳକ ଶୋଭାଯାତ୍ରା ହବାକ ଉଚ୍ଚ ବିଦ୍ୟାଳୟରୁ ବାହାରି ସହର ପରିକ୍ରମା କରିବ ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି I କୁଇଜ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ପୁରସ୍କାର ସ୍ୱରୂପ ପ୍ରଥମକୁ 1000, ଦ୍ୱତୀୟକୁ 800, ତୃତୀୟକୁ 600ଟଙ୍କା ପୁରସ୍କାର ରାଶି ପ୍ରଦାନ କରା ଯାଇଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି I