ହେଡଲାଇନସ୍:

ଭୈରବୀ ଡିଗ୍ରୀ କଲେଜ୍ ପକ୍ଷରୁ " ମହିଳା ହିଂସା ବିରୋଧି ସଚେତନତା " ରଥ କୁ ସ୍ଵାଗତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା/ପ୍ରତାପ ମେହେର : ହରଭଙ୍ଗା ବ୍ଲକ୍ ପୁରୁଣାକଟକ ର ଭୈରବୀ ଡିଗ୍ରୀ କଲେଜ୍ ପକ୍ଷରୁ ଲୋକ କଳା ବିକାଶ କେନ୍ଦ୍ର ଆୟାଜନ ରେ ଚାଲିଥିବା  " ମହିଳା ହିଂସା ବିରୋଧି ସଚେତନତା " ରଥ କୁ ସ୍ଵାଗତ କରାଯାଇଛି । କଲେଜ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଳିତ ମେହେର , ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ମହାପାତ୍ର , ଡ଼ଃ ପୂର୍ଣେନ୍ଦୁ ତ୍ରିପାଠୀ , ରଞ୍ଜିତ କୁମାର ସାମଲ , ସୁରେଶ୍ଵର ଯୋଶୀ , ଶ୍ରୀମତୀ ସୁଷମା ରାଣୀ ବହିଦାର , ନିହାର ରଞ୍ଜନ ମିଶ୍ର ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ମହିଳା ହିଂସା ବିରୋଧି ସ୍ଲୋଗାନ ଦେଇ ଛାତ୍ରଛାତ୍ରୀ ମାନେ ଏକ ପଦଯାତ୍ରା କରିଥିଲେ । ଶେଷରେ କଲେଜ୍ କର୍ତ୍ତୃପକ୍ଷ ସମେତ ସମସ୍ତ ଛାତ୍ର ଛାତ୍ରୀ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ । "ଆଜିଠୁ ଆମର ଏହି ଶପଥ ମହିଳା ହିଂସା ର କରିବୁ ଅନ୍ତ " କହି ଦସ୍ତଖତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ବ୍ଲକ୍ ସଂଯୋଜକ ନିକୁଞ୍ଜ ବିଶୋଇ , କାର୍ଯ୍ୟକାରୀ ସହଯୋଗୀ ବିଞ୍ଜମିନ ନାୟକ , କାର୍ଯ୍ୟକ୍ରମ ସଂଯୋଜକ ପ୍ରତାପ ମେହେର ଓ ସୁପ୍ରିୟା ଦେହୁରୀ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ ।

0
0
0
s2sdefault