
ବିଜେପୁରରେ ପୋଲିସ ଶାସକ ବିଜେଡିର କର୍ମୀ ଭାବେ କାର୍ଯ୍ୟ କରୁଛି: ବିଜେପି
ବିଜେପୁର ଉପନିର୍ବାଚନରେ ପୋଲିସ୍ ନିଜର ନିରପେକ୍ଷ ସାମ୍ବିଧାନିକ ଦାୟିତ୍ୱ ଭୁଲି ବିଜେଡିର କର୍ମୀ ଭଳି କାମ କରୁଛନ୍ତି
ମୁଖ୍ୟମନ୍ତ୍ରୀଙ୍କ ସଭାରେ ଚପଲ ମାଡ ମାମଲାରେ ଏସଡିପିଓ ସୁରେଶ ନାୟକ ବିନା ତଦନ୍ତରେ ବିଜେପି ଓ ବିଜେପିର ପ୍ରାର୍ଥୀଙ୍କ ନାଁ ନେଇଥିବା ବେଳେ ସ୍ଥାନୀୟ ଆଇଆଇସି ସମ୍ପୃକ୍ତ ଯୁବକ ଜଣେ ଅଧା ପାଗଳ ଓ ତାଙ୍କର ରାଜନୈତିକ ସମ୍ପର୍କ ନଥିବା କହିଛନ୍ତି । ଜଣେ ଏସଡିପିଓ ବିଜେଡି ଇଙ୍ଗିତରେ ମନ୍ତବ୍ୟ ଦେବା ନିଜ ପଦର ଅପବ୍ୟବହାର ।
ବିଜେପୁରରେ ୪୦ ଲକ୍ଷ ଟଙ୍କା ଜବତ ନେଇ ସ୍ଥାନୀୟ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଟଙ୍କାର ଉପôତି ଓ ଗନ୍ତବ୍ୟ ସ୍ଥଳ ସମ୍ବନ୍ଧରେ ବିନା ତଦନ୍ତରେ ଏହି ଟଙ୍କା ବିଜେପିର ନିର୍ବାଚନ ପ୍ରଚାରରେ ଲାଗିବା ପାଇଁ ଦେଇଥିବା ମନ୍ତବ୍ୟ ଆଇନ୍ ବିରୋଧୀ
ସ୍ଥାନୀୟ ବରିଷ୍ଠ ନେତା ତଥା ସମାଜରେ ଜଣେ ସମ୍ମାନନୀୟ ବ୍ୟକ୍ତି ଶିରିଷ ବହିଦାରଙ୍କ ଘରେ ବିନା ସର୍ଚ ୱାରେଂଟରେ ପୋଲିସ ଖାନତଲାସ କରି ଖାଲି ହାତରେ ଫେରିଛି
ବିନା ସର୍ଚ୍ଚ ୱାରେଂଟରେ ବିଳମ୍ବିତ ରାତ୍ରୀରେ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକରେ ଥିବା ନିର୍ବାଚନ ପ୍ରଚାର କାର୍ଯ୍ୟାଳୟ ଉପରେ ଚଢଉ ନାଁରେ ଅତର୍କିତ ଆକ୍ରମଣ
ମନ୍ତ୍ରୀ ସୁଶାନ୍ତ ସିଂହ ବିଜେପି କର୍ମୀଙ୍କୁ ନିଜେ ଆକ୍ରମଣ କଲେ ମଧ୍ୟ ପୋଲିସ୍ ନେଉନାହିଁ କାର୍ଯ୍ୟାନୁଷ୍ଠାନ