ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ୩ଟି ସୁଟକେସ ଭର୍ତି କଳାଟଙ୍କା ଅଛି : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ

 ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଏହି ବିପୁଳ କଳା ଟଙ୍କା ଜବତ ହେବା ନିହାତି ଜରୁରୀ

21.02-CEO-bjp.jpg - 828.50 kB

ଭୂବନେଶ୍ୱର : କଳା ଟଙ୍କା ଭର୍ତି ୩ଟି ସୁଟକେସ୍ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ବନ୍ଦ କୋଠରୀରେ ଅଛି । ବିଜେପୁର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଏହି ଟଙ୍କା ଗଚ୍ଛିତ ଥିବାର ସୂଚନା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଦେବା ସହ ଏହି ସ୍ଥାନକୁ ଚଢାଉ କରି ଟଙ୍କା ଜବତ ସହ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ବିଜେପି ଦାବୀ କରିଛି ।

ବିଜେପି ନିର୍ବାଚନ ଆୟୋଗଙ୍କୁ ସୁଚନା ପ୍ରଦାନ କରି କହିଛି ଯେ, ଗତ କାଲି ୩ଟି ସୁଟକେସକୁ ଏକ ପାଜେରୋ ଗାଡିରେ ଅଣାଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ରଖାଯାଇଅଛି । ଏହି  ରୁମ ଚାବି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ  ଭି.କାର୍ତିକେୟନ ପାଣ୍ଡିଆନଙ୍କ ହାତରେ ଅଛି । ନିର୍ବାଚନରେ ଜଣେ ପ୍ରଶାସନିକ ଅଧିକାରୀ ଟଙ୍କା ବ୍ୟବହାର କରିବା ମଧ୍ୟ ଏକ ଧର୍ତବ୍ୟ ଅପରାଧ । ଆଦର୍ଶ ଆଚରଣ ବିଧିକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଂଘନ କରି ଏହି ବିପୁଳ କଳା ଟଙ୍କା ବିଜେପୁର ଉପନିର୍ବାଚନରେ ଭୋଟର ମାନଙ୍କୁ ପ୍ରଲୋଭିତ କରିବା ପାଇଁ ବ୍ୟବହୃତ ହେବ  । ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ର ବନ୍ଦ କୋଠରୀ ଉପରେ ଚଢାଉ କରି ଏଠାରେ ଥିବା କଳା ଟଙ୍କାକୁ ଜବତ କରିବାକୁ ବିଜେପି ନିର୍ବାଚନ ଆୟୋଗଙ୍କ ପାଖରେ ଦାବୀ କରିଛି । ଏହା ସହ ଏହି ଟଙ୍କା ଆସିବାର ମୂଳ ଉତ୍ସକୁ ଠାବ କରିବାକୁ ଯଥା ପଦକ୍ଷେପ ନେବାକୁ ମଧ୍ୟ ଦାବୀ କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଏହି ବିପୁଳ କଳା ଟଙ୍କା ଜବତ ହେବା ନିହାତି ଜରୁରୀ  । ତଥ୍ୟ ଆଧାରରେ ସମ୍ପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରି ନିର୍ବାଚନ ଆୟୋଗ ବିହିତ ପଦକ୍ଷେପ ନେବେ ବୋଲି ଦୃଢ ବିଶ୍ୱାସ ରହିଛି ବୋଲି ଏହି ଅବସରରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।

ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ମୁଖପାତ୍ର ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାସ, ଭୂବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault