ହେଡଲାଇନସ୍:

କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଜନସାଧାରଣ ସ୍ୱର ଉତ୍ତୋଳନ କରନ୍ତୁ : ସଗରିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

18-02-18-CONGRESS-BHAWAN--MLA-KRUSHNA-CH.-SAGARIA-NKN-PRESS-MEET-4.jpg - 867.15 kB

ଭୁବନେଶ୍ୱର – କୁନ୍ଦୁଲି ପୀଡିତାକୁ ନ୍ୟାୟ ଦେବା ପାଇଁ ଆଜି ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଅଧ୍ୟକ୍ଷ, ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଲୱେ ଷ୍ଟେସନ, ରାଜମହଲ ଛକ, ରମାଦେବୀ ମହିଳା ମହାବିଦ୍ୟାଳୟ, ବାଣୀବିହାର ଛକ ଠାରେ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା । କୁନ୍ଦୁଲି ପୀଡିତାଙ୍କ ଧର୍ଷଣକାରୀମାନଙ୍କୁ ଗିରଫ କରିବା ପରିବର୍ତ୍ତେ ରାଜ୍ୟ ସରକାର ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । ନ୍ୟାୟ ପାଇବା ପାଇଁ କୁନ୍ଦୁଲି ପୀଡିତା ଯେଉଁ ସଂଗ୍ରାମ କରିଥିଲେ ତାହା ମିଳିଲା ନାହିଁ । ନ୍ୟାୟ ବଦଳରେ ତାଙ୍କୁ ମାନସିକ ନିର୍ଯ୍ୟାତନା, ଲାଂଛନା ଦିଆଗଲା । ଶେଷରେ ସେ ତାଙ୍କ ଜୀବନ ଯୁଦ୍ଧରେ ହାରିଗଲେ । ନ୍ୟାୟ ପାଇଁ କେତେ ଯେ ଆକୁଳ ନିବେଦନ କରିଥିଲେ, ତଥାପି ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଲା ନାହିଁ । ଗଣମାଧ୍ୟମ, ସାମାଜିକ ପ୍ରତିନିଧିମାନେ ଓ ରାଜନୈତିକ ଦଳ ନ୍ୟାୟ ଦେବା ପାଇଁ ଆନେ୍ଦାଳନ କଲେ । ତଥାପି ସରକାର ଯୋଜନାବଦ୍ଧ ଭାବରେ ସତ୍ୟକୁ ଘଣ୍ଟ ଘୋଡାଇବା ପାଇଁ ସବୁ ପ୍ରକାର ଉଦ୍ୟମ କଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ରାଇମ୍ବ୍ରାଞ୍ଚ, ଜୁଡିସିଆଲ ତଦନ୍ତ ଏବଂ ବର୍ତ୍ତମାନ ଗତ ୭ ଫେବୃୟାରୀରେ ଜଣେ କାର୍ଯ୍ୟରତ ବିଚାରପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସ୍ପେଶାଲ ଇନ୍ଭେସଟିକେସନ୍ ଟିମ୍ (ଏସ୍.ଆଇ.ଟି) ମାଧ୍ୟମରେ ଘଟଣାର ତଦନ୍ତ ପାଇଁ ଘୋଷଣା କଲେ । ଆଜି ପର୍ଯ୍ୟନ୍ତ ଏସ୍.ଆଇ.ଟିରେ କେଉଁ ଅଧିକାରୀମାନେ ତଦନ୍ତ ଦାୟିତ୍ୱରେ ରହିଲେ ସରକାର ତାର ଖୁଲାସା କଲେ ନାହିଁ । କୁନ୍ଦୁଲି ଘଟଣାରେ ପୀଡିତା ଏବଂ ପୀଡିତାଙ୍କ ପରିବାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଅଧିକାରୀ, ଏ.ଡି.ଜି., ଏଚ୍.ଆର୍.ପି.ସି., ଡି.ଜି. ପୋଲିସ, ରାଜ୍ୟ ଫରେନ୍ସିକ୍ ଲ୍ୟାବ୍ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ତେଣୁ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଏସ୍.ଆଇ.ଟି. ତଦନ୍ତ କେତେଦୂର ସ୍ୱଚ୍ଛ ହେବ ସେ ଉପରେ ପ୍ରଶ୍ନ କରିଛନ୍ତି । ପୁନର୍ବାର ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ଏପର୍ଯ୍ୟନ୍ତ ମାନ୍ୟବର ହାଇକୋର୍ଟଙ୍କୁ ଏସ୍.ଆଇ.ଟି ତଦନ୍ତରେ ଜଣେ କାର୍ଯ୍ୟରତ ବିଚାରପତିଙ୍କୁ ନିୟୋଜିତ କରିବା ପାଇଁ ଅନୁରୋଧ କରିନାହାନ୍ତି । ଶ୍ରୀ ସଗରିଆ ଭୁବନେଶ୍ୱର ବିଭିନ୍ନ ଜନଗହଳି ସ୍ଥାନକୁ ଯାଇ ସେଠାରେ ପ୍ରଚାର ପତ୍ର ବଣ୍ଟନ କରିବା ସହ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଜନସାଧାରଣଙ୍କୁ ସ୍ୱର ଉତ୍ତୋଳନ କରିବାକୁ ଅନୁରୋଧ କରିଛନ୍ତି ।

ଏହି ପ୍ରଚାର ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ, ଜୟନ୍ତ ଭୋଇ, ତି୍ରନାଥ ସାହୁ, ସଂଜୟ ଦାସ, ଦେବୀ ପ୍ରସାଦ ବାହାଲିଆ, ସୟଦ ଅଖତାର, ଏସ୍.କେ. ଜାଭେଦ୍, ପ୍ରମୋଦ ଭୋଇ, ତୋଫାନ ସ୍ୱାଇଁ, ସ୍ୱାଗତ କର, ସଂଜୟ ନାୟକ, ଗୁରୁ ମହାପାତ୍ର, ଆର୍ତ୍ତରାମ ପତି, ମାୟାଧର ବେହେରା, ମନୋଜ ସାହୁ, ଦାଶରଥି ହରିଚନ୍ଦନ ଓ ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

 

0
0
0
s2sdefault