ହେଡଲାଇନସ୍:

ଜନମତକୁ ବିଭ୍ରାନ୍ତ କରିବା ପାଇଁ ଶାସକ ବିଜେଡି ବ୍ୟାପକ ମାତ୍ରାରେ କଳା ଟଙ୍କାର ବ୍ୟବହାର କରୁଛି, ପିଲିସ ସାଜିଛି ହାତ ବାରିସୀ  : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର,: ବିଜେପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ବିଶେଷ ଭାବରେ ବିଜେପୁରର ପୋଲିସ ପ୍ରଶାସନ ଶାସକ ଦଳର ଇଙ୍ଗିତରେ ଶାସକ ଦଳର ପ୍ରାର୍ଥିଙ୍କ ପାଇଁ ଖୋଲା ଖୋଲି ଭାବରେ କାମ କରିବା ଦେଖାଯାଉଛି  ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ତା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ପ୍ରତିନିଧି ମଣ୍ଡଳୀ  ।

ବିଜେପି କରିଥିବା ଅଭିଯୋଗ ଅନୁଯାୟୀ, ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଦ୍ମପୁରର ସବ୍ଡ଼ିଭିଜନାଲ ପୋଲିସ ଅଫିସର (ଏସ୍ଡ଼ିପିଓ) ଶାସକ ଦଳର କର୍ମୀ ଭଳି କାର୍ଯ୍ୟ କରିବା ସହ ବିଜେପି କର୍ମୀମାନଙ୍କୁ କିପରି ହଇରାଣ ହରକତକରୁଛନ୍ତି | ନିର୍ବାଚନ ପ୍ରଚାରରେ ଲାଗିଥିବା ବିଜେପି କର୍ମୀମାନେ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକମାନଙ୍କ ଆଗରେ ପ୍ରକାଶ କରିବା ଓ ସରକାରଙ୍କୁ ବିରୋଧ କରିବା ଏହା ଗଣତାନ୍ତ୍ରିକ ଅଧିକାର । ମାତ୍ର ଏହି ପୋଲିସ ଅଧିକାରୀ ଜଣକ ବିଜେପି କର୍ମୀଙ୍କ ପ୍ରଚାରରେ ଉତ୍କ୍ଷିପ୍ତ  ହେବା ସହ ବିନା କାରଣରେ ବିଜେପି କର୍ମୀଙ୍କୁ ଅସଦ୍ ବ୍ୟବହାର କରି ମାରଧର କରିବାକୁ ମଧ୍ୟ ପଛାଉ ନଥିବାର ଅଭିଯୋଗ କରାଯାଇଛି ।

ଅପରପକ୍ଷରେ ବିଜେଡ଼ି କର୍ମୀମାନଙ୍କୁ ଓ ସରକାରୀ ଦଳର ପ୍ରଚାରରେ ଥିବା ଲୋକମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ଯାଂଚ ନାଁରେ ବିଜେପି କର୍ମୀଙ୍କୁ ପ୍ରଚାରରେ ଆଗକୁ ଯିବାକୁ ଅଟକାଉଥିବା ବେଳେ ବିଜେଡ଼ି କର୍ମୀଙ୍କୁ ଛାଡ଼ି ଦେଉଛନ୍ତି । ମଟରସାଇକେଲରେ ଯାଉଥିବା ବିଜେପି କର୍ମୀଙ୍କ ମଟରସାଇକେଲକୁ ଜବତ କରି ରଖିଦେଉଥିବାବେଳେ ବିଜେଡ଼ି କର୍ମୀଙ୍କ ମଟରସାଇକେଲକୁ ବିନା ଯାଂଚରେ ଛାଡି ଦେଉଛନ୍ତି । ତେଣୁ  ନିର୍ବାଚନ ପ୍ରକି୍ରୟା ଶେଷ ପର୍ଯ୍ୟନ୍ତ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ବାହାର କରିବାକୁ ବିଜେପି ଆୟୋଗଙ୍କ ପାଖରେ ଅଭିଯୋଗ କରିଛି ।

ବରପାଲି ଏନ୍ଏସିର କର୍ମଚାରୀମାନେ ଶାସକ ଦଳର ପ୍ରାର୍ଥିଙ୍କ ତରଫରୁ ଟଙ୍କା ବାଂଟୁଥିବାର ଲୋକମାନେ ଅଭିଯୋଗ କରିବା ପରେ ସେମାନଙ୍କ ବିରୋଧରେ ସ୍ଥାନୀୟ ସ୍ତରରେ ଅଭିଯୋଗ ପରେ ବି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ଓଡ଼ି-୧୭ ଜି ୧୮୫୫ରୁ ୪୦ ଲକ୍ଷ ଟଙ୍କା ଜବତ ହୋଇଛି । ସମ୍ପୃକ୍ତ ଟଙ୍କାର ମାଲିକ ଆକାଶ ଅଗ୍ରୱାଲ । ଶାସକ ଦଳ ପାଇଁ ଏହି ଟଙ୍କା ବ୍ୟବହାର ହେଉଥିବା ପରିପ୍ରେକ୍ଷୀରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଖି ଦେଖାଣିଆ ଭାବେ  ଗିରଫ କରାଯାଇଛି । ମାତ୍ର ଏହା ପଛର  ନାୟକ କିଏ ତାଙ୍କୁ ତଦନ୍ତ କରି ବାହାର  କରିବା ସହିତ  ତାଙ୍କୁ ତୁରନ୍ତ ଗିରଫ କରିବା ଓ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ  ନେବା ପାଇଁ ଆମେ ଦାବି କରିଛି ବିଜେପି । 

ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ଉପ ସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଓ ମୁଖପାତ୍ର ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ରାଜ୍ୟ ସମ୍ପାଦକ ଶ୍ରୀ ଶିଶିର ଗମାଙ୍ଗୋ, ଭୂବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

 

 

0
0
0
s2sdefault