ହେଡଲାଇନସ୍:

ବିଜେଡି ହୋର୍ଡ଼ିଂଙ୍ଗ ଉଠାଇଦେଉଛି ପୋଲିସ, ବିଜେପି ହୋର୍ଡ଼ିଂଙ୍ଗ ହଟୁନି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଏସ୍‍ ମେସେଜ୍‍ ପଠାଇ ଆଚରଣ ବିଧି ଉଲ୍ଲଂଘନ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଫେରାଦି

ଭୁବନେଶ୍ୱର : ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର ଜୋରସୋର ଚାଲିଥିଲା ବେଳେ ରାଜ୍ୟ ସରକାରଙ୍କୁ ବଦନାମ କରିବା ସହ ସେଥିରୁ ନିର୍ବାଚନୀ ଫାଇଦା ଉଠାଇବା ଲାଗି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ମୋବାଇଲ୍‍ ଯୋଗେ ଭଏସ୍‍ ମେସେଜ୍‍ ପଠାଇ ଭୋଟର୍‍ଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିବାର ଅପଚେଷ୍ଟା ଚଳାଇଥିବା ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜୁ ଜନତା ଦଳ ଆପତ୍ତି ଉଠାଇଛି । ଏଥିରେ ଦର୍ଶାଯାଇଛି ଯେ ମୋବାଇଲ୍‍ ନମ୍ବର ୭୯୩୮୨୭୩୧୭୩ ଏବଂ ୭୯୭୧୭୭୦୦୭୭ ଓ ଅନ୍ୟ କେତେକ ନିର୍ଦ୍ଧିଷ୍ଟ ମୋବାଇଲ୍‍ ଯୋଗେ ପଠାଯାଉଥିବା ଏହି ଭଏସ୍‍ ମେଜେସ୍‍ରେ କୁନ୍ଦୁଲି ଘଟଣା ନେଇ କେତେକ ନିରାଧାର ଓ ଅଯୌକ୍ତିକ କଥା କୁହାଯାଇଛି । ଆତ୍ମହତ୍ୟା କରିଥିବା କୁନ୍ଦୁଲି ପୀଡ଼ିତା ଭଏସ୍‍ ମେସେଜ୍‍ରେ କହୁଥିବାର ଅପପ୍ରଚାର ମଧ୍ୟ ଚାଲିଛି । ସଂପ୍ରତି ଏହି ଘଟଣା କୋର୍ଟ ବିଚାରାଧୀନ ଥିବାରୁ ଉକ୍ତ ଭଏସ୍‍ ମେସେଜ୍‍ ସିଧାସଳଖ ସରକାର ଓ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିପାରେ । ଏହି ମେସେଜ୍‍ରେ ମଧ୍ୟ ପୋଲିସ ମହାନିଦେ୍ର୍ଧଶକଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦିଆଯାାଇଛି । ଯେପରି ଭାବେ ଭଏସ୍‍ ମେସେଜ୍‍ ପଠାଯାଉଛି, ସେଥିରୁ ବିଶ୍ୱାସ କରାଯାଇପାରେ ଯେ ଏହାର ମାଷ୍ଟରମାଇଣ୍ଡ ହେଉଛି ବିଜେପି । ନିର୍ବାଚନରୁ ତୁରନ୍ତ ଫାଇଦା ଉଠାଇବା ସହିତ ଭୋଟର୍‍ଙ୍କୁ ପ୍ରଭାବିତ କରିବାର ଗୁପ୍ତ ଏଜେଣ୍ଡା ଏହି ଦଳ ରଖିଥିବା କଥା ଭଏସ୍‍ ମେସେଜ୍‍ରୁ ଜଣାପଡୁଛି ।

ନିର୍ବାଚନରେ ପ୍ରଚାର ସଂପର୍କିତ ସମସ୍ତ ତଥ୍ୟ, ଏପରିକି ଭଏସ୍‍ ମେସେଜ୍‍ ପ୍ରଚାର ପୂର୍ବରୁ ପ୍ରଥମେ ରାଷ୍ଟ୍ରୀୟ ନିର୍ବାଚନ କମିଶନଙ୍କ ଅନୁମୋଦନ ଲାଭ କରିବା ଆଇନ୍‍ ସଂଗତ । କିନ୍ତୁ ଉପରୋକ୍ତ ମୋବାଇଲ୍‍ ଭଏସ୍‍ ମେସେଜ୍‍ ସିଧାସଳଖ ଆଚରଣ ବିଧି (ପାରା-୨)ର ଉଲ୍ଲଂଘନ କରୁଛି । ସେଥିଯୋଗୁ ଏହାକୁ ମଧ୍ୟ ଅପରାଧମୂଳକ କୁହାଯାଇପାରେ । ଏପରି ଭଏସ୍‍ ମେସେଜ୍‍ ପ୍ରଚାର ପ୍ରସାରକୁ ତୁରନ୍ତ ବନ୍ଦ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ  ଦେବାକୁ ବିଜେଡି କହିଛି । ତତ୍‍ସହିତ ନିର୍ବାଚନ ଆଇନ୍‍, ସାଇବର ଆଇନ୍‍ ଓ ଅପରାଧମୂଳକ ଆଇନ୍‍ ଅନୁଯାୟୀ ଏହି ମେସେଜ୍‍ ପ୍ରେରଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ   ଗ୍ରହଣ କରିବାକୁ ବିଜେଡି ଅନୁରୋଧ କରିଛି ।

ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ମଧ୍ୟ ଆପତ୍ତି ଉଠାଇ କୁହାଯାଇଛି ଯେ ଦଳର ବ୍ୟାନର, ହୋର୍ଡିଂ ଓ ପତାକାଗୁଡିକୁ ପୋଲିସ ହଟାଇ ଦେଉଥିବା ବେଳେ ଏହିସବୁ ସ୍ଥାନମାନଙ୍କରେ ବିଜେପି କର୍ମୀମାନେ ବ୍ୟାନର, ହୋର୍ଡିଂ ଓ ପତାକା ଲଗାଉଛନ୍ତି । ବିଭାଗୀୟ ଅଧିକାରୀଙ୍କ ନିକଟରେ ବିଜେଡି ପ୍ରତିବାଦ ଜଣାଉଥିଲେ ହେଁ ସେମାନେ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସଂପର୍କରେ ଆଞ୍ଚଳିକ ଅଧିକାରୀଙ୍କୁ ନିର୍ଦ୍ଦେଶ  ଦେଇ ବିଜେପିର ହୋର୍ଡିଂ, ବ୍ୟାନର ଓ ପତାକାଗୁଡିକୁ ହଟାଇବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଥିବା ସ୍ମାରକପତ୍ର ଜରିଆରେ ଦାବି କରିଛି ।  ଏହି ସ୍ମାରକପତ୍ର ପ୍ରଦାନ ସମୟରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।  

0
0
0
s2sdefault