ହେଡଲାଇନସ୍:

ଅଇଁଠାପଲ୍ଲୀ ଆଦିବାସୀ ଯୁବକ ହାଜତ ମୃତ୍ୟୁ ଘଟଣା: ନବୀନ ସରକାରର ଆଦିବାସୀ ହତ୍ୟା ଯୋଜନାର ଜ୍ୱଳନ୍ତ ନଜୀର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅବିନାଶ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ : ପ୍ରଦୀପ 

 ଭୁବନେଶ୍ୱର- ସମ୍ବଲପୁର ଜିଲାର ଅଇଁଠାପଲ୍ଲୀ ଥାନା ଅନ୍ତର୍ଗତ ଭାଲୁପାଲ୍ଲି ଗ୍ରାମର ଅବିନାଶ ମୁଣ୍ଡାର ହାଜତ  ମୃତ୍ୟୁରେ ନବୀନ ସରକାରଙ୍କର ଆଦିବାସୀ ବିରୋଧୀ ମନୋଭାବ ସ୍ପଷ୍ଟ ପ୍ରମାଣିତ ହେଉଛି । ଏହା ବିଜେଡ଼ି ସରକାରର ଆଦିବାସୀ ହତ୍ୟା ଯୋଜନାର ଅନ୍ୟତମ ଉଦାହରଣ ବୋଲି ପୂର୍ବତନ ସାଂସଦ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଦିବାସୀ ବିଭାଗ ଅଧ୍ୟକ୍ଷ  ପ୍ରଦୀପ ମାଝୀ କହିଛନ୍ତି । ଶ୍ରୀ ମାଝୀ କହିଛନ୍ତି ଯେ, ଆଦିବାସୀଙ୍କ ରକ୍ତରେ ହୋଲି ଖେଳିବା ନବୀନ ସରକାରର ଧର୍ମ । ନିରୀହ ଅବିନାଶଙ୍କୁ ମିଥ୍ୟା ଚୋରି ଘଟଣାରେ ଗିରଫ କରି ଅଇଁଠାପଲ୍ଲୀ ଥାନା ପୋଲିସ୍ ଗତକାଲି ତାଙ୍କୁ ଥାନାକୁ ଆଣିଥିଲେ । ରାତିସାରା ଅବିନାଶକୁ ଅକଥନୀୟ ଅତ୍ୟା•ର କରି ପୋଲିସ୍ ହାଜତ ଭିତରେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଛି । ଆଦିବାସୀଙ୍କୁ ହତ୍ୟା ନବୀନ ସରକାରର ଏକ ଗୁପ୍ତ ଏଜେଣ୍ଡା । ଭିଟାମାଟି ପାଇଁ ଲଢେ଼ଇ କରୁଥିବା କଳିଙ୍ଗ ନଗରରେ ୧୩ଜଣ ଆଦିବାସୀଙ୍କୁ ହତ୍ୟା, ଫୁଲବାଣୀର ଗୁମୁଡୁମାହାରେ ଆଦିବାସୀ ହତ୍ୟା, ନିୟମଗିରିରେ କୁଟିଆ କନ୍ଧ, ଝରଣିଆ କନ୍ଧ ଓ ଡଙ୍ଗରିଆ କନ୍ଧଙ୍କୁ ବାସଚ୍ୟୁତ  କରିବା ପାଇଁ ବେଦାନ୍ତ ନିୟମଗିରିକୁ ବିକ୍ରି କରିବା ଚ୍ରକାନ୍ତ ପ୍ରଭୃତି ନୀବନ ସରକାରର ଆଦିବାସୀ ବିରୋଧୀ କାର୍ଯ୍ୟକ୍ରମର ଜ୍ୱଳନ୍ତ ଉଦାହରଣ । ସୁତରାଂ ନବୀନଙ୍କ ଆଦିବାସୀ ହତ୍ୟା ଯୋଜନାର ଅଇଁଠାପଲ୍ଲୀର ଅବିନାଶ ମୁଣ୍ଡା ସଦ୍ୟତମ ଶିକାର । ଶ୍ରୀ ମାଝୀ ଅବିନାଶ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିବା ସହିତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଇ ୩୦୨ ଦଫାରେ ଅଭିଯୁକ୍ତ କରିବା ପାଇଁ ଦାବି କରିଛନ୍ତି । 

0
0
0
s2sdefault