ହେଡଲାଇନସ୍:

ପ୍ରଣୟଙ୍କ ପ୍ରତି ବଢୁଛି ଲୋକଙ୍କ ଆସ୍ଥା, କଂଗ୍ରେସରେ ଯୋଗଦେଲେ ବିଜେପି - ବିଜେଡି କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନିର୍ବାଚନ ମୈଦାନରେ ବିଜେପି - ବିଜେଡି ବହୁଦିନରୁ ସେମାନଙ୍କ କସରତ ଆରମ୍ଭ କରି ଦେଇଥିବା ବେଳେ ବିଳମ୍ବରେ ମଇଦାନକୁ ଓଲ୍ହାଇଛନ୍ତି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ | ଗୋଟିଏ ସମୟରେ ଲାଗୁଥିଲା କଂଗ୍ରେସ ଏଥର ବାଜିରେ ପ୍ରାୟତଃ ସାମିଲ ହେଇପାରିବନି |  କଂଗ୍ରେସ କରମୀ ଓ ନେତାମାନେ ବିଜେପି ଆଉ ବିଜେଡି କାନ୍ଧରେ ଆଉଜି ପଡିବେ | ହେଲେ ପ୍ରଣୟ ସାହୁଙ୍କ ପ୍ରାର୍ଥୀତ୍ବ ଘୋଷଣା ହେବ ପରେ ଚିନ୍ତାଧାରା ଆଉ ପରିବେଶ ବଦଳି ଯାଇଛି |  ଲୋକପ୍ରିୟ ଲୋକ ପ୍ରତିନିଧି ଭାବେ ଜଣାଶୁଣା ପ୍ରଣୟ ତାଙ୍କର ପ୍ରଚାର ଆରମ୍ଭକରିବା ପରେ ଏବେ ତାଙ୍କ ପ୍ରତି ସମର୍ଥନ ବୃଦ୍ଧିପାଇବାରେ ଲାଗିଛି | କଂଗ୍ରେସ କର୍ମୀ ମାନେ ଏକାଠି ହୋଇ ଲଢେଇ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏବେ ଅନ୍ୟ ଦଳର କର୍ମୀ ଓ ନେତା ମାନେ କିଛି ଖୋଲାଖୋଲି ଆଉ କିଛି ଭିତରେ ଭିତରେ ସମର୍ଥନ ଦେବା ଆରମ୍ଭ କଲେଣି |  ଗାଇସିଲେଟ୍ ବ୍ଲକର ରାଏସଲପଦର ଗ୍ରାମ ପଞ୍ଚାୟତର ପ୍ରମୁଖ ବିଜେପି ଏବଂ ବିଜେଡି କର୍ମୀ ଗତକାଲି ସେମାନଙ୍କର ନିଜ ନିଜ ଦଳ ତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ ଦଳର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ତଥା ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦକ୍ଷ ନେତୃତ୍ୱ ଏବଂ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି । କର୍ମୀମାନେ ହେଲେ ଭୁତବାହାଲ ବିଜେଡିର ୱାର୍ଡ ସଭାପତି ଜଙ୍ଗଲୁ ବାଗ ଓ ଗୌର ବାଗ, ରାଏସଲପଦର ସ୍କୁଲ କମିଟି ସଭାପତି ଜୟଚନ୍ଦ୍ର ସାହୁ ଏବଂ ବିଜେପି ରାଏସଲପଦରର ଅନନ୍ତ ସାହୁ ଏବଂ ଅମଲିପାଲିର ବିବେକ ସାହୁ । ଏମାନଙ୍କର ଯୋଗଦାନ ବିଜେପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସଂଗଠନକୁ ମଜବୁତ କରିବାରେ ସହାୟକ ହେବ ବୋଲି  ପ୍ରଣୟ ସାହୁ ଆଶାବ୍ୟକ୍ତ କରିଛନ୍ତି ।

0
0
0
s2sdefault