ହେଡଲାଇନସ୍:

କେନ୍ଦ୍ରମନ୍ତ୍ରୀ ଶେଖାୱତ୍‍ଙ୍କ ବିବୃତି ଓଡ଼ିଶାର ଚାଷୀକୁଳ ପ୍ରତି ବିଜେପିର ଧୋକ୍କାବାଜି ପ୍ରମାଣିତ କରିଛି : ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିକୁ କୃଷକଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ରର ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ଭବାନୀପାଟଣା ଓ ଖଇରପୁଟ ବ୍ଲକ ବିଜେଡିର ଗଣବିକ୍ଷୋଭ ଓ ଧାରଣା

ଭୁବନେଶ୍ୱର/chankradhar majhi :  ୨୯ ଡିସେମ୍ବର ୨୦୧୭ ତାରିଖରେ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‍ କହିଛନ୍ତି, ଚାଷୀକୁଳକୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଆଉ ପୁନଃବିଚାର କରିବେ ନାହିଁ, ଯାହା କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିର ପରିଚାୟକ । ଓଡ଼ିଶାର ଚାଷୀକୁଳକୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ବିଧାନସଭା ଗୃହ କମିଟିରେ ପାରିତ ସର୍ବସମ୍ମତ ୨୯୩୦ ଟଙ୍କା ପ୍ରଦାନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ଗୃହ କମିଟିକୁ ସମୟ ନଦେବା ଏବଂ ଗୃହ କମିଟି ଓଡ଼ିଶା ଚାଷୀକୁଳର ଏହି ନ୍ୟାୟପୂର୍ଣ୍ଣ ଦାବିକୁ ହାସଲ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ନିଷ୍ପତ୍ତି କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‍ ରାଜ୍ୟସଭାରେ ଦେଇଥିବା ବିବୃତି ଓଡ଼ିଶାର ଚାଷୀକୁଳ ପ୍ରତି ଭାରତୀୟ ଜନତା ପାର୍ଟିର ଧୋକ୍କାବାଜି ପ୍ରମାଣିତ କରିଛି । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ୍‍ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାରଙ୍କ କମିଶନ ଫର୍‍ ଏଗ୍ରିକଲ୍‍ଚାରାଲ କଷ୍ଟ୍‍ ଆଣ୍ଡ୍‍ ପ୍ରାଇସେସ୍‍ (ସିଏସିପି)ର ଆଧାରରେ ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହା ଓଡ଼ିଶାର ଚାଷୀକୁଳ ପ୍ରତି ପୁଣିଥରେ କେନ୍ଦ୍ର ଅବିଚାରର ନମୁନା । ୨୦୧୭-୧୮ ବର୍ଷ ପାଇଁ ସିଏସିପି ଆଧାରରେ କେନ୍ଦ୍ର କୃଷି ମନ୍ତ୍ରାଳୟ ଧାନ ପାଇଁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ୧୫୫୦ ଟଙ୍କା ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିଥିବାରୁ ଏହାକୁ ଆମେ ତୀବ୍ର ବିରୋଧ କରୁଛୁ । କେନ୍ଦ୍ରର ମନ୍ତ୍ରୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିରେ ପୂର୍ଣ୍ଣଚ୍ଛେଦ ପକାଇ ଓଡ଼ିଶାର ଚାଷୀକୁଳ ତଥା ବିଧାନସଭାକୁ ଉପହାସ କରିଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ କେବଳ ବିଜେଡ଼ିର ଦାବି ନଥିଲା, ଏହା ଓଡ଼ିଶାବାସୀଙ୍କ ଦାବି । ଏହା ନ ହୋଇଥିଲେ ଏ ପ୍ରସଙ୍ଗ ବିଧାନସଭାରେ ପାରିତ ହୋଇ ନଥାନ୍ତା । ବିଜେପି ନିର୍ବାଚନୀ ଇସ୍ତାହାରରେ କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ବହୁତ କିଛି କରିଥିବାର ଡିଣ୍ଡିମ ପିଟୁଛି ମାତ୍ର ପ୍ରକୃତ କ୍ଷେତ୍ରରେ ଏହାର ଲେଶମାତ୍ର କାର୍ଯ୍ୟକାରୀ କରାଯାଉ ନାହିଁ । ବିଜେଡ଼ି ଓଡ଼ିଶା ଲୋକଙ୍କ ସମସ୍ୟା ସହ ଯୋଡି ହୋଇଥିବାବେଳେ ଭାରତୀୟ ଜନତା ପାର୍ଟି ଓଡ଼ିଶା କୃଷକଙ୍କ ବେକରେ ଫାସୀ ଲଗାଇ ଦେଇଛି । ଓଡ଼ିଶାର ଅର୍ଥନୈତିକ ବ୍ୟବସ୍ଥାକୁ ଧୂଳିସାତ କରିବା ପାଇଁ ଏମାନେ ଚକ୍ରାନ୍ତ କରୁଛନ୍ତି । ଏମାନଙ୍କର ଏ ଚକ୍ରାନ୍ତକୁ ପଣ୍ଡ କରି ଦିଆଯିବ । 

କେନ୍ଦ୍ର ମନ୍ତ୍ରୀମାନେ ଯାହା କହୁଛନ୍ତି ସେମାନଙ୍କ କଥାରେ ତାଳମେଳ ରହୁନାହିଁ । ପ୍ରଧାନମନ୍ତ୍ରୀ ଏମଏସ୍‍ପି ବୃଦ୍ଧି ପ୍ରସଙ୍ଗରେ କହିଥିଲେ- ସ୍ୱାମୀନାଥନ ରିପୋର୍ଟ ଅନୁଯାୟୀ କାମ କରିବୁ । କୃଷକମାନଙ୍କ ସ୍ୱାର୍ଥ ରକ୍ଷା କରାଯିବ । ଏବେ ତାଙ୍କ ମନ୍ତ୍ରୀମାନେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀ ଶେଖାୱତ ୪୩୩ ଟଙ୍କା ପ୍ରଫିଟ୍‍ କୃଷକଙ୍କୁ ଦେଉଛନ୍ତି ବୋଲି କହୁଛନ୍ତି । ଏହି ୪୩୩ ଟଙ୍କା ସେ କେଉଁଠୁ ଆଣିଲେ, କେଉଁ ଆଧାରରେ ଏ କଥା କହିଲେ? ବିଜେଡ଼ି କେବେ ବି ଏ ପ୍ରସଙ୍ଗରୁ ଓହରିଯିବ ନାହିଁ । ଓଡ଼ିଶାର ହକ୍‍ ପାଇଁ, କୃଷକଙ୍କ ହକ୍‍ ପାଇଁ ଲଢେଇ କରିବ । କେନ୍ଦ୍ର ସରକାରଙ୍କର ଏଭଳି ଓଡ଼ିଶା କୃଷକ ବିରୋଧୀ ନିଷ୍ପତ୍ତି ବିରୋଧରେ ଆଜିଠାରୁ ୧୭ ତାରିଖ ମଧ୍ୟରେ ସର୍ବାଧିକ ଧାନ ସଂଗ୍ରହକାରୀ ୧୨ଟି ଜିଲ୍ଲା ଯଥା, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେଓଗଡ଼, କଳାହାଣ୍ଡି, କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୋନପୁର ଜିଲ୍ଲାର ସମସ୍ତ ବ୍ଲକରେ ପର୍ଯ୍ୟାୟକ୍ରମେ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦୁଇଘଣ୍ଟିଆ ଗଣବିକ୍ଷୋଭ ଧାରଣା କରାଯିବା ପାଇଁ ଦଳ ତରଫରୁ ଆହ୍ୱାନ ଦିଆଯାଇଥିଲା । ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲାର କଳାହାଣ୍ଡି ବ୍ଲକ ଓ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅଫିସ୍‍ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଦୁଇଘଣ୍ଟିଆ ଗଣବିକ୍ଷୋଭ ଓ ଧାରଣା କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିକୁ କୃଷକଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ରର ପ୍ରତ୍ୟାଖ୍ୟାନ କରିଥିବା କେନ୍ଦ୍ର ସରକାର ଏଭଳି କଠୋର ନିଷ୍ପତ୍ତିକୁ ପୁନର୍ବିଚାର କରି ଧାନ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରାଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସମ୍ମୁଖରେ ଅନୁଷ୍ଠିତ ଗଣବିକ୍ଷୋଭ ଓ ଧାରଣା ବିଧାୟକ ଅନାମ ନାଏକଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ସାଂସଦ ଅର୍କକେଶରୀ ଦେଓ, ପୂର୍ବତନ ସାଂସଦ ଭୂପିନ୍ଦର ସିଂହ, ବିଧାୟକ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ଉପ-ସଭାପତି ଭବାନୀ ମିଶ୍ର, ପ୍ରଦୀପ ମୁଣ୍ଡ, ଜାକିର ହୁସେନ, ଅସେଶ୍ୱର ବାଗ, ସାଧାରଣ ସଂପାଦକ ପ୍ରମୋଦ ପଟ୍ଟନାୟକ, ବ୍ଲକ ସଭାପତି ପ୍ରଦୀପ ଭୋଇଙ୍କ ସମେତ ୫୦୦ରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ଓ ଚାଷୀ ସାମିଲ ହୋଇଥିଲେ । ସେହିପରି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସମ୍ମୁଖରେ ଅନୁଷ୍ଠିତ  ଗଣବିକ୍ଷୋଭ ଓ ଧାରଣାରେ ବିଧାୟକ ଡମ୍ବରୁ ସିସା, ବ୍ଲକ ସଭାପତି ଗୌର ସୁଗୁରି, ମହିଳା ସଭାନେତ୍ରୀ ଶ୍ରୀମତୀ ପଦ୍ମିନୀ ମୁଦୁଲି, ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋୟୀଙ୍କ ସମେତ ୩୦୦ରୁ ଊଦ୍ଧ୍ୱର୍ ନିର୍ବାଚିତ ପ୍ରତିନିଧି, ଦଳୀୟ କର୍ମୀ ଓ ଚାଷୀ ସାମିଲ ହୋଇଥିଲେ । ଓଡ଼ିଶା ଚାଷୀକୁଳର ସ୍ୱାର୍ଥ-ସ୍ୱାଭିମାନ ପାଇଁ କେନ୍ଦ୍ର ସରକାର ତାଙ୍କର ଓଡ଼ିଶା କୃଷକ ବିରୋଧୀ ଆଭିମୁଖ୍ୟ ପରିବର୍ତ୍ତନ ନକଲେ ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି ।

0
0
0
s2sdefault