ହେଡଲାଇନସ୍:

ତିନିତଲାକ୍ ବିଲ ସଂପର୍କରେ ବିଜେପି ପ୍ରବକ୍ତାଙ୍କ ଜ୍ଞାନ ଅଛି ତ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/chakradhar majhi  : ତିନି ତଲାକ ବିଲ୍ ସଂପର୍କରେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି ବିଜେପି ରାଜ୍ୟ ପ୍ରବକ୍ତା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଥିଲା ବେଳେ ଉକ୍ତ ବିଜେପି ପ୍ରବକ୍ତାଙ୍କ ଏ ସଂପର୍କରେ ଥିବା ଜ୍ଞାନକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି । ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ଯେ ସେ ବିଲ୍ରେ କ’ଣ ଅଛି, ତାହା ସେ ଆଦୌ ଜାଣିନାହାନ୍ତି, ନହେଲେ ଏପରି ଉପରଠାଉରିଆ ଭାବେ ମନ୍ତବ୍ୟ ଦେଇ ନିଜ ଅଜ୍ଞତାର ପରିଚୟ ଦେଇନଥାନ୍ତେ । ଲୋକସଭାରେ ବିଲ୍ର ବିଭିନ୍ନ ଦିଗ ଓ ଦୋଷତ୍ରୁଟି ଆଲୋଚନା କରିବା ସାଂସଦଙ୍କ ଦାୟିତ୍ୱ ଏବଂ ଏହାଫଳରେ ବିଲ୍ଟିର ଗୁଣାତ୍ମକ ଗ୍ରହଣୀୟତା ପରିପୁଷ୍ଟ ହୋଇଥାଏ । ବିଜେଡି ଯେଉଁ ସଂଶୋଧନ ପ୍ରସ୍ତାବ ଦେଇଛି, ତା’ର ପ୍ରାସଙ୍ଗିକତା ରହିଛି ଓ ଏହା ସାଂସଦଙ୍କ ଦୂରଦୃଷ୍ଟିସଂପନ୍ନ ବାସ୍ତବବାଦୀ ଚିନ୍ତନ, ଆକଳନ ଓ ପ୍ରୟୋଗର ପରିଚାୟକ । ଏହି ସଂଶୋଧନ ବିଲ୍ର ଲକ୍ଷ୍ୟ, ଉଦେ୍ଧଶ୍ୟ ଓ ଆଭିମୁଖ୍ୟକୁ ଆହୁରି ସ୍ପଷ୍ଟ ଓ ଉପଯୋଗୀ କରାଇବା ବିଜେଡି ସଂସଦୀୟ ଦଳ ନେତା ନିଜର ଦୀର୍ଘ ଅନୁଭବ ଓ ଉପଲବ୍ଧି ଆଧାରରେ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି ଏବଂ ରାଜ୍ୟ ବିଜେପି କଥାର ମଧ୍ୟ ଉତ୍ତର ରଖିଛନ୍ତି । ତେବେ ରାଜ୍ୟ ବିଜେପି ଉପ-ସଭାପତି ଜଣେ ଓକିଲ ହେବା ସତ୍ତେ୍ୱ ତାଙ୍କର ବିଲ୍ ଓ ସଂସଦୀୟ କାର୍ଯ୍ୟଧାରା ସଂପର୍କରେ ସାମାନ୍ୟତମ ଅକଲ ନଥିବା ଶ୍ରୀ ନାୟକ ତାଙ୍କ ବିବୃତିରେ କହିଛନ୍ତି ।ସୂଚନାଯୋଗ୍ୟ ଯେ ବିଜେଡି ତିନ୍ ତଲାକ୍ ବିଲକୁ ସଂସଦରେ ବିାରାଧ କରିନଥିଲା, ବରଂ ଏହି ବିଲ ରେ କେତେକ ଅସଙ୍ଗତି ଉବରେ ସଂଶୋଧନ ପ୍ରସ୍ତାବ ଆଣିଥିଲା  । ଏହାକୁ ନେଇ ବିଜେପି ରାଜ୍ୟ ନେତୃବୃନ୍ଦ ବିଜେଡିକୁ ସମାଲୋଚନା କରିବା ସହ ବିଜେପି ମହିଳା ମୋର୍ଚ୍ଚା ତରଫରୁ ବିଜେଡି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା  । 

ଓଡ଼ିଶାକୁ ପୁଣି କେନ୍ଦ୍ରର ଅବହେଳା, ମାଓବାଦୀ ଦମନ ଲାଗି ଏମ୍ଆଇ-୧୬ ହେଲିକପ୍ଟର ଦେବା ପାଇଁ ଓଡ଼ିଶାର ଦାବିକୁ ଠୋକର୍ ମାରିଛି କେନ୍ଦ୍ର ସରକାର 

ଓଡ଼ିଶାକୁ ପୁଣି କେନ୍ଦ୍ର ଅବହେଳା କରିଛି । ମାଓ ପ୍ରବଣ ଜିଲ୍ଲାଗୁଡିକରେ ମାଓବାଦୀ ଦମନ ଲାଗି ଏମ୍ଆଇ-୧୬ ହେଲିକପ୍ଟର ଦେବା ପାଇଁ ଓଡ଼ିଶାର ଦାବିକୁ ଠୋକର୍ ମାରିଛି କେନ୍ଦ୍ର ସରକାର । ମାଓବାଦୀ ଦମନ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ଏହି ହେଲିକପ୍ଟରକୁ ମାଓପ୍ରବଣ ରାଜ୍ୟ ଓଡ଼ିଶାକୁ ଯୋଗାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର ସଂସଦରେ ରୋକଠୋକ୍ ମନା କରିଦେଇଛନ୍ତି । ଗୋଟିଏ ହେଲିକପ୍ଟର ଯୋଗାଇ ଦେଲେ ମାଓବାଦୀ ଦମନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଇପାରନ୍ତା । କିନ୍ତୁ କେନ୍ଦ୍ର ସରକାର ଯେପରି ଏଥିପାଇଁ ମନା କଲେ ତାହା ସଂଘୀୟ ବ୍ୟବସ୍ଥାର ଘୋର ବିରୋଧୀ ମନୋଭାବର ପରିଚୟ ଦେଇଥାଏ । ଓଡ଼ିଶାର ପଛୁଆ ଅଞ୍ଚଳର ବିକାଶ ପାଇଁ କେବିକେ, ବିଆରଜିଏଫ, ଆଇଏପି ପରି ୮ଟି ଯୋଜନାକୁ ପୂର୍ବରୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ବନ୍ଦ କରିଦେଇଥିବା ବେଳେ ବର୍ତ୍ତମାନ ହେଲିକପ୍ଟର ଦେବାକୁ ମନା କରିବା ମାଓ ଦମନରେ ବାଧକ ହେବା ସହ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୁଣିଥରେ ପ୍ରକାଶ ପାଇଛି ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ  କରିଛନ୍ତି ।

0
0
0
s2sdefault