ଅସହିଷ୍ଣୁ ହୋଇ ପଡିଛି ବିଜେପି, କରୁଛି ଅପପ୍ରଚାର : ଦାସବର୍ମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ମିଥ୍ୟା ମନ୍ତବ୍ୟ
ଉପରେ ଯୁବ-ଛାତ୍ର ବିଜେଡିର ବିକ୍ଷୋଭ


ଭୁବନେଶ୍ୱର:  ଭୁବନେଶ୍ୱରେ ରେଳ ଷ୍ଟେସନ୍‍ର ଦ୍ୱିତୀୟ ପ୍ରବେଶ ପଥ ଉଦ୍‍ଘାଟନ କରିବାକୁ ଆସିଥିବା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିରୋଧରେ ଜମି ହସ୍ତାନ୍ତର ବିଳମ୍ବ କରୁଥିବା ଏକ ଅଭିଯୋଗ ଆଣିଥିଲେ । କିନ୍ତୁ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇନପାରି କେନ୍ଦ୍ରମନ୍ତ୍ରୀ ହଟହଟ୍ଟା ହୋଇଥିଲେ । ଓଡ଼ିଶାର କେଉଁ ସ୍ଥାନରେ ଜମି ହସ୍ତାନ୍ତର ବିଳମ୍ବ ହେଉଥିବା ପ୍ରଶ୍ନବାଣରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଅପଦସ୍ତ ହୋଇ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ‘ମୋତେ ଯେତିକି କୁହାଯାଇଥିଲା, ସେତିକି କହିଲି’ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣ ହେଉଛି ଯେ କେନ୍ଦ୍ରରେ ଥିବା ଏନ୍‍ଡିଏ ସରକାର କିପରି ଭାବରେ ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲୁଥିବା ଏକ ଲୋକପ୍ରିୟ ସରକାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛି । ଓଡ଼ିଶାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀମାନଙ୍କ ସରକାରୀ ଗସ୍ତକୁ କେଉଁଭଳି ଭାବେ ପ୍ରାୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଉଛି ଏହା ହେଉଛି ଏକ ଉଦାହରଣ । ଓଡ଼ିଶା ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଦେଖି ବିଜେପି ଅସହିଷ୍ଣୁ ହୋଇପଡିଛି । ସେଥିପାଇଁ ରାଜ୍ୟ ସରକାରଙ୍କୁ କେଉଁଭଳି ମିଥ୍ୟା ଅଭିଯୋଗ ଆଣି ବଦନାମ କରାଯିବ ସେଥିପାଇଁ ବିଜେପି ପକ୍ଷରୁ ଗୁପ୍ତ ବୈଠକ କରାଯାଉଛି । ସେହି ଗୁପ୍ତ ବୈଠକ ପରେ ଓଡ଼ିଶାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀମାନଙ୍କୁ ଏକ ମିଥ୍ୟା ଅଭିଯୋଗ ଚିଠା ପ୍ରଦାନ କରାଯାଉଥିବା ଗତକାଲିର କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ମିଥ୍ୟା ବୟାନରୁ ପ୍ରମାଣିତ ହୋଇଛି ଏବଂ ଅତୀତରେ ମଧ୍ୟ ଆଣିଥିବା ସମସ୍ତ ଅଭିଯୋଗ ସୁଚିନ୍ତିତ ଓ କପୋଳକଳ୍ପିତ ବୋଲି ଆଜି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନରେ ବିଜୁ ଜନତା ଦଳ ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା କହିଛନ୍ତି । ଆଜି ଶ୍ରୀ ଦାସବର୍ମାଙ୍କ ନେତୃତ୍ୱରେ ପ୍ରାୟ ଏକ ହଜାରରୁ ଊଦ୍ଧ୍ୱର୍ ଯୁବ ଓ ଛାତ୍ର ରାଜ୍ୟ କାର୍ଯ୍ୟାଳୟ ଠାରୁ ଏକ ବାଇକ୍‍ ରାଲି ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ୍‍ ଛକ ପର୍ଯ୍ୟନ୍ତ ଆସିଥିଲା । ସେଠାରେ ସମବେତ ବିକ୍ଷୋଭ ଅନୁÂିତ ହୋଇଥିଲା । ବିକ୍ଷୋଭରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ମିଥ୍ୟା ବିବାଦୀୟ ମନ୍ତବ୍ୟକୁ ନିନ୍ଦା କରି ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କେବଳ ଅପପ୍ରଚାର ଏବଂ ମିଥ୍ୟାକୁ ଢାଲ କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରି କେନ୍ଦ୍ରର ମନ୍ତ୍ରୀମାନେ ଯେଉଁଭଳି ଭାବେ ହୀନ ରାଜନୀତି କରୁଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ । କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ଏଥିରୁ ନିବୃତ ନରହିଲେ, ଆଗାମୀ ଦିନରେ ରାଜ୍ୟର ଯୁବକ ଓ ଛାତ୍ରମାନେ ସଠିକ୍‍ ଜବାବ ଦେବେ । ସେହିପରି ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର କହିଥିଲେ, ତଥ୍ୟ ନଥାଇ ରେଳବାଇ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ କେନ୍ଦ୍ରମନ୍ତ୍ରୀ ଦୋଷାରୋପ କରିବା ଅତ୍ୟନ୍ତ ଲଜ୍ଜାଜନକ ଓ ହାସ୍ୟାସ୍ପଦ । ଉପରୋକ୍ତ ପ୍ରସଂଗରେ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓଡ଼ିଶାର ଜଣେ ଜଣେ ସଚେତନ ନାଗରିକ ଭାବରେ କେନ୍ଦ୍ରମନ୍ତ୍ରୀଙ୍କୁ ଯେଉଁଭଳି ପାଲଟା ଜବାବ ରଖିଥିଲେ, ସେଥିନିମନ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ମହାସଚିବ ଶିଶିର ପରିଜା, ଉପଦେଷ୍ଟା କୁନବିହାରୀ ଦାସ, ସୁନୀଲ ପ୍ରଧାନ, ଅମରେଶ ଜେନା, ଉପ-ସଭାପତି ସନ୍ତୋଷ ବେଜ, ଦୁର୍ଗା ସାମନ୍ତରାୟ, ପ୍ରକାଶ ତ୍ରିପାଠୀ, ସାଧାରଣ ସଂପାଦକ ଜ୍ୟୋତିରଞ୍ଜନ ଜେନା, ଧୃତୀ ମାର୍ଥା, ସୁନୀଲ ପଣ୍ଡା, ଦେବାଶିଷ ସିଠ୍‍, ଏଲିନା ଦାସ, ସମୀର ପ୍ରଧାନ, ବିଜୟ ପାଲଟାସିଂହ, ସଂପାଦକ ଆଶିଷ୍‍ ମିଶ୍ର, ମଳୟ ପତି, ସାଂଗଠନିକ ସଂପାଦକ ତାରିଣୀ ପ୍ରସାଦ ନାୟକ, ରଶ୍ମୀରଞ୍ଜନ ଦାସ, ଅଫତାବ ଆଲମ୍‍ ଖାଁ, ବିଜେଡି ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ କାର୍ଯ୍ୟକାରୀ ସଭାପତି ସୁଜିତ ସ୍ୱାଇଁ, ଛାତ୍ର ଜୋନ୍‍ ସଭାପତି ଅଜିତ୍‍ ବେହେରା, ଜିଲ୍ଲା ସଭାପତି କଳ୍ପତରୁ ଓଝା ପ୍ରମୁଖ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶେଷରେ ଭୁବନେଶ୍ୱର ଜିଲ୍ଲା ଯୁବ ବିଜେଡି ସଭାପତି ଅମରଜିତ୍‍ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault