ହେଡଲାଇନସ୍:

ଦାମଙ୍କ ବାଣ,ଏଥର ଟିକିଏ ଟାଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ସଂଘୀୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ନରେନ୍ଦ୍ର ମୋଦି ନିଜକୁ ଭାରତୀୟ ଜନତା ପାର୍ଟିର ବୋଲି ବିବେଚନା କରିବା ସମ୍ବିଧାନ ବିରୋଧୀ  ରାଷ୍ଟ୍ରୀୟ ଭାବନା ପରିବର୍ତ୍ତେ ଦଳୀୟ ଏବଂ ଆଞ୍ଚଳିକ ଭାବନାକୁ ସେ ଯଦି ପାଥେୟ କରିବାକୁ ନିଶ୍ଚିତ କରିଛନ୍ତି ତେବେ ଦେଶର ସଂଘୀୟ ସମ୍ବିଧାନର ନିର୍ଯ୍ୟାସ ଓ ନିର୍ଦ୍ଦେଶ ଅନୁସାରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଆବଶ୍ୟକତା ରହିଛିା#

ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଆଲୋଚନାକୁ ଡାକି ସହମତି ଭିତ୍ତିରେ ମଧ୍ୟପ୍ରଦେଶର ସୀମା ଭିତରେ ମହାନଦୀରେ ଆନିକଟ ତିଆରି ନକରି ଓଡ଼ିଶାରେ ହୀରାକୁଦଠାରେ ନିର୍ମାଣ କରିଥିଲେ । ସେତେବେଳେ ମଧ୍ୟ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟ ସୀମାରେ ପ୍ରକଳ୍ପ ନିର୍ମାଣ ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଋଷିପ୍ରତୀମ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ । ପ୍ରଧାନମନ୍ତ୍ରୀ ତାଙ୍କ ମତ ଲୋଡ଼ିଲା ବେଳେ ଅତି ନମ୍ରତାର ସହିତ ମୁଖ୍ୟମନ୍ତ୍ରୀ କହିଥିଲେ "ନେହେରୁଜୀ, ଆପଣ ଆମ ସଂଘୀୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ । ସବୁ ରାଜ୍ୟର ସମବିକାଶ କରିବା ଆପଣଙ୍କ ଦାୟିତ୍ୱ । ଏ ସମ୍ପର୍କରେ ମୁଁ କ'ଣ କହିବି । ମହାନଦୀ ମୋ ରାଜ୍ୟ ଦେଇ ପ୍ରାୟ ୫୦୦ କି.ମି. ଅତିକ୍ରମ କରି ସମୁଦ୍ରରେ ମିଶିଛି । ଜଳସମ୍ପଦରେ ଭରା ମୋ ରାଜ୍ୟ ସବୁଠାରୁ ଦରିଦ୍ରତମ ରାଜ୍ୟ ଭାବରେ ଚିହ୍ନଟ ହୋଇଛି । ତେଣୁ ଆପଣ ଯାହା ବିଚାର କରି ନିଷ୍ପତ୍ତି ନେବେ ।' ପଣ୍ଡିତ ଜବାହରଲାଲ ନେହେରୁ ମଧ୍ୟପ୍ରଦେଶ ସୀମାରେ ପ୍ରକଳ୍ପ ନିର୍ମାଣ ନକରି ଓଡ଼ିଶାରେ ହୀରାକୁଦଠାରେ ବନ୍ଧ ନିର୍ମାଣ କରାଇଲେ ଏବଂ ଏଥିନିମନ୍ତେ ମଧ୍ୟପ୍ରଦେଶ ସରକାରଙ୍କର ସହମତି ହାସଲ କରିଥିଲେ । ସେହିପରି ବିହାର ରାଜ୍ୟର ପ୍ରବଳ ଦାବି ସତ୍ତ୍ୱେ  ଲୌହ ଇସ୍ପାତ କାରଖାନା ବିହାରରେ ପ୍ରତିଷ୍ଠା ନକରି ଓଡ଼ିଶାର ରାଉରକେଲାଠାରେ ପ୍ରତିଷ୍ଠା କରାଇଥିଲେ । ତାମିଲନାଡ଼ୁ ଏବଂ କର୍ଣ୍ଣାଟକ ମଧ୍ୟରେ ବହୁବର୍ଷ ଧରି ଲାଗି ରହିଥିବା କାବେରୀ ଜଳବିବାଦ ଯାହାକୁ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ଅଟଳବିହାରୀ ବାଜପେୟୀ ମଧ୍ୟସ୍ଥତା କରି ସମାଧାନ କରିଥିଲେ ।  

ଛତିଶଗଡ଼ ରାଜ୍ୟ ସରକାରଙ୍କ ଓଡ଼ିଶା ସ୍ୱାର୍ଥ ବିରୋଧୀ  କାର୍ଯ୍ୟ ଯୋଗୁଁ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଚାଷୀ ବ୍ୟାପକତର ଭାବେ ପ୍ରଭାବିତ ହେଉଥିଲେ ମଧ୍ୟ ସେହି ମାଟି ଓ ପାଣି ପବନରେ ପରିପୁଷ୍ଟ ହୋଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ଜନ୍ମମାଟିକୁ ନଚାହିଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖୁଛନ୍ତି ।" 

ଅନୁଭବରୁ ଅନୁଭୂତି-ସେଦିନରୁ ଆଜିଯାଏଁ

"ମହାନଦୀ ଜଳବିବାଦ-ପ୍ରଧାନମନ୍ତ୍ରୀ ମୋଦି ଦଳୀୟ ଭାବନା ପରିହାର କରନ୍ତୁ'

 ଡା. ଦାମୋଦର ରାଉତ

ଗୋଟିଏ ନଦୀ ଯଦି ଏକାଧିକ  ରାଜ୍ୟ ଦେଇ ପ୍ରବାହିତ ହେଉଥାଏ ଏବଂ ଜଳ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଯେବେ ସ୍ଥିର କରାଯାଏ, ତା'ହେଲେ ସଂପୃକ୍ତ ରାଜ୍ୟଗୁଡ଼ିକର ସହମତି ଭିତ୍ତିରେ ତାହା ନିର୍ମାଣ କରାଯାଏ । ଏହା ଆମ ସଂଘୀୟ ସମ୍ବିଧାନର ନିର୍ଦ୍ଦେଶ । ତାକୁ ଦୃଷ୍ଟିରେ ରଖି  ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଆଲୋଚନାକୁ ଡାକି ସହମତି ଭିତ୍ତିରେ ମଧ୍ୟପ୍ରଦେଶର ସୀମା ଭିତରେ ମହାନଦୀରେ ଆନିକଟ ତିଆରି ନକରି ଓଡ଼ିଶାରେ ହୀରାକୁଦଠାରେ ନିର୍ମାଣ କରିଥିଲେ । ସେତେବେଳେ ମଧ୍ୟ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟ ସୀମାରେ ପ୍ରକଳ୍ପ ନିର୍ମାଣ ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଋଷିପ୍ରତୀମ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ । ପ୍ରଧାନମନ୍ତ୍ରୀ ତାଙ୍କ ମତ ଲୋଡ଼ିଲା ବେଳେ ଅତି ନମ୍ରତାର ସହିତ ମୁଖ୍ୟମନ୍ତ୍ରୀ କହିଥିଲେ "ନେହେରୁଜୀ, ଆପଣ ଆମ ସଂଘୀୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ । ସବୁ ରାଜ୍ୟର ସମବିକାଶ କରିବା ଆପଣଙ୍କ ଦାୟିତ୍ୱ । ଏ ସମ୍ପର୍କରେ ମୁଁ କ'ଣ କହିବି । ମହାନଦୀ ମୋ ରାଜ୍ୟ ଦେଇ ପ୍ରାୟ ୫୦୦ କି.ମି. ଅତିକ୍ରମ କରି ସମୁଦ୍ରରେ ମିଶିଛି । ଜଳସମ୍ପଦରେ ଭରା ମୋ ରାଜ୍ୟ ସବୁଠାରୁ ଦରିଦ୍ରତମ ରାଜ୍ୟ ଭାବରେ ଚିହ୍ନଟ ହୋଇଛି । ତେଣୁ ଆପଣ ଯାହା ବିଚାର କରି ନିଷ୍ପତ୍ତି ନେବେ ।' ପଣ୍ଡିତ ଜବାହରଲାଲ ନେହେରୁ ମଧ୍ୟପ୍ରଦେଶ ସୀମାରେ ପ୍ରକଳ୍ପ ନିର୍ମାଣ ନକରି ଓଡ଼ିଶାରେ ହୀରାକୁଦଠାରେ ବନ୍ଧ ନିର୍ମାଣ କରାଇଲେ ଏବଂ ଏଥିନିମନ୍ତେ ମଧ୍ୟପ୍ରଦେଶ ସରକାରଙ୍କର ସହମତି ହାସଲ କରିଥିଲେ । ସେହିପରି ବିହାର ରାଜ୍ୟର ପ୍ରବଳ ଦାବି ସତ୍ତ୍ୱେ  ଲୌହ ଇସ୍ପାତ କାରଖାନା ବିହାରରେ ପ୍ରତିଷ୍ଠା ନକରି ଓଡ଼ିଶାର ରାଉରକେଲାଠାରେ ପ୍ରତିଷ୍ଠା କରାଇଥିଲେ । ସେହି ସମୟରେ ଆନ୍ତଃରାଜ୍ୟ ଜଳବିବାଦର ସମାଧାନ ନିମନ୍ତେ ଜଳ କମିଶନ ନାମରେ ଏକ କମିଶନ ସୃଷ୍ଟି କରାଯାଇଥିଲା । ଗୋଟିଏ ନଦୀର ଜଳସ୍ରୋତକୁ ନେଇ ରାଜ୍ୟ ରାଜ୍ୟ ମଧ୍ୟରେ ବିବାଦ ଉପୁଜିଲେ ଜଳ କମିଶନ ମଧ୍ୟସ୍ଥତା କରି ସହମତି ହାସଲ କରିଥାଆନ୍ତି । ଜଳ କମିଶନ ଦ୍ୱାରା ଯଦି ସହମତି ହାସଲ ନହୁଏ, ତେବେ ସ୍ୱୟଂ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ବିବାଦର ସମାଧାନ କରିଥାଆନ୍ତି । ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛି ତାମିଲନାଡ଼ୁ ଏବଂ କର୍ଣ୍ଣାଟକ ମଧ୍ୟରେ ବହୁବର୍ଷ ଧରି ଲାଗି ରହିଥିବା କାବେରୀ ଜଳବିବାଦ ଯାହାକୁ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ଅଟଳବିହାରୀ ବାଜପେୟୀ ମଧ୍ୟସ୍ଥତା କରି ସମାଧାନ କରିଥିଲେ । ଏଭଳିକି ସ୍ୱର୍ଗତ ବିଜୁ ପଟ୍ଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କୁ ଆଣି ଇନ୍ଦ୍ରାବତୀ ପ୍ରକଳ୍ପର ଶୁଭ ଦେଲା ବେଳେ ସେହି ପ୍ରକଳ୍ପର ପ୍ରୋଜେକଟା  ରିପୋର୍ଟରେ ଓଡ଼ିଶା ଓ ଛତିଶଗଡ଼କୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ପ୍ରସ୍ତାବ ରଖୀଥିଲେ । ସମ୍ପ୍ରତି ଇନ୍ଦ୍ରାବତୀ ପ୍ରକଳ୍ପରେ କେନାଲ ଖନନ କରାଯାଇ ଚାଷଜମିକୁ ଜଳସେଚନ ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରାୟ ୬୦ କୋଟି ଟଙ୍କା ବ୍ୟୟ କରାଯାଇ ତାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଓଡ଼ିଶା ସରକାରଙ୍କ ଜଣେ ସୁପରିଣ୍ଟେଣ୍ଡେଣ୍ଟ ଇଂଜିନିୟରିଂଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଫଳରେ ଛତିଶଗଡ଼ ରାଜ୍ୟର ଚାଷଜମି ମଧ୍ୟ ଜଳସେଚିତ ହୋଇ ପାରିବ । ଅନ୍ୟ ଅର୍ଥରେ ଓଡ଼ିଶା ସରକାର ଅର୍ଥ ବ୍ୟୟ କରି ଛତିଶଗଡ଼ ରାଜ୍ୟର ଚାଷଜମିକୁ ଜଳ ଯୋଗାଇବା ପାଇଁ ପ୍ରୟାସ କରୁଥିବା ବେଳେ ଛତିଶଗଡ଼ ରାଜ୍ୟର ବିଜେପି ସରକାର ମହାନଦୀ ଜଳବିବାଦ ସୃଷ୍ଟି କରି ଓଡ଼ିଶାର ଜଳସେଚିତ ଜମିକୁ ମରୁଭୂମିରେ ପରିଣତ କରିବା ପାଇଁ ଇଚ୍ଛାକୃତ ଉଦ୍ୟମ କରୁଛି । ଏପରିକି ଛତିଶଗଡ଼ ରାଜ୍ୟ ସରକାରଙ୍କ ଓଡ଼ିଶା ସ୍ୱାର୍ଥ ବିରୋଧୀ  କାର୍ଯ୍ୟ ଯୋଗୁଁ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଚାଷୀ ବ୍ୟାପକତର ଭାବେ ପ୍ରଭାବିତ ହେଉଥିଲେ ମଧ୍ୟ ସେହି ମାଟି ଓ ପାଣି ପବନରେ ପରିପୁଷ୍ଟ ହୋଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜ ଜନ୍ମମାଟିକୁ ନଚାହିଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରୁଛନ୍ତି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖୁଛନ୍ତି । 

ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୨୯ ଫୁଟ । ଉପରମୁଣ୍ଡରୁ ମହାନଦୀକୁ ଜଳ ପ୍ରବେଶ ନକଲେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିଯିବ ଏବଂ ତଳମୁଣ୍ଡରେ କେନାଲରେ ଆବଶ୍ୟକ ପରିମାଣର ପାଣି ନଆସିଲେ ଓଡ଼ିଶାର କେନାଲ ଦ୍ୱାରା ଜଳସେଚିତ ଜମିରେ ମରୁଡ଼ି ଦେଖାଯିବ । ମହାନଦୀର ବର୍ଷାଜଳ ପ୍ରାୟ ୬ଟି ନଦୀମୁହାଣ ଦେଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ ଏବଂ ମହାନଦୀର ଜଳ ଶାଖାନଦୀ ଦେଇ ଉତ୍ତରପଟେ ଭିତରକନିକା ଏବଂ ଦକ୍ଷିଣପଟେ ଚିଲିକା ହ୍ରଦକୁ ପ୍ରବେଶ କରି ଏହି ଦୁଇଟି ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀକୁ ମନୋରମ କରିଥାଏ । ମହାନଦୀରେ ପର୍ଯ୍ୟାପ୍ତ ପାଣି ନଆସିଲେ ଭିତରକନିକା ଅଭୟାରଣ୍ୟରୁ କୁମ୍ଭୀର ଜନପଦକୁ ଆସି ତାଣ୍ଡବ ସୃଷ୍ଟି ହେଉଛି ଏବଂ ପରିବେଶ ଅସନ୍ତୁଳନ ହେଉଛି । ସେହିଭଳି ନୀଳାମ୍ବୁ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜଳରାଶିରେ ଆକର୍ଷିତ ହୋଇ ବିଦେଶରୁ ଯେଉଁ ଲକ୍ଷ ଲକ୍ଷ ପକ୍ଷୀ ଆସିଥାଆନ୍ତି ମହାନଦୀରୁ ଜଳ ପ୍ରବେଶ ନକଲେ ଚିଲିକା ତା'ର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆକର୍ଷଣ ହରାଇବ । ଏହା ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ ନକରି ପର୍ଯ୍ୟାପ୍ତ ଅଞ୍ଚଳରେ ପରିବେଶର ସନ୍ତୁଳନକୁ ବିପଦଜନକ ଅବସ୍ଥାକୁ ଠେଲି ଦେବ । ଏହା ଦ୍ୱାରା ଯୁଗ ଯୁଗ ଧରି ମହାନଦୀ ପଶ୍ଚିମାଞ୍ଚଳ ଓ ପୂର୍ବାଞ୍ଚଳର ସଂପର୍କ ଓ ସଂସ୍କୃତିର ସେତୁ ଭାବରେ କାର୍ଯ୍ୟ କରିବା ପରିବର୍ତ୍ତେ ରାଜ୍ୟର ଦୁଇ-ତୃତୀୟାଂଶ ଜନସଂଖ୍ୟାର ଜୀବନଜୀବିକା ଉପରେ କୁଠାରଘାତ କରିବା ଭଳି |

ଛତିଶଗଡ଼ ଓ ଓଡ଼ିଶା ଉଭୟ ଭାରତୟୁନିୟନର  ସଦସ୍ୟ ରାଜ୍ୟ ଅଟନ୍ତିା ଉଭୟ ରାଜ୍ୟର ସ୍ୱାର୍ଥରକ୍ଷା କରିବା ଏବଂ ଦୁଇ ରାଜ୍ୟର ସମବିକାଶ ଜରିଆରେ ରାଜ୍ୟର ଅଧିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଆଣିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ସାମ୍ବିଧାନିକ ଦାୟିତ୍ୱ ରହିଛିା ସଂଘୀୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ନରେନ୍ଦ୍ର ମୋଦି ନିଜକୁ ଭାରତୀୟ ଜନତା ପାର୍ଟିର ବୋଲି ବିବେଚନା କରିବା ସମ୍ବିଧାନ ବିରୋଧୀ  ରାଷ୍ଟ୍ରୀୟ ଭାବନା ପରିବର୍ତ୍ତେ ଦଳୀୟ ଏବଂ ଆଞ୍ଚଳିକ ଭାବନାକୁ ସେ ଯଦି ପାଥେୟ କରିବାକୁ ନିଶ୍ଚିତ କରିଛନ୍ତି ତେବେ ଦେଶର ସଂଘୀୟ ସମ୍ବିଧାନର ନିର୍ଯ୍ୟାସ ଓ ନିର୍ଦ୍ଦେଶ ଅନୁସାରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଆବଶ୍ୟକତା ରହିଛିା ସବୁ ରାଜ୍ୟର ସମବିକାଶ ଘଟାଇ ଦେଶକୁ ଶକ୍ତିଶାଳୀ କରିବାରେ ଯେଉଁ ସାମ୍ବିଧାନିକ ଦାୟିତ୍ୱ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବହନ କରୁଛନ୍ତି ତାହା ନକରି ଯଦି ସେ ରାଜ୍ୟ ରାଜ୍ୟ ଭିତରେ ବିଦ୍ଵେଷୀ  ସୃଷ୍ଟି କରି ନିଜ ଦଳକୁ ମଜବୁତ୍ କରିବାକୁ ଚାହୁଁଥାନ୍ତି, ତେବେ ଦେଶର ଅଖଣ୍ଡତା ରହିବ ତ? ଧାର୍ମିକ ଭାବନା, ଦଳୀୟ ଭାବନା ଓ ଆଞ୍ଚଳିକ ଭାବନା ଯଦି ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କବଳିତ କରିଛି ତେବେ ଉଚିତ ହେବ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିର ପ୍ରଚାର କମିଟିର ଅଧ୍ୟକ୍ଷ ହୋଇ କାର୍ଯ୍ୟ କରନ୍ତୁା କୌଣସି ରାଜ୍ୟ କେନ୍ଦ୍ରର ପ୍ରଜା ନୁହଁନ୍ତି, କିମ୍ବା ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିଜେପି ପ୍ରଧାନମନ୍ତ୍ରୀଙ୍କର ରାଜ୍ୟ ବିରୋଧୀ  ନିଷ୍ପତ୍ତିକୁ ମାନିନେବାକୁ ବାଧ୍ୟ ନୁହଁନ୍ତିା 

ମହାନଦୀ ଜଳବିବାଦ କ୍ଷେତ୍ରରେ ମାନ୍ୟବର ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଯେଉଁ ଭାଷାରେ ଭର୍ତ୍ସନା କରିଛନ୍ତି, ସେଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶା ପ୍ରତି ତାଙ୍କର ସାମ୍ବିଧାନିକ ଦାୟିତ୍ୱ କ'ଣ, ତାହା ବୁଝିବେ ବୋଲି ଆଶା କରାଯାଉଛିା ଓଡ଼ିଶା ଭାରତୀୟ ରାଷ୍ଟ୍ର ସଂଘରୁ ବିଚ୍ଛିନ୍ନ ହେବ ନାହିଁ, କିନ୍ତୁ ରାଜ୍ୟର ସ୍ୱାର୍ଥ ପାଇଁ ଏବଂ ନିଜର ହକ୍ ଆଦାୟ କରିବାକୁ ସଂଗ୍ରାମ କରୁଛି ଏବଂ କରୁଥିବା ୪ କୋଟି ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂଗ୍ରାମ ଜାରି ରଖୀ ଛନ୍ତି ସେଥ#ରୁ କେବେହେଲେ ଓହରିବେ ନାହିାଁ ସମ୍ବିଧାନ ସୃଷ୍ଟ ମାନ୍ୟବର ସୁପି୍ରମ୍ କୋର୍ଟ ଓଡ଼ିଶାର ଆବେଦନକୁ ଅବଶ୍ୟ ବିଚାର କରିବେ ବୋଲି ଦୃଢ଼ ବିଶ୍ୱାସ ରଖ#ଛନ୍ତିା ଛତିଶଗଡ଼ ଆମର ପଡେ଼ାଶୀା କିଛି ସଂକୀର୍ଣ୍ଣ ମନା ରାଜନେତା ଭାରତୀୟ ଜନତା ପାର୍ଟିର ପତାକା ତଳେ ପଡେ଼ାଶୀ ପଡେ଼ାଶୀ ମଧ୍ୟରେ ଶତୃତା ସୃଷ୍ଟି କରିବାରୁ କ୍ଷାନ୍ତ ରୁହନ୍ତୁ, ଏ କଥା ଓଡ଼ିଶାବାସୀ ଆଶା କରନ୍ତିା 

 

0
0
0
s2sdefault