ବିଜେପି ଅସହିଷ୍ଣୁତା ଓ ସମ୍ପ୍ରଦାୟିକତା ର ବିଷ ମଞ୍ଜି ବୁଣିଥିଲା, ତାର ପ୍ରତିଫଳ ଲୋକ ଦେଲେ : ବିଜୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କେନ୍ଦ୍ରମନ୍ତ୍ରୀ ଆଗେ କୁହନ୍ତୁ  ନିଜ ବିଭାଗ ଓଡ଼ିଶା ପାଇଁ କ’ଣ କରିଛି,
ରାଷ୍ଟ୍ରୀୟ ସଭାପତି ମୋ ବୁଥ୍‍ ସବୁଠୁ ମଜଭୁତ କାର୍ଯ୍ୟକ୍ରମ ଯେଉଁଠି ଯୋଗ ଦେଇଥିଲେ ସେଠି ବିଜେପି ଧୂଳିଚାଟିଛି
ହନୁ ମଲା ବେଳକୁ ସତ କହିଲା ଭଳି ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ଅବହେଳା କଥା ଗୁଜରାଟରେ ଉଠାଇଛନ୍ତି

 


ଭୁବନେଶ୍ୱର,: ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ନେଇ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‍ ଓରାମଙ୍କ ଅଭିଯୋଗ- ବିଜେଡି ଆମକୁ ଧୋକା ଦେଇଥିଲା । ୧୯୯୭ରେ କଂଗ୍ରେସକୁ ଯେପରି ବଙ୍ଗୋପସାଗରରେ ଫିଙ୍ଗିଥିଲୁ, ୨୦୧୯ରେ ବିଜେଡିର ସ୍ଥିତି ସେପରି କରିଦେବୁ ବୋଲି କହିବା ପ୍ରତିକି୍ରୟାରେ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି, ବିଜେଡି-ବିଜେପି ମେଣ୍ଟ ଚାଲିଥିବା ବେଳେ ଶାନ୍ତିପ୍ରିୟ ଓଡ଼ିଶାରେ ବିଜେପି ଧର୍ମ ସଂପ୍ରଦାୟ ଓ ଅସହିଷ୍ଣୁତାକୁ ନେଇ ରାଜନୀତି କରିବାକୁ ଆରମ୍ଭ କଲା । ଯାହାର ବିଷ ଫଳ କନ୍ଧମାଳ ସମେତ ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଲା । ଓଡ଼ିଶାର ଲୋକମାନେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ଧର୍ମ ଉପରେ ବିଶ୍ୱାସ କରନ୍ତି, ଯାହା ଉଦାର ବିଶ୍ୱ ଭାବର ବାର୍ତ୍ତା ବହନ କରେ । ସେହି ସମୟରେ ବିଜେପି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ବିକାଶ ଏଜେଣ୍ଡାକୁ ଭ୍ରୁକ୍ଷେପ ନକରି ସାମ୍ପ୍ରଦାୟିକ ଏଜେଣ୍ଡାକୁ ଆପଣାଇବା କାରଣରୁ ବିଜେଡି, ବିଜେପିର ହାତ ଛାଡ଼ିବାକୁ ବାଧ୍ୟ ହେଲା ଏବଂ ଯେଉଁଥିପାଇଁ ଆଜି ବିଜେପି ନିମ୍ନଗାମୀ ହେବାରେ ଲାଗିଛି । ଯଦି ବିଜେଡି ସେ ସମୟରେ ବିଜେପିର ସାମ୍ପ୍ରଦାୟିକ ଏଜେଣ୍ଡାରେ ସହମତି ପ୍ରକାଶ କରିଥାନ୍ତା, ତେବେ ଓଡ଼ିଶାବାସୀ ବିଜୁ ଜନତା ଦଳକୁ ଏକକ ସଂଖ୍ୟା ଗରିÂ ଦଳର ମାନ୍ୟତା ପ୍ରଦାନରେ ସହଯୋଗ କରିନଥାନ୍ତେ । ଜାତିପ୍ରଥା ଓ ସାମ୍ପ୍ରଦାୟିକତାକୁ ଏଜେଣ୍ଡା କରି ବିଜେପି ତା’ର ରାଜନୀତି କରୁଥିବା ଗତ କିଛିଦିନ ତଳେ ରାଜ୍ୟସଭା ସାଂସଦ ତଥା ତକ୍ରାଳୀନ ଓଡ଼ିଶା ପ୍ରଭାରୀ ଚନ୍ଦନ ମିତ୍ରଙ୍କ ଖୁଲାସାରୁ ସ୍ପଷ୍ଟ ହୋଇଥିଲା । ଯାହାର ଉତ୍ତର ଏବେବି ବିଜେପି ପାଖରେ ନାହିଁ । ବାସ୍ତବରେ ବିଜେଡି ଧୋକା ଦେଇନାହିଁ, ବରଂ ବିଜେପି କେବଳ ବିଜେଡି ନୁହେଁ, ରାଜ୍ୟବାସୀଙ୍କୁ ମଧ୍ୟ ଧୋକା ଦେଇଥିଲା । ମେଣ୍ଟର ଧର୍ମ, ସର୍ତ୍ତ ଓ ସୀମା ଉଲ୍ଲଂଘନ କରି ବିଜେପି ଯେଉଁ ବେଇମାନୀ କରିଥିଲା, ତା’ର ଫଳ ବିଜେପିକୁ ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନ ଏବଂ ଅନ୍ୟାନ୍ୟ ନିର୍ବାଚନରେ ଭୋଗିଛି ଏବଂ ଆଗକୁ ଆହୁରି ଭୋଗିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସାମ୍ନାରେ କଂଗ୍ରେସ ଫିକା ପଡିଯାଇଥିଲା, ଯେଉଁଭଳି ବିଜେପିର ଅବସ୍ଥା । ତେଣୁ ଓଡ଼ିଶାରୁ କଂଗ୍ରେସ ଶାସନ ହଟାଇବାରେ ବିଜେପିର କୌଣସି ଭୂମିକା ନାହିଁ । ଯେବେ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ପାଖରେ ଏକ ନିର୍ଭରଯୋଗ୍ୟ ବିକଳ୍ପ ଭାବରେ ଆସିଥିଲେ, ସେହିଦିନ ଠାରୁ ଓଡ଼ିଶାର ଲୋକମାନଙ୍କର ଆସ୍ଥା, ବିଶ୍ୱାସ ଓ ଭରସା ବଢ଼ିବାରେ ଲାଗିଛି ବୋଲି ଶ୍ରୀ ନାୟକ କହିଛନ୍ତି ।
ଅନ୍ୟପକ୍ଷରେ ପ୍ରକାଶ ଜାଭଡେ଼କରଙ୍କ ପରି କେନ୍ଦ୍ର ସରକାରଙ୍କ ଜଣେ ଦାୟିତ୍ୱସଂପନ୍ନ ମନ୍ତ୍ରୀ ଭଡ଼ାଟିଆ ଗୁଣ୍ଡା ଭଳି ଆଚରଣ କରୁଛନ୍ତି । ଉଦେ୍ଧଶ୍ୟମୂଳକ ଭାବେ ଗୋଟିଏ ପ୍ରଗତିଶୀଳ ଏବଂ ଲୋକାଭିମୁଖି ଓଡ଼ିଶା ସରକାରଙ୍କୁ ଆକ୍ରମଣ କରୁଛନ୍ତି । ତାଙ୍କୁ ଓଡ଼ିଶାରେ କୌଣସି ଭଲ ଜିନିଷ ଦିଶୁନି । ୨୦୦୦ ମସିହା ପୂର୍ବର ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶାର ମଧ୍ୟରେ କି ପ୍ରଭେଦ ଅଛି ଏବଂ ଗତ ୧୭ବର୍ଷରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ କିଭଳି ପ୍ରଗତି ହାସଲ କରିଛି ତାହା ତାଙ୍କୁ ଦିଶୁନାହିଁ । ଦୁଃଖର ବିଷୟ, ତାଙ୍କୁ ତାଙ୍କ ଦଳର ନେତାମାନେ ଓଡ଼ିଶା ପ୍ରଗତି ସଂପର୍କରେ କୌଣସି ସଠିକ୍‍ ସୂଚନା ଦେଉନାହାନ୍ତି । ସଂପ୍ରତି ସମଗ୍ର ଭାରତବର୍ଷରେ ବିଜେପିର ପାଦତଳୁ ମାଟି ଖସିବାରେ ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ ଗୁଜରାଟରେ ବିଜେପି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛି । ଜଣେ ପ୍ରଧାନମନ୍ତ୍ରୀ ବାରମ୍ବାର ଗସ୍ତ କରି ବିପର୍ଯ୍ୟୟକୁ ରୋକିବାକୁ ସତଚେଷ୍ଟା କଲେ ମଧ୍ୟ ସଫଳ ହେବାର ସମ୍ଭାବନା ଦିଶୁନି । ଓଡ଼ିଶାର ଲୋକମାନେ କ୍ରମାଗତ ଭାବରେ ପ୍ରଗତିର ପକ୍ଷଭୁକ୍ତ ହୋଇଛନ୍ତି ଏବଂ ଏହି ପ୍ରଗତିର ପ୍ରତୀକ ହେଉଛନ୍ତି ନବୀନ ପଟ୍ଟନାୟକ । କେନ୍ଦ୍ରମନ୍ତ୍ରୀ ମହୋଦୟ ବିଭିନ୍ନ କ୍ଷେତ୍ର ସଂପର୍କରେ ଅବା‚ôତ ମନ୍ତବ୍ୟ ଦେଉଥିବା ବେଳେ ନିଜ ବିଭାଗ ଓଡ଼ିଶା ପାଇଁ କ’ଣ କରିଛି, ସେ ସଂପର୍କରେ କିଛି ସୂଚନା ଦେଉନାହାନ୍ତି । ଏଥିରୁ ତାଙ୍କର ମନୋଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ମଝିରେ ମଝିରେ ଓଡ଼ିଶା ଆସି ଓଡ଼ିଶାର ଜନଗଣ ମନଙ୍କର ଭାବକୁ ନବୁଝି ଅବା‚ôତ ଓ ଅବାନ୍ତର ମନ୍ତବ୍ୟ ଦେବା ବିଜେପି ପାଇଁ ମହଙ୍ଗା ପଡିବ । ହନୁ ମଲା ବେଳକୁ ସତ କହିଲା ଭଳି ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ଅବହେଳା କଥା ଗୁଜରାଟରେ ଉଠାଇଛନ୍ତି । ଯଦି ସେ ଅବହେଳାର ସମ୍ମୁଖୀନ ହେଉଥିଲେ ଏବେ ସେ ପ୍ରଧାନମନ୍ତ୍ରୀ ହେବା ପରେ ଅଣବିଜେପି ରାଜ୍ୟମାନଙ୍କ ପ୍ରତି କାହିଁକି ଅବହେଳା କରୁଛନ୍ତି? ଏହି ପ୍ରସଂଗକୁ ବିଜେଡି ବିଭିନ୍ନ ସମୟରେ ଉପସ୍ଥାପନା କରିଛି । ରାଜ୍ୟର ନ୍ୟାଯ୍ୟ ଦାବି ସଂପର୍କରେ କେନ୍ଦ୍ରମନ୍ତ୍ରୀ ପଦୁଟିଏ ମଧ୍ୟ ଉଚ୍ଚାରଣ କରୁନାହାନ୍ତି । ମୋଟାମୋଟି ଭାବରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ଆସି ଦଳିତଙ୍କ ଘରେ ଭୋଜନ କରି ଯେଉଁ ନାଟକବାଜି କରୁଛନ୍ତି ତାହା ଓଡ଼ିଶା ଲୋକଙ୍କ ଦ୍ୱାରା ଆଦୌ ଗ୍ରହଣୀୟ ହେବ ନାହିଁ । ସେ ଭୁଲିଯାଉଛନ୍ତି, ତାଙ୍କ ଦଳର ରାଷ୍ଟ୍ରୀୟ ସଭାପତି ମୋ ବୁଥ୍‍ ସବୁଠୁ ମଜଭୁତ କାର୍ଯ୍ୟକ୍ରମ ଯେଉଁଠି ଯୋଗ ଦେଇଥିଲେ ସେଠି ବିଜେପି ଧୂଳିଚାଟିଛି । ସେଥିରୁ ଶ୍ରୀ ଜାଭଡେ଼କର କିଛି ବୋଧେ ଶିଖିପାରିନାହାନ୍ତି । ଓଡ଼ିଶାର ଲୋକମାନେ ବିଜେପି ପ୍ରତି ବୀତସ୍ପୃହ । ଯେତେବେଳେ ଯେଉଁ ସୁଯୋଗ ଆସିବ, ଏକଥା ସେମାନେ ଜଣାଇଦେବାକୁ ପ୍ରସ୍ତୁତ । ଜାଭଡେ଼କର ପ୍ରସ୍ତୁତ ରୁହନ୍ତୁ, ଆଗାମୀ ସମୟରେ ବିଜେପି କିଭଳି ବିଭିନ୍ନ ସ୍ଥାନରେ ଲୋକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଉଛି ତାହା ଦେଖିବେ ଓ ମନ୍ତବ୍ୟ ଦେବେ ବୋଲି ଶ୍ରୀ ନାୟକ କହିଛନ୍ତି ।

0
0
0
s2sdefault