ହେଡଲାଇନସ୍:

 ଲଙ୍କା ପୁରୀ କେଉଁଟା, ଆଉ ରାବଣ କିଏ ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ମୁଁ  ମୋଦିଙ୍କ ହନୁମାନ,  ମୋ ଲାଗୁଡ଼ରେ ନିଆଁ ଲଗାଇବାର ସାହସ କରନି" : ଧର୍ମେନ୍ଦ୍ର

Bhubaneswar :  ମୁଁ  ହେଉଛି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହନୁମାନ  । ମୋ  ଲାଙ୍ଗୁଡରେ ନିଆଁ ଲଗାଇବାକୁ ପ୍ରୟାସ କରାନଯାଉ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର ବା ବିଜେଡ଼ିକୁ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ରାମାୟଣରେ ଅବଶ୍ୟ ହନୁମାନ ଲଙ୍କା  ଯାଇଥିବା ବେଳେ ସେଠାରେ ତାଙ୍କ ଲାଙ୍ଗୁଡ଼ରେ ନିଆଁ ହୁଳ ଲଗାଇ ଦିଆଯାଇଥିଲା | ସେ ଲଙ୍କାପୁରିକୁ ଜାଳି ପୋଡି ଛାରଖାର କରି ଦେଇଥିଲେ | ହେଲେ ତାଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇଲେ ସେ କେଉଁ ଲଙ୍କା ପୁରୀ ଦହନ  କରିବାର ପରୋକ୍ଷ ଚେତାବନୀ ଦେଇଛନ୍ତି ତାହାକୁ ନେଇ ଏବେ ଚର୍ଚା | ସେ ଲଙ୍କାପୁରି କେଉଁଟା ? ଆଉ ସେଠି ରାବଣ କିଏ?

 ବାଲେଶ୍ୱର ଠାରେ ଭୁବନେଶ୍ୱର ଏମ୍ସର ସାଟେଲାଇଟ ସେଣ୍ଟର ଉଦ୍ଘାଟନ ଅବସରରେ ଏଭଳି  ଚେତାବନୀ  ଦେଇ ଦେବା ସହ  ଶ୍ରୀ ପ୍ରଧାନ କହିଛନ୍ତି ଯେ,  କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ କାଯର୍ୟକ୍ରମ ହେଉଛି ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏହାକୁ କାର୍ଯ୍ୟକାରୀ କରିବାକୁ ଅନେକ ରାଜ୍ୟ ଆଗେଇ ଆସିଲେଣି  । ଓଡିଶା ଏନେଇ ପଛରେ ପଡିବା ଉଚିତ ନୁହେଁ  । କୌଣସି ଜନକଲ୍ୟାଣ କାର୍ଯ୍ୟକ୍ରମ କୁ ରାଜନୈତିକ ରଙ୍ଗ ଦିଆଯିବା ଉଚିତ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏପରିକି ଶ୍ରୀ ପ୍ରଧାନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଦାବିପତ୍ର ଦେବା ପ୍ରସଙ୍ଗରେ ମଧ୍ୟ ସେ ଏସବୁ ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ  ।

 କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡା ବାଲେଶ୍ୱରରେ ଏମ୍ସ- ଭୁବନେଶ୍ୱରର ସାଟେଲାଇଟ କେନ୍ଦ୍ର ପାଇଁ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ କହିଛନ୍ତି ଯେ ଓଡିଶାର ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଓଡିଶାରେ ଆଉ ୩ଟି ମେଡିକାଲ କଲେଜ ଖୋଲାଯିବ  । ଏହା ସହିତ ବ୍ରହ୍ମପୁର,ବୁର୍ଲା ଓ କଟକରେ ଥିବା ସରକାରୀ ମେଡିକାଲ କଲେଜରେ ଗୋଟିଏ ଲେଖାଏ ସୁପର ସ୍ପେଶାଲିଟି ବ୍ଲକ ପ୍ରତିଷ୍ଠା  ପାଇଁ କେନ୍ଦ୍ର ସରକାର ୪୧୦କୋଟି ଟଙ୍କା ସହାୟତା ଦେବେ | ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜ ହସ୍ପିଟାଲରେ ସୁପର ସ୍ପେଶାଲିଟି  ବ୍ଳକ ପାଇଁ ୧୫୦କୋଟି ଟଙ୍କା ଓ କଟକ ମେଡିକାଲ କଲେଜ ପାଇଁ ୨୬୦କୋଟି ଟଙ୍କା ବ୍ୟୟ କରାଯିବ କଟକର ଆଚାର୍ଯ୍ୟ  ହରିହର ଆଂଚଳିକ  କର୍କଟ ଚିକିତ୍ସା କେନ୍ଦ୍ରରେ ଏକ ଆଧୁନିକ କର୍କଟ ସଂସ୍ଥାନ ନିମନ୍ତେ ୭୯.୬୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି  । ଜାତୀୟ ସ୍ୱାସ୍ଥ୍ୟ ମିଶନ ଆରମ୍ଭ ହେବା ଦିନଠୁ ଏହି ଯୋଜନାରେ ଓଡିଶାକୁ ୭,୪୭୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି  ।

ଓଡିଶାର ବିକାଶ ଲାଗି ଭାରତ ସରକାର ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି  । ବାଲେଶ୍ୱରରେ ସ୍ଥାପନ ହେବାକୁ ଯାଉଥିବା ସାଟେଲାଇଟ୍ କେନ୍ଦ୍ରରେ ୩୦୦  ଶଯ୍ୟା ବିଶିଷ୍ଟ ମଲଟିସ୍ପେଶାଲିଷ୍ଟ ହସ୍ପିଟାଲକୁ ସ୍ୱଳ୍ପ ଅବଧି ମଧ୍ୟରେ କାର୍ଯ୍ୟକ୍ଷମ  ପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ  । ୩୫.୭୬ କୋଟି ଟଙ୍କା ବ୍ୟୟରେ ୧୫ମାସ ମଧ୍ୟରେ ଏହି ସାଟେଲାଇଟ କେନ୍ଦ୍ରର ଓପିଡି ବ୍ଲକ ଓ କର୍ମ·ରୀ ବାସଗୃହ ନିର୍ମାଣ କରାଯିବ  । ଏଠାରେ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିପାରିବ । ଏମ୍ସରେ ଏମବିବିଏସ ପରେ ତାଲିମ ନେଉଥିବା ଛାତ୍ରଛାତ୍ରୀ ଓ ପିଜି ଛାତ୍ରଛାତ୍ରୀମାନେ ଏଠାରେ ନିୟୋଜିତ ହେବେ  । ଓପିଡି ସେବା ଆରମ୍ଭ ହେଲେ ଦୈନିକ ୬୦୦-୭୦୦ ରୋଗୀଙ୍କୁ ସେବା ମିଳିପାରିବ  । ଯାହାଫଳରେ ଭୁବନେଶ୍ୱର ଏମ୍ସରେ ରୋଗୀଙ୍କ ଭିଡ ହ୍ରାସ ପାଇବ ବୋଲି ସେ କହିଛନ୍ତି । 

0
0
0
s2sdefault