ହେଡଲାଇନସ୍:

"ଶ୍ରୀମନ୍ଦିର କଣ ସରକାରଙ୍କ ଖେଳଘର?"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଘୋର ଅବ୍ୟବସ୍ଥା ସାଙ୍ଗକୁ ସମ୍ପତ୍ତି ଲୁଟ"

ଭୁବନେଶ୍ୱର, ତା ୬/୯/୨୫ :- କଂଗ୍ରେସ ଭବନଠାରେ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ମୁଖପାତ୍ର ଜୟଶ୍ରୀ ପାତ୍ର ପାସ ବଣ୍ଟନ ଅବ୍ୟବସ୍ଥା ଉପରେ ଗମ୍ଭୀର ତଥ୍ୟ ଉପସ୍ଥାପନା କରିଛନ୍ତି ।
ମୁଖପାତ୍ର ଶ୍ରୀମତୀ ପାତ୍ର କହିଛନ୍ତି, ଗତ ୨୦୨୫ ରଥଯାତ୍ରା ସମ୍ପର୍କରେ ଅତି ଗୁରୁତ୍ୱପୂର୍ଣ ଆରଟିଆଇ ତଥ୍ୟ ଅନୁସାରେ କର୍ଡନ ପାସ ୨୫୦୦, ଅନ୍ୟାନ୍ୟ ୨୨,୫୦୦ ସମୁଦାୟ ୨୪,୩୫୦ ପାସ ବଣ୍ଟନ କରା ଯାଇଥିଲା ଯାହା ତା ପୂର୍ବ ବିଜେଡି ସରକାର ବାଣ୍ଟିଥିବା ୫୦୦୦ ପାସରୁ ପ୍ରାୟ ପାଞ୍ଚଗୁଣ ଅଧିକ । ଏତେ ସଂଖ୍ୟାରେ ଭିଆଇପି ପାସ ବଣ୍ଟନ କାହା ସ୍ୱାର୍ଥ ସାଧନ ପାଇଁ କରାଯାଇଥିଲା, ଯେତେବେଳେ କି ସାଧାରଣ ଜନତା ଦର୍ଶନ ପାଇଁ ହନ୍ତସନ୍ତ ହେବାକୁ ପଡିଲା ବୋଲି ଶ୍ରୀମତୀ ପାତ୍ର ଆଇନ ମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ।
ଯେଉଁ ଦଳ ବିରୋଧୀ ଦଳ ଥିବା ବେଳେ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବିରୁଦ୍ଧରେ ଚିତ୍କାର କରୁଥିଲା ସେଇ ଦଳ ସରକାରରେ ଆସିବା ପରେ ଧାଡି ଦର୍ଶନ ଲାଗୁ କରିବା ପାଇଁ ଅଣ୍ଟା ଭିଡିଛି । ବହୁ ବାଦ ବିବାଦ ପରେ ପରିଚାଳନା କମିଟି ଗଠନ କରାଗଲା କିନ୍ତୁ ଏହା ଦଳୀୟ କମିଟି ଭଳିଆ ପ୍ରତୀତ ହେଉଛି । କମିଟି ଧାଡି ଦର୍ଶନ ଉପରେ ପ୍ରାଥମିକତା ଦେଇଛି । କିନ୍ତୁ ଧାଡି ଦର୍ଶନ ଏତେ ସହଜ ନୁହେଁ । ନୀତିକାନ୍ତି, ରଥଯାତ୍ରା ସମୟରେ ବ୍ୟାରିକେଡ଼, ରାଧା ମାଧବ ବିଜେ, ବୟସ୍କା ମାଆ ହବିଷ୍ୟାଳୀଙ୍କ ଧାଡିରେ ରହିବା, ଭିଡ଼ ପାଇଁ ମହାସ୍ନାନ, ଭୋଗ ଆଦିରେ ବ୍ୟାଘାତ ଆଦି ସମସ୍ୟା ଧାଡି ଦର୍ଶନରେ ସୃଷ୍ଟି ହେବ । ଏହାକୁ କମିଟି ଦୃଷ୍ଟି ରଖିଛି କି ବୋଲି ଶ୍ରୀମତି ପାତ୍ର ପ୍ରଶ୍ନ କରିଛନ୍ତି ।

ପିସିସିର ଅନ୍ୟତମ ବରିଷ୍ଠ ମୁଖପାତ୍ର ଲଲାଟେନ୍ଦୁ ଦାସ ଶ୍ରୀମନ୍ଦିର ଖଣି ଖାଦାନର କିପରି ଦିନ ଦ୍ବିପ୍ରହରରେ ହରିଲୁଟ ହେଉଛି ଏହା ଉପରେ ଚାଞ୍ଚଲ୍ୟକର ତଥ୍ୟ ପରିବେଷଣ କରିଥିଲେ, ସାରା ଭାରତ ବର୍ଷରେ ମହାପ୍ରଭୁଙ୍କ ୬୨ ହଜାର କୋଟି ଟଙ୍କାର ସମ୍ପତ୍ତି ଅଛି ଏବଂ ସେଥିମଧ୍ୟରୁ ଓଡ଼ିଶାରେ ୩୮ ହଜାର କୋଟି ଟଙ୍କାର ସମ୍ପତ୍ତି ଥିବା ସମସ୍ତେ ଜାଣିଛନ୍ତି। ତେବେ ଓଡ଼ିଶାରେ ଥିବା ସମ୍ପତ୍ତିର ପ୍ରାୟ ୩୦% କେବଳ ଖୋର୍ଦ୍ଧା ଏବଂ ପୁରୀରେ ଅଛି । ଏହି ସମ୍ପତ୍ତିରେ ହଜାର ହଜାର କୋଟି ଟଙ୍କାର ବାଲି, ମୋରମ ଏବଂ ମାଙ୍କଡା ପଥର ଖଣି ଅନ୍ତର୍ଭୁକ୍ତ । ଏହି ଖଣି ଖାଦାନ ଦୀର୍ଘ ବର୍ଷ ହେବ ସରକାର ନିଲାମ କରିନାହାନ୍ତି କିନ୍ତୁ ନିଲାମ ନ ହେବା ସତ୍ୱେ ଶାସନର ଚାତ୍ରଛାୟା ତଳେ ପ୍ରଭାବଶାଳୀ ଲୋକ ଖଣି ଖାଦାନର ହରିଲୁଟ କରି ଚାଲିଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ସେ ପୁଣି କହିଛନ୍ତି, ଗତ ମେ ମାସରେ ହାଇକୋର୍ଟଙ୍କ ଦ୍ୱାରା ଗଠିତ ବେଞ୍ଚର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ ସଞ୍ଜିବ ପାଣିଗ୍ରାହୀ କହିଥିଲେ, ମହାପ୍ରଭୁଙ୍କ ସମତ୍ତି ରକ୍ଷଣରେ ବ୍ୟତିକ୍ରମ କେବଳ ଆଇନଗତ ସମସ୍ୟା ନୁହେଁ ବରଂ ଏକ ଆଧ୍ୟାତ୍ମିକ ଅପମାନ ଏବଂ ସାଂସ୍କୃତିକ କ୍ଷତି ବୋଲି ଉଦବେଗ ପ୍ରକାଶ କରିବା ସହ ଅତିଶୀଘ୍ର ମହାପ୍ରଭୁଙ୍କ ସମ୍ପତ୍ତି ସରକାର ପୁନଃ ଅକ୍ତିଆର କରୁ ବୋଲି ନିର୍ଦେଶ ଦେଇଥିଲେ। କିନ୍ତୁ ମାନ୍ୟବର ହାଇକୋର୍ଟଙ୍କ ଆଦେଶର ୪ ମାସ ବିତିଯାଇଥିଲେ ସୁଦ୍ଧା ସରକାର ଏଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି ।
ମହାପ୍ରଭୁଙ୍କ ସମ୍ପତ୍ତି ଆଇନ ମନ୍ତ୍ରୀଙ୍କ ପରିବାର ଦଖଲରେ ଅଛି ବୋଲି ଆଇନ ମନ୍ତ୍ରୀ କୁହନ୍ତୁ ଅଥବା ପରିବାର ଦଖଲରେ ନାହିଁ ବୋଲି ଏକ ସତ୍ୟପାଠ ଦାଖଲ କରନ୍ତୁ ବୋଲି ମୁଖପାତ୍ର ଶ୍ରୀ ଦାସ ଆଇନ ମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଜିଏସଟି ଉପରେ ନିଜ ଅଭିମତ ରଖିଥିଲେ। ଏଥିରେ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ, ମୁଖପାତ୍ର ରଜନୀ ମହାନ୍ତି, ଲଲାଟେନ୍ଦୁ ଦାସ, ନଳିନୀକାନ୍ତ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault