ଦଳରେ କୋଣଠେସା ହେଉଛନ୍ତି କି ସଞ୍ଜୟ !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଜି ପ୍ରକାଶ ପାଇଛି ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା | ଦଳର ଟାଣୁଆ ନେତାଙ୍କୁ ସେମାନଙ୍କ ଯୋଗ୍ୟତା ଓ ଦକ୍ଷତା ଆଧାରରେ ଦିଆଯାଇଛି ଜିଲ୍ଲା ଦାୟିତ୍ୱ | ଏପରିକି ଜଣେ ଜଣେ ନେତା ବି ଦି ଦି ଟା ଜିଲ୍ଲା ଦାୟିତ୍ୱ ପାଇଛନ୍ତି | ହେଲେ ଏହି ତାଲିକାରୁ ବାଡ଼ ପଡିଛନ୍ତି ଏକଦା ବିଭିନ୍ନ ଜିଲା ଦାୟିତ୍ୱରେ ରହି ସାଙ୍ଗଠନିକ କାର୍ଯ୍ୟ ସମ୍ଭଳିଥିବା ଦଳର ଅନ୍ୟତମ ନେତା ସଞ୍ଜୟ ଦାସବର୍ମା | ସଦ୍ୟ ପ୍ରକାଶିତ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରେ ନାମ ପ୍ରକାଶ ପାଇନାହିଁ | ଯଦିଓ ଏହା ଦଳୀୟ ବ୍ୟାପାର ଦଳର ନେତାଙ୍କ ଯୋଗ୍ୟତା ଓ ଦକ୍ଷତାକୁ ଆଧାର କରି ନିଶ୍ଚୟ ନିଯୁକ୍ତି ଦେଇଥିବେ | ତଥାପି ଏକଦା ସଂଗଠନ କଥା କହିଲେ ଯେଉଁ ତରୁଣ ତୁର୍କ ମାନଙ୍କ ନା ଉଠୁଥିଲା ସେମାନଙ୍କ ମଧ୍ୟରେ ସଂଜୟଙ୍କ ନା ସେତେବେଳେ ଚର୍ଚାରେ ଆସୁଥିଲା । ତେଣୁ ଯେକୌଣସି ଲୋକ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ସଞ୍ଜୟଙ୍କ ସ୍ଥିତି ଦଳୀୟ ସଙ୍ଗଠନରେ କେଉଁଠି । ହଠାତ ଦଳ ଭିତରେ କଣ ଅଲୋଡା କି ସଞ୍ଜୟ, ଏ ପ୍ରଶ୍ନ ଲୋକଙ୍କ ମନରେ ଆସିବା ସ୍ୱାଭାବିକ | ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରୁ ମଧ୍ୟ ତାଙ୍କୁ ନିକଟ ଅତୀତରେ ଅବ୍ୟାହତି ଦିଆଯାଇଥିଲା | ଏବେ କାରଣ ତିନୋଟି ହୋଇପାରେ | ହୁଏତ ତାଙ୍କର କିଛି ବ୍ୟକ୍ତିଗତ କାରଣ ପାଇଁ ସେ ନିଜ ଆଡୁ ଅନିଚ୍ଛା ପ୍ରକାଶ କରିଥାଇପାରନ୍ତି | ଦ୍ବିତୀୟତଃ ସଞ୍ଜୟଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ ଦେବାପାଇଁ ଦଳର ସୁପ୍ରିମୋ ମନସ୍ଥ କରିଥାଇ ପାରନ୍ତି | ଅବା ତୃତୀୟତଃ ପରିବର୍ତ୍ତିତ ପରିସ୍ଥିତିରେ ଏବେ ସାଙ୍ଗଠନିକ କାର୍ଯ୍ୟ ପାଇଁ ସଞ୍ଜୟ ସମୟୋପଯୋଗୀ ନୁହନ୍ତି ବା ସ୍ଥାନୀୟ ଭାଷାରେ କହିଲେ ସେ ଦଳରେ କୋଣଠେସା ବା ଅଦରକାରୀ !!!

0
0
0
s2sdefault