ହେଡଲାଇନସ୍:

ଆଇସିଏଆଇ ପକ୍ଷରୁ ଜିଏସ୍ଟି ଉପରେ ତାଲିମ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତାଲିମ ନେଲେ ଓଡିଶା କମିଶନର୍ ଅଫ୍ ସିଟି ଏବଂ ଜିଏସ୍ଟିର ୨୦୦ରୁ ଉର୍ଧ୍ଵ ଅଧିକାରୀ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଓଡିଶା କମିଶନର୍ ଅଫ୍ ସିଟି ଏବଂ ଜିଏସ୍ଟିର ଅଧିକାରୀ ମାନଙ୍କ ପାଇଁ ଜିଏସ୍ଟି ଉପରେ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଭୁବନେଶ୍ୱରରେ ଅନୁଷ୍ଠିତ ଏହି ଦୁଇଦିନିଆ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମକୁ କମିଶନର, ସିଟି ଆଣ୍ଡ ଜିଏସ୍ଟି ଶ୍ରୀ ସୁଶୀଲ କୁମାର ଲୋହାନି,ଆଇଏସ,ଓଡିଶା ଉଦ୍ଘାଟନ କରିଥିଲେ । ଜିଏସ୍ଟି ଜ୍ଞାନ ବିସ୍ତାରରେ ଆଇସିଏଆଇ ର ଏହି ଉଦ୍ୟମକୁ ଶ୍ରୀ ଲୋହାନି ପ୍ରଶଂସା କରିଥିଲେ | ଏହି ତାଲିମ କାର୍ଯ୍ୟକ୍ରମ ଜିଏସଟି ଭଳି ଏକ ବ୍ୟାପକ ବିଷୟକୁ ସହଜତାର ସହ ବୁଝିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିବା ସହ ତାଲିମରେ ସାମିଲ ହୋଇଥିବା ବିଭାଗୀୟ ଅଧିକାରୀମାନେ ଆନ୍ତରିକତାର ସହ ଏହି ପ୍ରଶିକ୍ଷଣର ସୁଯୋଗ ନେବା ପାଇଁ ଅନୁରୋଧ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ସିଟି ଏବଂ ଜିଏସ୍ଟିର 200 ରୁ ଉର୍ଦ୍ଧ ଅଧିକାରୀ ଯୋଗ ଦେଇଥିବା ବେଳେ ଆଇସିଏଆଇର ବରିଷ୍ଠ ତଥା ଅଭିଜ୍ଞ ସଦସ୍ୟମାନେ ତାଲିମ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ବିଭିନ୍ନ ବିଷୟ ଉପରେ ବିଚାର କରିଥିଲେ ଯଥା ରିଅଲ୍ ଇଷ୍ଟେଟ୍ ରେ ଜିଏସ୍ଟି ଏବଂ ଜିଏସ୍ଟି ଦୃଷ୍ଟିକୋଣ ସହିତ ରିଅଲ୍ ଇଷ୍ଟେଟ୍ କମ୍ପାନୀର ଆର୍ଥିକ ବିବରଣୀ ବିଶ୍ଳେଷଣ, ବ୍ୟବହାର କର-ଭାରତର ଆନ୍ତର୍ଜାତୀୟ ଯୋଗଦାନ, ଯାଞ୍ଚ ଏବଂ ରିଟର୍ଣ୍ଣର ବିଶ୍ଳେଷଣ ଓ ଜିଏସ୍ଟି ଦୃଷ୍ଟିକୋଣ ସହିତ ଆର୍ଥିକ ବିବରଣୀଗୁଡିକର ଅଡିଟ୍ ଏବଂ ବିଶ୍ଳେଷଣ ସବିଶେଷ ସମ୍ପର୍କରେ ସରଳ ଓ ପ୍ରାଞ୍ଜଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ |
ଆଇସିଏଆଇ ର ଜିଏସ୍ଟି ଏବଂ ପରୋକ୍ଷ ଟିକସ କମିଟିର ଅଧ୍ୟକ୍ଷ ସିଏ ରାଜେନ୍ଦ୍ର କୁମାର ପି କହିଛନ୍ତି ଯେ ସିଟି ଏବଂ ଜିଏସ୍ଟି, ଓଡିଶାର କମିଶନର୍ ଅଧିକାରୀଙ୍କ ଦକ୍ଷତା ବର୍ଦ୍ଧନ କରିବା ସହ ଜିଏସ୍ଟି, କାର୍ଯ୍ୟକାରିତା କ୍ଷେତ୍ରରେ ରହିଥିବା ଅନେକ ସନ୍ଦେହ ମୋଚନରେ ସହାୟକ ହେବ | ଉଦ୍‌ଘାଟନୀ ଉତ୍ସବରେ ଆଇସିଏଆଇର ଜିଏସ୍ଟି ଏବଂ କେନ୍ଦ୍ରୀୟ ପରିଷଦ ସଦସ୍ୟ ସିଏ ସୁଶୀଲ ଗୋୟଲ , ସ୍ୱତନ୍ତ୍ର କମିଶନର, ବାଣିଜ୍ୟିକ କର ଏବଂ ଜିଏସ୍ଟି ସୌର୍ଯ୍ୟରଞ୍ଜନ ମିଶ୍ର , ଅତିରିକ୍ତ କମିଶନର, ବାଣିଜ୍ୟିକ କର ଏବଂ ଜିଏସ୍ଟିଶ୍ରୀ ନିହାର ରଂଜନ ନାୟକ, ସିଏ ଆଇସିଏଆଇ, ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ସିଏ ରଂଜନ କୁମାର ପୃଷ୍ଟି ଅଧ୍ୟକ୍ଷ , ଆଇସିଏଆଇର ଭୁବନେଶ୍ୱର ଶାଖା ସଚିବ ସିଏ ଗଗନ ବିହାରୀ ଦାସ, ଉପାଧ୍ୟକ୍ଷ ସିଏ ପ୍ରଦୀପ କୁମାର ସାହୁ, କୋଷାଧକ୍ଷ ସିଏ ଶାଶ୍ୱତ ତ୍ରିପାଠୀ ଏବଂ ତଥା ଛାତ୍ରସଙ୍ଘ ର ଅଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ |

0
0
0
s2sdefault