ବଡ଼ ଭାଇ ର ଧାରୁଆ ଅସ୍ତ୍ରରେ ଆକ୍ରମଣ ରେ ସାନ ଭାଇ ମୃତ ।

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ସଦର ମହକୁମା ଖୁଣ୍ଟିଆ ସାହିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପିତା ଙ୍କର ଶ୍ରାଦ୍ଧ ସମୟରେ କୌଣସି କାରଣ ନେଇ ଦୁଇଭାଇ ମଧ୍ୟରେ ବଚସା ପୁଣି ହାତାହାତି ପରବର୍ତ୍ତୀ ସମୟରେ ଘଟଣା ଟି ଉଗ୍ରରୂପ ହେବାପରେ ବଡ଼ଭାଇ ର ଖଣ୍ଡା ର ଆକ୍ରମଣ ରେ ସାନ ଭାଇ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।
ସୂଚନା ପ୍ରକାଶରେ ସ୍ଥାନୀୟ ଖୁଣ୍ଟିଆ ସାହି ସ୍ଥିତ ସ୍ବର୍ଗତ ଚୈତନ୍ୟ ରାଉଳ ଙ୍କର ଆଜି ଶ୍ରାଦ୍ଧ ଦିବସ ରହିଥିଲା । ତାଙ୍କର ଦୁଇ ପୁଅ ଓ ଦୁଇଝିଅ    ଓ ବଡ଼ ପୁଅ ଦିପୁ ବିବାହିତ ଥିଲେ । କିନ୍ତୁ ବାପା ମା ଙ୍କର ମୃତ୍ୟୁ ପରେ କୌଣସି  କାରଣ ରୁ ସାନ ପୁଅ ପିପୁ ବହୁଦିନ ଧରି ବିବାହ ନ କରି ବେଳେବେଳେ ଘରକୁ ଯା ଆସ  କରୁଥିଲେ ।   ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ପ୍ରକାଶରେ କିଛିଦିନ ତଳେ ପିପୁ ମଧ୍ୟ ଜଣେ ଆଦିବାସୀ ସମ୍ପ୍ରଦାୟର ର ଝିଅ ଙ୍କୁ କୋର୍ଟ ମ୍ୟାରେଜ କରିଥିବା ଜଣାପଡ଼ିଛି । ପୂର୍ବରୁ କୌଣସି କାରଣ ରୁ ପରିବାର ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା ।ସେ ନିଜ ର ଆଦିବାସୀ ପତ୍ନୀ ଙ୍କୁ ଘରକୁ ନେଇ ନ ଥିଲେ । ହେଲେ ଆଜି ପିତା ଙ୍କର ଶ୍ରାଦ୍ଧ ରେ ପିଣ୍ଡ ଦାନ କାର୍ଯ୍ୟକ୍ରମ ରହିଥିଲା । ଏଭଳି ସ୍ଥିତିରେ ବଡ଼ ପୁଅ ଦିପୁ ରାଉଳ ଙ୍କର ସ୍ତ୍ରୀ ଗର୍ଭାବସ୍ଥାରେ ଥିବା ହେତୁ ପିଣ୍ଡ ଦାନରେ  ବିଶୃଙ୍ଖଳା ସୃଷ୍ଟି ହେଇଯାଇଥିଲା । ଏଥିମଧ୍ୟରେ ଆଜି ସାନ ପୁଅ ପିପୁ ତାଙ୍କ ସ୍ତ୍ରୀ ଙ୍କୁ ଶ୍ରାଦ୍ଧ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଘରକୁ ଆଣିଥିଲେ । ପରେ କୌଣସି କାରଣରୁ ଦୁଇଭାଇ ଙ୍କ ମଧ୍ୟରେ ବଚସା ଆରମ୍ଭ ହେଇଯାଇଥିଲା । ପରେ ପିପୁ ଅନ୍ୟତ୍ର ଚାଲି ଯାଇଥିଲେ । ପୁନର୍ବାର ପିପୁ ଘରକୁ ଫେରିବା ପରେ ଦୁଇଭାଇ ମଧ୍ୟରେ ପୁଣି ହାତାହାତି ଆରମ୍ବ ହେଇଯାଇଥିଲା । ଏଥିରେ ଦିପୁ ପୂର୍ବରୁ ପ୍ରସ୍ତୁତ କରିଥିବା ଖଣ୍ଡା ସାହାଯ୍ୟରେ ପିପୁ ର ପିଠି, ବେକ ଓ ହାତ କୁ ବାରମ୍ବାର ଆକ୍ରମଣ  କରିଥିଲା । ଫଳରେ ଗୋଟିଏ ହାତ ଆଉ ଗୋଟିଏ ଚେଇର ସମ୍ପୂର୍ଣ୍ଣ ଦୁଇଖଣ୍ଡ ହେଇଯାଇଥିବାବେଳେ ଘଟଣା ସ୍ଥଳରେ ପିପୁ ଙ୍କର ଅତ୍ୟଧିକ ରକ୍ତ ସ୍ରାବ ହେଇ ମୃତ୍ୟୁ ଘଟିଥିଲା । ଘଟଣା ପରେ ଦିପୁ ରାଉତ ବାଇକ ଧରୀ ଘଟଣା ସ୍ଥଳରୁ ଫେରାର ହେଇଥିବାବେଳେ ଖବର ପାଇ ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ କାଶୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଦିପୁ କୁ କାବୁ କରିବାକୁ କାଶୀପୁର ପୋଲିସ କାଶୀପୁର ଥାନା ଓ ଟିକିରି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଛପି ରହିଛନ୍ତି । କିନ୍ତୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଦିପୁର କୌଣସି ଖବର ମିଳିପାରିନ ଥିବା ଜଣାପଡିଛି । ବର୍ତ୍ତମାନ ସେ ସମ୍ପର୍କରେ ପରିବାର ପକ୍ଷରୁ ସାନ ଜୁଇଁ କୃପାସିନ୍ଧୁ ବଣୁଆ(ବାବୁଲି) କାଶୀପୁର ଥାନାରେ ଦିପୁ ଙ୍କ ବିରୋଧରେ ଲିଖିତ ହତ୍ୟା ଅଭିଯୋଗ ଦେଇଥିବାବେଳେ ଅପରାଧୀଙ୍କୁ ଠାବ କରିବାକୁ ଚେଷ୍ଟା ଜାରିଥିବା କାଶୀପୁର ଥାନା ଅଧିକାରୀ ପ୍ରସନ୍ନ ମିଶ୍ର ପ୍ରକାଶ କରିଛନ୍ତି।

0
0
0
s2sdefault