ଚାଷୀଙ୍କୁ ବୀମା ରାଶି ପ୍ରଦାନରେ ହସ୍ତକ୍ଷେପ କରନ୍ତୁ ରାଜ୍ୟ ସରକାର: ପ୍ରଦୀପ ପୁରୋହିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ତୁରନ୍ତ ପ୍ରଦାନ ପାଇଁ ଓଡ଼ିଶା କୃଷି ସଚିବଙ୍କୁ ଭେଟି ଆଲୋଚନା କଲେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି

ଭୁବନେଶ୍ୱର,: ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପଦ୍ମପୁରର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ କୃଷକ ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ଶ୍ରୀ ସଞ୍ଜିବ ଚୋପ୍ରାଙ୍କୁ ଭେଟି ବରଗଡ ଜିଲ୍ଲା ପଦ୍ମପୁର ସବଡିଭିଜନ ଗତ ୨୦୨୧ ବର୍ଷର ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ତୁରନ୍ତ ଚାଷୀମାନଙ୍କୁ ପ୍ରଦାନ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଠାରେ ଦାବିପତ୍ର ପ୍ରଦାନ ସମୟରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ବିଶ୍ୱଜିତ ସ୍ୱାଇଁ ଉପସ୍ଥିତ ରହିଥିଲେ ।
ପ୍ରକାଶଯୋଗ୍ୟ ଯେ, ଗତ ୨୦୨୧ବର୍ଷ ପାଇଁ ବରଗଡ଼ ଜିଲ୍ଲାରେ ଚାଷୀମାନେ ପଞ୍ଜୀକୃତ କରିଥିବା ପ୍ରଧାନମନ୍ତ୍ରୀ ଫସଲବୀମାରୁ ଏଚଡିଏଫସି ବୀମା କମ୍ପାନୀ ବେଆଇନଭାବେ ୭୦ହଜାରରୁ ଅଧିକ ଚାଷୀଙ୍କ ବୀମା ରେଜିଷ୍ଟେସନକୁ ବାତିଲ କରିଦେଇଛି । ବରଗଡ ଜିଲ୍ଲାର ରାଜବୋଡା ସମ୍ବର କୃଷକ ସଂଗଠନ ଦ୍ୱାରା ବାରମ୍ବାର ଆନ୍ଦୋଳନ ପରେ ଜିଲ୍ଲା ପ୍ରଶାସନ କୃଷକମାନଙ୍କ ସହ ଆଲୋଚନା କରି ଚାଷୀଙ୍କୁ ବୀମାଟଙ୍କା ପ୍ରଦାନ କରାଯିବ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେଉଥିବାବେଳେ ଆଜି ଯାଏଁ ଚାଷୀମାନେ ବୀମାଟଙ୍କା ପାଇଲେ ନାହିଁ । ରାଜ୍ୟ ସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।

0
0
0
s2sdefault