ହେଡଲାଇନସ୍:

ବଂଚିତ ଯୋଗ୍ୟ ଜନଜାତି ସଂପ୍ରଦାୟକଙ୍କୁ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରନ୍ତୁୁ ରାଜ୍ୟ ସରକାର:ବଳଭଦ୍ର ମାଝୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,:କେନ୍ଦ୍ର ସରକାର ଅନୁସୂଚିତ ଜନଜାତିମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଓଡ଼ିଶାର ପ୍ରାୟ ୧୭୦ସଂପ୍ରଦାୟର ଅନୁସୁଚିତ ବର୍ଗ ଲୋକଙ୍କ ପାଖରେ ପହଂଚି ପାରୁନାହିଁ । ଏହି ସଂପ୍ରଦାୟ ଲୋକମାନେ ଅନୁସୂଚିତ ଜନଜାତି ତାଲିକାଭୁକ୍ତ ହେବାର ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ରାଜ୍ୟ ସରକାର ଠୋସ ପଦକ୍ଷେପ ନେଉନଥିବା କାରଣରୁ ଆଦିବାସୀଙ୍କ ପାଇଁ ଉର୍ଦ୍ଦିଷ୍ଟ କୌଣସି ସୁବିଧା ପାଇ ପାରୁନାହାନ୍ତି ବୋଲିପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ଜନଜାତି ସଂପ୍ରଦାୟ ଲାଗି କେନ୍ଦ୍ର ସରକାର ବାରମ୍ବାର ବାରମ୍ବାର ତଥ୍ୟ ମାଗୁଛନ୍ତି କିନ୍ତୁ ରାଜ୍ୟ ସରକାର ପୂର୍ଣ୍ଣ ତଥ୍ୟ ନଦେବାରୁ ପ୍ରାୟ ୧୭୦ଟି ଜନଜାତି ସଂପ୍ରଦାୟ ଜାତି ପ୍ରମାଣ ପତ୍ର ପାଇବାରୁ ବଂଚିତ ହେଉଛନ୍ତି । କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାରେ ଦୁରୁଆ ସଂପ୍ରଦାୟର ଲୋକ ବାସ କରୁଛନ୍ତି । ସେମାନେ ଆଦିବାସୀଙ୍କ ସୁବିଧା ଓ ଜାତି ପ୍ରମାଣପତ୍ର ପାଉଥିଲେ । କିନ୍ତୁ ୨୦୧୩ ମସିହାରୁ କୋରାପୁଟ ଜିଲ୍ଲାରେ ଦୁରୁଆମାନଙ୍କୁ ଜନଜାତି ସାର୍ଟିଫିକେଟ ଦେବାରୁ ବଂଚିତ କରିଛନ୍ତି ରାଜ୍ୟ ସରକାର । ପ୍ରଶାସନିକ ଅଧିକାରୀମାନେ ଜମି ପଟ୍ଟାରେ ଦୁରୁଆଙ୍କ ନାମକୁ ଭୁଲ ବନାନ କରି ଲେଖିବାରୁ କୋରାପୁଟ ଅଂଚଳର ଦୁରୁଆ ସଂପ୍ରଦାୟର ଲୋକେ ଜାତି ପ୍ରମାଣପତ୍ର ବାଇବାରୁ ବଂଚିତ ଅଛନ୍ତି । ଆଦିବାସୀ କମିଶନର ସଦସ୍ୟ ଶ୍ରୀ ଅନନ୍ତ ନାୟକ ଘଟଣା ସ୍ଥଳକୁ ଯାଇ ଦୁରୁଆଙ୍କ ସ୍ଥିତି ପରଖିଥିଲେ ଓ ସେମାନଙ୍କୁ ଯୋଗ୍ୟ ବିବେଚିତ କରି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ କମିଶନଙ୍କ ସୁପାରିଶ ଜଣାଇଛନ୍ତି । ସେମାନେ ଆଦିମ ଜନଜାତି ସଂପ୍ରଦାୟର ଚୁକ୍ତିଆ ଭୂଞ୍ଜିଆ ତଥା କାଉଡି ଭୂୟାଁ ପାଲ୍ୟାମେଂଟର ଆଗାମୀ ମୌସମୀ ୧୭ରେ ସୀକୃତି ପାଇବାର ଆଶା କରାଯାଉଛି । ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ କିଛି ଆଦିବାସୀ ଯଥା-ଚୁକ୍ତିଆ ଭୂଞ୍ଜିଆ, ପାଉଡି ଭୂୟାଁ ପରି ଆଦିମ ଜନଜାତି ଅନୁସୂଚିତ ତାଲିକାଭୁକ୍ତ ନହେବା ଅତି ଦୁଃଖଦାୟକ । କେନ୍ଦ୍ର ସରକାର ଯେଉଁ ତଥ୍ୟ ମାଗୁଛନ୍ତି ଯଥାଶୀଘ୍ର ରାଜ୍ୟ ସରକାର ତାହା ପ୍ରଦାନ କରିବାକୁ ଶ୍ରୀ ମାଝୀ ଦାବୀ କରିଛନ୍ତି ।
କେନ୍ଦ୍ର ସରକାର ପରିବହନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ କୋରାପୁଟ ଅଂଚଳରେ ଏବେ ମଧ୍ୟ ଗମନା ଗମନର ସୁବିଧାରୁ ଲୋକେ ବଂଚିତ ଅଛନ୍ତି । କରୋନା ପରେ ରେଳ ଚାଲିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଅବିଭକ୍ତ କୋରାପୁଟର ରାୟଗଡ଼ା, କୋରାପୁଟ ଓ ବିଶାଖାପାଟଣା କୋରିଡରରେ ଚାଲିଥିବା ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ପୂର୍ବପରି ଷ୍ଟେସନର ରହଣୀ ବ୍ୟବସ୍ଥା ନାହିଁ । ଏନେଇ ଭାରତୀୟ ଜନତା ପାର୍ଟି ତରଫରୁ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା ଏବଂ ବହୁ ଶୀଘ୍ର ଏହି ସମସ୍ୟା ଦୁର ହେବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ସେହିପରି ପ୍ରତିଦିନ ଜୟପୁରରୁ ଗୋଟିଏ ଟ୍ରେନ ଭୁବନେଶ୍ୱରକୁ ସିଧାସଳଖ ଚଳାଇବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରାଯାଇଛି । ଗତ ୨୨ ଏପ୍ରିଲରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଉଦ୍‌ଘାଟନ କରିଥିବା କୋରାପୁର-ରାୟଗଡ଼ା-ବିଶାଖାପାଟଣା ପେସେଞ୍ଜର ଟ୍ରେନରେ ପର୍ଯ୍ୟଟକମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଫାଇବର ବଡିର ବିଟାଡମ କୋଚ୍ ପାଇଁ ଅନୁରୋଧ କରାଯାଇଥିଲା ଯାହା ୯ମେରୁ ଆରମ୍ଭ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଶ୍ରୀ ମାଝୀ ଧନ୍ୟବାଦ ଜଣାଇଛନ୍ତି ।
କୋଟପାଡ, ବରୀଗୁମା, ନବରଙ୍ଗପୁର, ଜୟପୁର ଓ କୋରାପୁଟଠାରେ ଏନଏଚର ବାଇପାସ ମଞ୍ଜୁରୀ ହେବା ନେଇ ଭାରତୀୟ ଜନତା ପାର୍ଟିର କର୍ମକର୍ତା ପରିବହନ ମନ୍ତ୍ରୀଙ୍କୁ ଭେଟି ଅବଗତ କରାଇଥିଲେ । କୋଟପାଡା ଓ ଜୟପୁର ବାଇପାସ୍‌ର ପ୍ରାଥମମିକ କାର୍ଯ୍ୟ ସମାପ୍ତ ହୋଇଛି ଏବଂ ବହୁଶୀଘ୍ର ନବରଙ୍ଗପୁର, ବରୀଗୁମା ଓ କୋରାପୁଟର ବାଇପାସ କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଆଶ୍ୱାସନା ପ୍ରଦାନ କରିଛନ୍ତି ବୋଲି ଶ୍ରୀ ମାଝୀ ସୁଚନା ଦେଇ କହିଛନ୍ତି ।ଗତ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ କୋରାପୁଟର ବିଜେପି କାର୍ଯ୍ୟକର୍ତାମାନେ ରେଲୱେମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ସଡକ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଓ ଆଦିବାସୀ ବ୍ୟାପାରମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ମୁଣ୍ଡାଙ୍କୁ ଦେଖାକରି ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ବୋଲି ଶ୍ରୀ ମାଝୀ କହିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦୀଲ୍ଲିପ ମଲ୍ଲିକ ଉପସ୍ଥିତ ଥିଲେ ।

0
0
0
s2sdefault