ହେଡଲାଇନସ୍:

ରାଜ୍ୟବାସୀଙ୍କୁ ଭଣ୍ଡେଇବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି ମୁଖ୍ୟମନ୍ତ୍ରୀ : କାଳନ୍ଦୀ ସାମଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତାଳଚେର ମେଡିକାଲ କଲେଜ ସ୍ଥାପନା ପାଇଁ ଜମି ଯୋଗାଇବାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରସଙ୍ଗ

ମହାନଦୀ କୋଲ ଫିଲ୍ଡର ନିଜସ୍ୱ ଜମି ତଥା କୋଇଲା ନଗରୀ ମୈାଜାର ପ୍ଲଟ ନମ୍ବର ୨୪୯, ୨୫୦ ଓ ୨୫୧ ରେ ତାଳଚେର ମେଡିକାଲ କଲେଜ ନିର୍ମିତ ହେଉଛି

ଭୁବନେଶ୍ୱର : ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ନୂତନ ମେଡିକାଲ କଲେଜ ସ୍ଥାପନା ପାଇଁ ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ସହାୟତା ପ୍ରଦାନ କରୁଛନ୍ତି । ଅନ୍ୟ ପଟେ ମେଡିକାଲ କଲେଜ ପାଇଁ ଜମି ଯୋଗାଇବାର ଦାୟୀତ୍ୱ ରାଜ୍ୟ ସରକାରଙ୍କ ହୋଇଥିବାବେଳେ ସେଥିରେ ମଧ୍ୟ ବିଭ୍ରାନ୍ତ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ହୀନ ଉଦ୍ୟମ ଅତ୍ୟନ୍ତ ଲଜ୍ଜାଜନକ । କେନ୍ଦ୍ରର ଅର୍ଥ ଓ ଯୋଜନାକୁ ନିଜ ନାଁମରେ ଘୋଷଣା କରି ଓଡ଼ିଶାର ଲୋକଙ୍କ ଭୂଆଁ ବୁଲାଉଥିବା ରାଜ୍ୟ ସରକାର ବର୍ତମାନ ତାଳଚେରଠାରେ ମହାନଦୀ କୋଲ ଫିଲ୍ଡ ସହାୟତାରେ ନିର୍ମିତ ହେବାକୁ ଥିବା ମେଡିକାଲ କଲେଜ କ୍ଷେତ୍ରରେ ଅନୁରୁପ ଭାବେ ମିଛ କହି ପୁଣି ଥରେ ଭୁଆଁ ବୁଲାଇବାର ଅପଚେଷ୍ଟା କରିଛନ୍ତି ବୋଲି ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ କହିଛନ୍ତି ।
ତାଳଚେର ମେଡିକାଲ କଲେଜ ସ୍ଥାପନା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଛନ୍ତି ବୋଲି ନିଜେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୁଚନା ଦେଇଥିଲେ । ୧୯୬୦ ମସିହାରୁ ମହାନଦୀ କୋଲ ଫିଲ୍ଡ ଅଧିକୃତ ନିଜସ୍ୱ ଜମି ତଥା କୋଇଲା ନଗରୀ ମୈାଜାର ପ୍ଲଟ ନମ୍ବର ୨୪୯, ୨୫୦ ଓ ୨୫୧ ରେ ତାଳଚେର ମେଡିକାଲ କଲେଜ ନିର୍ମିତ ହେଉଛି । ଏ ସଂପର୍କରେ ଶ୍ରୀ ସାମଲ ଏକ ନକ୍ସା ସହିତ ତାଳଚେର ଉପ ଜିଲ୍ଲାପାଳଙ୍କ ଚିଠିକୁ ଦେଖାଇ ରାଜ୍ୟ ସରକାର ଏଭଳି ମିଛ କହିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି ।
ରାଜ୍ୟ ସରକାର ମେଡିକାଲ କଲେଜ ପାଇଁ ମାଗଣାରେ ଜମି ଯୋଗାଇ ଦେଉଥିବାର ମିଛ ଡିଣ୍ଡିମ ପିଟୁଛନ୍ତି । ମୁଖ୍ୟମନ୍ତ୍ରୀ ଏତେ ମିଛ କାହିଁକି କହୁଛନ୍ତି ?ମେଡିକାଲ କଲେଜ ସ୍ଥାପନା ପାଇଁ ରାଜ୍ୟ ସରକାର ବାସ୍ତବରେ ଯଦି ଜମି ଯୋଗାଇ ଦେଇଛନ୍ତି, ତାହେଲେ ତାକୁ ସ୍ପଷ୍ଟ କରିବା ଉଚିତ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭଣ୍ଡେଇବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟବାସୀଙ୍କୁ ଆଉ ମିଛ ନକହି ସ୍ୱାସ୍ଥ୍ୟସେବାର ଭିତିଭୁମିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ । ଖାଲି ପଡିଥିବା ଡାକ୍ତର ପଦବୀ ପୁରଣକୁ ଅଗ୍ରାଧିକାର, ଆବଶ୍ୟକୀୟ ଡାକ୍ତରୀ ଉପକରଣ ଆଦି ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ତୁରନ୍ତ ଓ ବିହୀତ ପଦକ୍ଷେପ ଗଗ୍ରହଣ କରିବାକୁ ଶ୍ରୀ ସାମଲ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

0
0
0
s2sdefault