ହେଡଲାଇନସ୍:

ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ: ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କଲା ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୋଲିସର ପକ୍ଷପାତିତା କାର୍ଯ୍ୟ ବିରୋଧରେ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ

ଭୁବନେଶ୍ୱର,:"ଶାନ୍ତ, ସରଳ ଏବଂ ନମ୍ର ସ୍ୱଭାବର ବରିଷ୍ଠ ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ ଜଣେ ଶୃଙ୍ଖଳିତ ବିଧାନସଭା ସଦସ୍ୟ ଭାବେ ସୁପରିଚିତ । ନିଜ ନିର୍ବାଚନମଣ୍ଡଳୀର ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଶ୍ରୀ ପାଣିଗ୍ରାହୀ ସର୍ବଦା କାର୍ଯ୍ୟରତ । ବିକାଶମୁଳକ କାର୍ଯ୍ୟର ସମୀକ୍ଷା ପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀ ବିଡିଓଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିଲେ ଏବଂ ବିଡିଓ ନିଜେ ମଧ୍ୟ ସମ୍ମତି ଜଣାଇଥିଲେ । ବିଧାୟକ ଶ୍ରୀ ପାଣିଗ୍ରାହୀ ବିଡିଓଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ସେଠାରେ ଅନୁପସ୍ଥିତ ଥିବା ବିଡିଓ ମହାଶୟ ଅନ୍ୟ ସ୍ଥାନକୁ ଆସିବା ପାଇଁ ବିଧାୟକଙ୍କୁ କହିଥିଲେ । ବାରମ୍ବାର ସ୍ଥାନ ପରିବର୍ତନ କରି ବିଡିଓ ମହାଶୟ ବିଧାୟକଙ୍କୁ ସାକ୍ଷାତ କରିନଥିଲେ । ଏପରି କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଉତ୍‌କ୍ଷିପ୍ତ ବିଡିଓ ମହାଶୟ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଅଶ୍ରାଭ୍ୟ ଗାଳିଗୁଲଜ କରିବା ସହିତ ତାଙ୍କ ସାର୍ଟ କଲର୍‌କୁ ଧରି ମାରିଦେବାର ଧମକ ଦେଇଥିଲେ ।ଏନେଇ ବିଧାୟକ ଶ୍ରୀ ପାଣିଗ୍ରାହୀ ଥାନାରେ ଏତଲା ଦେଇଥିଲେ, କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ମାତ୍ର ବିଧାୟକଙ୍କ ଏତଲାର ୨ ଘଂଟା ବିଳମ୍ବରେ ବିଡିଓଙ୍କ ଏତଲାକ୍ରମେ ଶାସକ ବିଜେଡିର ନିର୍ଦ୍ଦେଶକ୍ରମେ ଯୋଜନାବଦ୍ଧ ଭାବେ ଚକ୍ରାନ୍ତ ରଚାଯାଇ ଜିଲ୍ଲା ପୋଲିସ ଗତ କାଲି ବିଧାୟକଙ୍କୁ ଭୁବନେଶ୍ୱରରୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ । ପୋଲିସ ନିଜେ ଆଇନ ଭାଂଗୁଛି । "ବିଧାୟକଙ୍କ ଅଗଣତାନ୍ତ୍ରୀକ ଭାବେ ଗିରଫ ଏବଂ ପୋଲିସର ପକ୍ଷପାତିତା ଭୁମିକାକୁ ନେଇ ଆଜି ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କଟକସ୍ଥିତ ପୋଲିସ ମହାନିଦ୍ଦେର୍ଶକଙ୍କ ନିକଟରେ ଅଭିଯୋଗ କରିଛି ।
ପ୍ରଥମେ ରୁଜୁ ହୋଇଥିବା ବିଧାୟକଙ୍କ ଏତଲାକୁ ନେଇ କଣ ପଦକ୍ଷେପ ଗ୍ରହଣ କରାଯାଇଛି ? ବିଧାୟକଙ୍କ ଏତଲାକ୍ରମେ ବିଡିଓଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ? କେଉଁ ପରିସ୍ଥିତିରେ ବିଧାୟକଙ୍କୁ ଗିରଫ କରାଗଲା ? ମାନ୍ୟବର ବିଧାୟକ କଣ ଭୁଲ କରିଛନ୍ତି ? ଏଫଆଇଆର କପି କାହିଁକି ବିଳମ୍ବରେ ଦିଆଗଲା ? ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ କଥା ନଶୁଣି ବିଡିଓଙ୍କ ଏତଲାକ୍ରମେ ପୋଲିସ କାହିଁକି ଓ କେଉଁ ଆଇନ ବଳରେ ବିଧାୟକଙ୍କୁ ଗିରଫ କରାଗଲା ? ପୋଲିସର ଏଭଳି ପକ୍ଷପାତିତା କାର୍ଯ୍ୟ ବିରୋଧରେ ପୋଲିସ ମହାନିଦ୍ଦେର୍ଶକ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିନିଧି ଦଳ ଦାବୀ ଜଣାଇଛି ।
ଏହି ପ୍ରତିନିଧର ଦଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ପ୍ରକାଶ ସୋରେନ, ସୁକାନ୍ତ ନାୟକ, ଭାସ୍କର ମଢେଇ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଡା.ମୁକେଶ ମହାଲିଙ୍ଗ, ଡ.ବୁଧନ ମୁର୍ମୁ, କୁସୁମ ଟେଟେ, ସନାତନ ବିଜୁଳି, ଇଂ.ଗଣେଷ ରାମ ଖୁଂଟିଆ, ନବଚରଣ ମାଝୀ, ରାଜ୍ୟ ସାଧାରଣ ସଂପାଦକ ଡା.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାଶ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault