ହେଡଲାଇନସ୍:

କଟକରେ ରାଜ୍ୟ ସଭାପତିଙ୍କ ପୈାର ନିର୍ବାଚନ ପ୍ରଚାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ବିକାଶ ନାହିଁ : ସମୀର ମହାନ୍ତି

ସହରାଂଚଳରେ ବସ୍ତିବାସିନ୍ଦାଙ୍କ ସମେତ ଗରୀବ ଲୋକମାନେ ରାସନ କାର୍ଡ, ପକ୍କାଘର, ପାନୀୟ ଜଳ, ବିଧବା ଓ ବାର୍ଧ୍ୟକ୍ୟ ଭତା ଆଦି ପାଇବାରୁ ବଂଚିତ ହୋଇଛନ୍ତି

ଭୁବନେଶ୍ୱର :ନିର୍ବାଚନ ସମୟରେ ରାଜ୍ୟର ସରଳ ଓ ଗରୀବ ଭୋଟରଙ୍କୁ ମିଛ ସପ୍ନ ଦେଖାଇ ଏବଂ ପ୍ରଲୋଭିତ କରିକେବଳ ପ୍ରତାରଣା ଦେଇ ଆସୁଛି ଶାସକ ବିଜେଡି। ମିଛ ବିଲ୍ କରି କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା ବିଜେଡିର ସ୍ଥାନୀୟ ନେତା ଓ କର୍ମୀମାନେ ନିଜ ଭିତରେ ବାଂଟି ନେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ସମେତ ଅନେକ କେନ୍ଦ୍ରୀୟ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପରିବର୍ତେ ଦଳୀୟ ଭିତିରେ ଧନୀ ବିଜେଡି କର୍ମୀଙ୍କୁ ବଂଟନ କରି ଗରୀବ ଜନତାଙ୍କୁ ପ୍ରତାରଣା କରୁଛନ୍ତି ରାଜ୍ୟ ସରକାର। ଶାସକ ବିଜେଡିର ଆନ୍ତରିକତା ଓ ଇଚ୍ଛାଶକ୍ତି ଅଭାବ ସମେତ ବ୍ୟାପକ ମାତ୍ରାରେ ଦୁର୍ନୀତି କାରଣରୁ ଆଜି ଓଡିଶା ରାଜ୍ୟ ବିକାଶ ମାନଚିତ୍ରରେ ବହୁ ପଛରେ ରହିଯାଇଛି। ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ବିକାଶ ନାହିଁ। ରାଜ୍ୟର ସହରାଂଚଳରେ ମଧ୍ୟ ସମାନ ପରିସ୍ଥିତି। ବସ୍ତିବାସିନ୍ଦାଙ୍କ ସମେତ ଗରୀବ ଲୋକମାନେ ରାସନ କାର୍ଡ, ପକ୍କାଘର, ପାନୀୟ ଜଳ, ବିଧବା ଓ ବାର୍ଧ୍ୟକ୍ୟ ଭତା ଆଦି ପାଇବାରୁ ବଂଚିତ ହୋଇଛନ୍ତି।ଆନ୍ତରିକତାର ଅଭାବ କାରଣରୁ ଜାଇକା ପ୍ରକଳ୍ପ ଆଜି କଟକବାସିନ୍ଦାଙ୍କ ପାଇଁ ବିରାଟ ଚିନ୍ତାର କାରଣ ସାଜିଛି। ନାଳ ନର୍ଦ୍ଦମା, ରାସ୍ତାଘାଟ ଭଳି ବିଭିନ୍ନ ମୈାଳିକ ସୁବିଧା ଓ ଭିତିଭୁମିରୁ ବଂଚିତ ହୋଇଛନ୍ତି ସହରାଂଚଳବାସୀ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କଟକ ମହାନଗର ନିଗମର ବିଭିନ୍ନ ଅଂଚଳ ବୁଲି ପ୍ରଚାର ଅବସରରେ କହିଛନ୍ତି।
ମୋଦୀ ସରକାର ସର୍ବଦା ସାମଗ୍ରିକ ବିକାଶର ନୀତିରେ ବିଶ୍ୱାସ କରନ୍ତି। ମୋଦିଜୀଙ୍କ ମୂଳମନ୍ତ୍ର “ସବ୍କା ସାଥ୍, ସବ୍କା ବିକାଶ୍, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ”। ମୋଦି ସରକାର ଅମଳରେ ଓଡିଶାର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ଆର୍ଥିକ ଅନୁଦାନ ମିଳିଥିବା ସତ୍ୱେ ରାଜ୍ୟରେ ବିକାଶ ଠପ୍ ରହିଛି।ଶାସକ ବିଜେଡିର ଶୋଷଣ ଓ ପ୍ରତାରଣା ଫଳରେ କଟକ ତା’ର ପ୍ରକୃତ ସ୍ଥିତି ହରେଇ ବସିଛି। ରାଜ୍ୟର ସର୍ବପୁରାତନ ସହର କଟକର ସାମଗ୍ରକ ବିକାଶ ପାଇଁ ଏକ ଦୃଢ, ସଂକଳ୍ପବଦ୍ଧ ଏବଂ ଇଚ୍ଛାଶକ୍ତି ରହିବା ନିହାତି ଆବଶ୍ୟକ। ପ୍ରତ୍ୟେକ ଲୋକଙ୍କ ପାଖରେ ପକ୍କାଘର, ପାନୀୟ ଜଳ, ରୋଷେଇ ଗ୍ୟାସ, ବ୍ୟାଂକ ବ୍ୟବସ୍ଥାର ସୁବିଧା ପହଁଚାଂଇ ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ଭାରତୀୟ ଜନତା ପାର୍ଟିର ମୁଳ ଲକ୍ଷ୍ୟ। ଡିଜିଟାଲ ଭାରତ ଗଠନ ନିମନ୍ତେ ଡିଜିଟାଲ ମୁଦ୍ରା ପ୍ରଚଳନ, ୫-ଜି ଟେଲିକମ ସେବା, ବନ୍ଦେ ଭାରତ ଏକ୍ସପ୍ରେସ ରେଳର ପ୍ରଚଳନ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି କଟକ ମହାନଗର ନିଗମ ଅନ୍ତର୍ଗତ୧୭ ଓ ୨୫ ନମ୍ବର ୱାର୍ଡ ର ବିଭିନ୍ନ ଅଂଚଳ ବୁଲି ମେୟର ପ୍ରାର୍ଥୀ ଶ୍ରୀତମ ଦାଶଙ୍କସମେତ ସ୍ଥାନୀୟ କର୍ପୋରେଟରଙ୍କ ସପକ୍ଷରେ ଘରକୁ ଘର ବୁଲି ପ୍ରଚାର କରିଥିଲେ। କଟକ ସହର ହେଉଛି ଭାଇଚାରାର ସହର। ଦୋଳ ହେଉଛି ଆମର ପରମ୍ପରା। ପବିତ୍ର ଦୋଳ ମେଲଣର ଶେଷ ଦିନରେ କଟକ ସହରରେ କଟକବାସୀଙ୍କ ସହିତ ଉପସ୍ଥିତି ଥିବାରୁ ବହୁତ ଆନନ୍ଦିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

0
0
0
s2sdefault