ହେଡଲାଇନସ୍:

ପଦ୍ମପୁର ପୌର ନିର୍ବାଚନ : ପ୍ରଚାର ମଇଦାନରେ ମନ୍ତ୍ରୀ ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ପଦ୍ମପୁର ଏନଏସିରେ ପୌର ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଏଗାର ଗୋଟି ୱାର୍ଡରେ କାଉନସିଲର ପ୍ରାର୍ଥୀ ସହ ଏନଏସି ଅଧ୍ୟକ୍ଷା ପ୍ରାର୍ଥୀ ଦେଇଛି । ପ୍ରାର୍ଥୀ ମାନେ ନିଜ ନିଜ ୱାର୍ଡରେ ଲୋକଙ୍କ ଘର ଘର ଯାଇ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନତ ମୂଳକ ଯୋଜନା ବିଷୟରେ ବୁଝାଇବା ସହ ଆଗାମୀ ପୌର ନିର୍ବାଚନରେ ବିଜୁ ଜନତା ବଦଳକୁ ଜୟଯୁକ୍ତ କରିବା ପାଇଁ ନିବେଦନ କରୁଛନ୍ତି । ଆଜି ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ସୁଶାନ୍ତ ସିଂ ପଦ୍ମପୁର ଏନଏସିର ପ୍ରାର୍ଥୀ ମାନଙ୍କ ପାଇଁ ବିଭିନ୍ନ ୱାର୍ଡରେ ପ୍ରଚାର କରିଛନ୍ତି । ଏକ ବିରାଟ ପଟୁଆରରେ ବିଜୁ ଜନତା ଦଳ କାର୍ଯ୍ୟାଳୟରୁ ବାହାରି ପଦ୍ମପୁର ସହରର ବିଭିନ୍ନ ୱାର୍ଡରେ ଲୋକଙ୍କ ପାଖକୁ ଯାଇ ବିଜୁ ଜନତା ଦଳ ସମର୍ଥୀତ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ପଂଚାୟତ ନିର୍ବାଚନରେ ଯେପରି ବିଜୁ ଜନତା ଦଳ ବିପୁଲ ମାତ୍ରାରେ ଭୋଟ ପାଇ ଜୟଯୁକ୍ତ ହୋଇଛି ସେହିପରି ଜନସାଧାରଣଙ୍କ ଆଶୀର୍ବାଦରେ ପୌର ନିର୍ବାଚନରେ ମଧ୍ୟ ଦଳର ବିଜୟ ହେବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ ଦୃଢ ଆଶାପୋଷଣ କରିଛନ୍ତି ।

0
0
0
s2sdefault