ହେଡଲାଇନସ୍:

ସହରବାସିନ୍ଦାଙ୍କ ଜୀବନମାନର ଉନ୍ନତି ଆଣିବା ମୋଦି ସରକାରଙ୍କ ମୂଳ ଲକ୍ଷ୍ୟ: ସମୀର ମହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର ସମେତ ନିମାପଡାରେ ରାଜ୍ୟ ସଭାପତିଙ୍କ ପୈାର ନିର୍ବାଚନ ପ୍ରଚାର

ଭୁବନେଶ୍ୱର :ମୋଦୀ ସରକାର ସର୍ବଦା ସାମଗ୍ରିକ ବିକାଶର ନୀତିରେ ବିଶ୍ୱାସ କରନ୍ତି। ଗ୍ରାମାଚଂଳ ଓ ସହରାଚଂଳ ବିକାଶକୁ ମଧ୍ୟ ସମାନ ଗୁରୁତ୍ୱ ଦେଇ ଆସୁଛନ୍ତି। ମୋଦିଜୀଙ୍କ ମୁଳମନ୍ତ୍ର ; “ସବ୍କା ସାଥ୍, ସବ୍କା ବିକାଶ୍, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ”। ସହରବାସିନ୍ଦାଙ୍କ ଜୀବନମାନର ଉନ୍ନତି ଆଣିବା ମୋଦି ସରକାରଙ୍କ ମୁଳ ଲକ୍ଷ୍ୟ। ମୋଦି ସରକାର ଅମଳରେ ଓଡିଶାର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ଆର୍ଥିକ ଅନୁଦାନ ମିଳିଥିବା ସତ୍ୱେ ରାଜ୍ୟରେ ବିକାଶ ଠପ୍ ହୋଇ ରହିଛି। ବିଭିନ୍ନ ଜନକଲ୍ୟାଣ ଯୋଜନା ଅଧପାନ୍ତରିଆ ଭାବେ ପଡି ରହିଛି। କେନ୍ଦ୍ର‘ବଜେଟ୍-୨୦୨୨’ ହେଉଛି ‘ସ୍ମାର୍ଟ ଅର୍ବାନାଇଜ୍ଡ ଇଣ୍ଡିଆ’ ପାଇଁ ମୋଦି ସରକାରଙ୍କ ସ୍ପଷ୍ଟ ଦୃଷ୍ଟିକୋଣ। ବସ୍ତିବାସିନ୍ଦାଙ୍କ ସହ ସହରାଂଚଳରେ ଜୀବନଶୈଳୀରେ ଅଦ୍ଭୁତପୂର୍ବ ପରିବର୍ତନ ପାଇଁ ‘ସ୍ୱାର୍ଟ ସିଟି ମିଶନ’, ‘ସହରାଚଂଳ ପୁନରୁଦ୍ଧାର’, ‘ଅଟଳ ମିଶନ (ଅମୃତ)’ ଏବଂ ‘ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ଯୋଜନା ଜରିଆରେ ମୋଦି ସରକାର ସଂକଳ୍ପବଦ୍ଧ। ଓଡ଼ିଶାର ସହରାଚଂଳରେ ପାଇପଲାଇନ ଏବଂ ସିଟି ଗ୍ୟାସ ବିତରଣ (ସିଜିଡି) ପ୍ରକଳ୍ପର ଏକ ଦୃଢ଼ ନେଟୱାର୍କ ବିକଶିତ କରିବାର ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର। ସ୍ୱଚ୍ଛ ଭାରତ ମିଶନ ଯୋଜନାରେରାଜ୍ୟର ସହରଂଚଳକୁ ସ୍ୱଚ୍ଛ ରଖିବା ପାଇଁ, ଖୋଲା ମଳତ୍ୟାଗ ମୁକ୍ତ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଚଳିତ ଆର୍ଥିକ ବର୍ଷରେ ମୋଦି ସରକାର ଓଡିଶାକୁ ୧୭୫.୩୭ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଦୀନ ଦୟାଲ ଉପାଧ୍ୟାୟ-ଜାତୀୟ ସହରୀ ଜୀବିକା ମିଶନ (ଏନୟୁଏଲଏମ) ଜରିଆରେ ସହରୀ ଗରିବ ପରିବାରର ଦାରିଦ୍ର୍ୟ ଓ ଦୁର୍ବଳତାକୁ ହ୍ରାସ କରିବା ପାଇଁ ସେମାନଙ୍କୁ ଲାଭଦାୟକ ଆତ୍ମନିଯୁକ୍ତି ଏବଂ କୁଶଳୀ ମଜୁରୀ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୋଦି ସରକାର ଗତ ୩ ବର୍ଷରେ ଓଡିଶାକୁ ୪୭୬୧.୭୪କୋଟି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଉଠାଦୋକନୀଙ୍କୁ ସ୍ୱାବଲମ୍ଭୀ କରିବା ପାଇଁ ୧୦ ହଜାର ଟଙ୍କାର ବନ୍ଧକ ବିହୀନ ଋଣ ଯୋଗାଇ ଦିଆଯାଉଛି। ବର୍ତମାନ ସୁଦ୍ଧା ୪୫ ହଜାର ଉଠାଦୋକନୀଙ୍କ ପାଇଁ ୪୫.୫୧ କୋଟି ଟଙ୍କା ଋଣ ମଞ୍ଜୁର ହୋଇଛି। କୋଭିଡ ସହାୟତା ପରିପ୍ରେକ୍ଷୀରେ ମୋଦି ସରକାର ଓଡିଶାକୁ ୨୨,୨୬୭ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ୩୨ଟି ଅକ୍ସିଜେନ ପିଏସଏ ପ୍ଲାଂଟ୍, ୧୨୫ଟି ଅକ୍ସିଜେନ କନସେନଟ୍ରେଟର, ୧୫୦୦ଅକ୍ସିଜେନ ସିଲିଣ୍ଡର ଓଡିଶାକୁ ଯୋଗାଇ ଦିଆଯାଇଛି। ଏହା ସତ୍ୱେ ଓଡିଶା ଆଜି ବିକଶିତ ରାଜ୍ୟ ମାନ୍ୟତା ପାଇବାରେ ବିଫଳ ହୋଇଛି। ଅନ୍ୟ ପଟେ ନିର୍ବାଚନ ସମୟରେ କେବଳ ପ୍ରଲୋଭନ ଦେଖାଇ ଓଡିଶାବାସୀଙ୍କୁ ପ୍ରତାରଣା ଦେଇ ଆସୁଛି ଶାସକ ବିଜେଡି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ପୈାର ନିର୍ବାଚନ ପ୍ରଚାର ଅବସରରେ କହିଛନ୍ତି।
ସହରବାସୀଙ୍କ ପାଇଁ ହୋଲ୍ଡିଂ ଟ୍ୟାକ୍ସ, ପ୍ରପର୍ଟି ଟ୍ୟାକ୍ସକୁ ସରଳୀକରଣ; ସହରାଂଚଳରେ ୟୁଜର୍ସ ଫି ସଂପୂର୍ଣ୍ଣ ଉଚ୍ଛେଦ; ପୈାରାଂଚଳରେ ରେସିଡେନ୍ସିଆଲ୍ ଅଂଚଳର ବାସିନ୍ଦାଙ୍କ ପାଇଁ କଲ୍ୟାଣ ମଣ୍ଡପ ଓ କମ୍ୟୁନିଟି ସେଂଟର ନିର୍ମାଣ କରିବା; ସହରାଂଚଳର ଗରୀବ ଲୋକଙ୍କୁ ୨୪ ଘଂଟିଆ ମାଗଣା ପାନୀୟ ଜଳ ଏବଂ ଭୁମିହୀନଙ୍କୁ ଆବଶ୍ୟକ ଅନୁସାରେ ଜମି ପଟ୍ଟା ସହିତ ପକ୍କା ଘର ଯୋଗଇବା; ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯାଇ ସେଥିରେ ଉଠାଦୋକାନୀମାନଙ୍କୁ ପ୍ରାଥମିକତା ଦିଆଯିବା; ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ଅଗ୍ରାଧିକାର ଦେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବା; ପ୍ରତ୍ୟେକ ବସ୍ତି ଅଂଚଳରେ ରାସ୍ତା, ପାନୀୟ ଜଳ ଯୋଗାଣ, ଡ୍ରେନ୍, ବିଜୁଳି, ଷ୍ଟ୍ରିଟ୍ ଲାଇଟ୍ ଓ ଶୈାଚଳୟ ନିର୍ମାଣକୁ ପ୍ରାଥମିକତା ଦେବା ବିଜେପିର ସଂକଳ୍ପ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ସକାଳେ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ -୧୧ ରେ ସ୍ଥାନୀୟ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ମେୟର ପ୍ରାର୍ଥୀନି ଶ୍ରୀମତୀ ସୁନୀତି ମୁଣ୍ଡ, ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ବହୁ କାର୍ଯ୍ୟକର୍ତାଙ୍କ ଗହଣରେ ପ୍ରଚାର କାର୍ଯ୍ୟ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।
ସେହିପରି ଅପରାହ୍ନରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପୁରୀ ଜିଲ୍ଲା ନିମାପଡା ଏନଏସିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଏହି ଅବସରରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସମେତ ଚେୟାରମ୍ୟାନ ପ୍ରାର୍ଥୀ ଏବଂ କାଉନସିଲର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

0
0
0
s2sdefault