ହେଡଲାଇନସ୍:

ଲଗାତର ପଞ୍ଚମ ଥର ପାଇଁ ସୋହେଲା ବ୍ଲକର ଅଧ୍ୟକ୍ଷ ପଦବୀ ଅକ୍ତିଆର କଲା ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ : ବରଗଡ ଜିଲ୍ଲା ସୋହେଲା ବ୍ଲକର ଅଧ୍ୟକ୍ଷ ପଦବୀକୁ ବିଜୁ ଜନତା ଦଳ ୨୦୦୨ରୁ ଚଳିତ ୨୦୨୨ ପର୍ଯ୍ୟନ୍ତ ୫ଥର ହେଲା ଲଗାତର ଭାବରେ ଅକ୍ତିଆର କରି ଆସିଛି । ଏହାର ଶ୍ରେୟ ଯାଉଛି ବିଜେଡିର ପଶ୍ଚିମ ଓଡିଶାର ଲୋକପ୍ରିୟ ଦମଦାର ଟାଣୁଆ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କୁ । ତାଙ୍କ ବଳିଷ୍ଠ ନେତୃତ୍ବ, ଦୂରଦର୍ଶୀତା ଓ ନିର୍ବାଚନ ପରିଚାଳନାରେ ଉତ୍ତମ ଗୋଟି ଚାଳନା ଯୋଗୁଁ ହିଁ ଆଜି ଏହା ସମ୍ଭବ ହୋଇ ପାରିଛି । ଖୁସିର ବିଷୟ ତାଙ୍କ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀ ଭଟଲିର ତିନିଟି ଯାକ ବ୍ଲକରେ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଭାବରେ ବିଜେଡିର ତିନି ପ୍ରାର୍ଥୀ  ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ଏଥର ସୋହେଲା  ବ୍ଲକ ଅଧ୍ୟକ୍ଷା ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା । ଆଜି ସୋହେଲା ବ୍ଲକରେ ଅନୁଷ୍ଠିତ ବ୍ଲକ ଅଧକ୍ଷ ପଦବୀ ନିର୍ବାଚନ ବେଳେ ଦେଖାଦେଇଥିଲା ସାଧାରଣ ଜନତା,ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସୁକତା। କାହିଁକି ନା ଏଥର ନିର୍ବାଚନରେ କିଏ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବେ ତାହା ଜଣା ପଡୁ ନ ଥିଲା । କାହା ମୁଣ୍ଡରେ ହାତୀ କଳସ ଢାଳିବ ବୋଲି ସମସ୍ତେ ଅନୁମାନ ପୂର୍ବାନୁମାନ କରୁଥିଲେ । ଏପରିକି  ଇଏ ହେବେ ସିଏ ହେବେ ବୋଲି ଚର୍ଚ୍ଚା ବି ହେଉଥିଲା । କିନ୍ତୁ ସଠିକ ଭାବରେ କିଏ ବ୍ଲକ ଅଧ୍ୟକ୍ଷା ହେବେ ତାକୁ ନେଇ କେହି ସଠିକ ନତିଜାରେ ପହଂଚି ପାରି ନ ଥିଲେ । ନିର୍ବାଚନର କିଛି ସମୟ ପୂର୍ବରୁ ସମିତି ସଭ୍ୟ/ସଭ୍ୟା ଆସି ପହଂଚି ଥିଲେ ବ୍ଲକ ଅଫିସର ସଭା ଗୃହକୁ । ବ୍ଲକ ଅଫିସ ବାହାରେ ବିଜେଡି ତଥା ସାଧାରଣ ଜନତାଙ୍କ ଭିଡ। ସମସ୍ତଂକ ମନରେ ଥିଲା ପ୍ରଶ୍ନବାଚୀ ଚିହ୍ନ । କିଏ ନାମାଙ୍କନ ପତ୍ର ଦାଖଲ କରିବେ ? ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କୁଚିପାଲି ପଂଚାୟତର ସମିତି ସଭ୍ୟା ଶ୍ରୀମତୀ ବବି ପଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଦାଖଲ ସମୟର ଶେଷ ସମୟ ପର୍ଯ୍ୟନ୍ତ ଆଉ କେହି ନାମାଙ୍କନ ପତ୍ର ଦାଖଲ କରି ନ ଥିଲେ । ନିର୍ବାଚନ ପ୍ରକ୍ରିୟାର ନିୟମ ଅନୂପାଳନ କରି ନିର୍ଦ୍ଧାରିତ ସମୟରେ ନିର୍ବାଚନ ପରିଚାଳନା ଅଧିକାରୀ ତଥା ତହସିଲଦାର ଶ୍ରୀ ମାନସ ରଞ୍ଜନ ସ୍ବାଇଁ ଶ୍ରୀମତୀ ବବି ପଧାନଙ୍କୁ ବ୍ଲକ ଅଧ୍ୟକ୍ଷା ଭାବରେ ବିଜୟୀ ଘୋଷଣା କରିଥିଲେ । ସମସ୍ତଙ୍କ ମନ ଆଶ୍ବସ୍ତ ହେଲା । କାହାର ଅନୁମାନ ଠିକ ଲାଗିଥିବ ତ କାହା କାହାର ଅନୁମାନ ଫେଲ ବି ମରିଥିବ । ସେ ଯାହା ବି ହେଉ ବ୍ଲକ ଅଧ୍ୟକ୍ଷା ଭାବରେ  ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବି ପଧାନ ନିଶ୍ଚିତ ଭାବରେ ଆମ ବ୍ଲକର ବିକାଶର ଧାରାକୁ ଆଗେଇ ନେବେ ବୋଲି ସମସ୍ତଙ୍କର ଏହି ଦୃଢ଼ ଆଶା ଓ ବିଶ୍ୱାସ ରହିଛି ।

0
0
0
s2sdefault