ହେଡଲାଇନସ୍:

ନିର୍ଦ୍ୱନ୍ଦରେ ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ହେଲେ ନିରୁପମା ପଟେଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଧଣ୍ଡାମୁଣ୍ଡା ସମିତି ସଭ୍ୟା ନିରୂପମା ପଟେଲ । ଶନିବାର ଏଥିପାଇଁ ଅନୁଷ୍ଠିତ ନିର୍ବାଚନ ପ୍ରକ୍ରିୟାରେ ନିରୂପମା ପଟେଲ ପ୍ରର୍ଥୀପତ୍ର ଦାଖଲ କରିଥିବାବେଳେ ସୁଖିରାମ ସାଣ୍ଢ ପ୍ରସ୍ତାବକ ଓ ବନବାସ ମାଝୀ ସମର୍ଥକ ରହିଥିଲେ । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ ନ କରିବାରୁ ନିରୂପମା ପଟେଲ ନିର୍ଦ୍ୱନ୍ଦରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ତୁରେକେଲା ବିଡିଓ ଦେବାଶିଷ ସାମଲ ଏହି ଘୋଷଣା କରିଥିଲେ । ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ଖପ୍ରାଖୋଲ ବ୍ଳକର ରାସ୍ତାଘାଟ ଓ ସାମାଜିକ ସୁରକ୍ଷା ଯୋଜନା ସହ ସମସ୍ତ ଲୋକାଭିମୁଖୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟ କରିବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟଯେ, ନିରୂପମା ପଟେଲ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ବ୍ଲକ ଉପାଧ୍ୟକ୍ଷା ଦାୟିତ୍ୱ ତୁଲାଇଛନ୍ତି ।

0
0
0
s2sdefault