ହେଡଲାଇନସ୍:

ଅସ୍ତରଙ୍ଗ : କଂଗ୍ରେସ ମେଣ୍ଟର ବିପୁଳ ବିଜୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆରତୀ ନାଏକ ହେଲେ ବ୍ଲକ ଅଧ୍ୟକ୍ଷା

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ର ଅଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ସମର୍ଥୀତ ମେଣ୍ଟକୁ ବିପୁଳ ବିଜୟ ମିଳିଛି । ଯାହା ଫଳରେ କି, ଶାସକ ଦଳ ଅଧୀନରେ ଦୀର୍ଘ ଦିନ ଧରି ଥିବା ଅସ୍ତରଙ୍ଗ ପଞ୍ଚାୟତ ସମିତି ବିରୋଧୀ କଂଗ୍ରେସ ମେଣ୍ଟ ହାତକୁ ଖସି ଆସିଛି । ଶାସକ ଦଳ ତରଫରୁ ଫେରାରଥିବା ପାଟଳଦା ସମିତି ସଭ୍ୟ ମନ୍ଦାକିନି ଛାଟୋଇ ପ୍ରାର୍ଥୀ ରହିଥିବା ବେଳେ, କଂଗ୍ରେସ ମେଣ୍ଟ ତରଫରୁ ଅସ୍ତରଙ୍ଗ ସମିତି ସଭ୍ୟ ଆରତୀ ନାଏକ ପ୍ରାର୍ଥୀ ରହିଥିଲେ । ବ୍ଲକ ସମିଳନୀ କକ୍ଷରେ ହୋଇଥିବା ଭୋଟ ଦାନରୁ ଜଣାଗଲା ଯେ, ପନ୍ଦର ସମିତି ସଭ୍ୟ ବିଶିଷ୍ଟ ଅସ୍ତରଙ୍ଗ ପଞ୍ଚାୟତ ସମିତିର ଆଠ ଜଣ ସଭ୍ୟ ଶ୍ରୀମତୀ ଆରତୀ ନାଏକଙ୍କୁ ଭୋଟ ଦେଇଥିବା ବେଳେ, ସାତ ଜଣ ମନ୍ଦାକିନିଙ୍କୁ ଭୋଟ ଦେଇଥିଲେ | ଶ୍ରୀମତୀ ନାଏକ ଅସ୍ତରଙ୍ଗ ବ୍ଲକ ର ନୂତନ ଅଧ୍ୟକ୍ଷ ହେଲେବୋଲି ସରକାରୀ ଭାବେ ଘୋଷଣା କରାଯାଇ ଥିଲା । ତା ପରେ ବ୍ଲକ ବିଡିଓ ବେବିତା ମଞ୍ଜରୀ ନୟକ ଓ ଅତିରିକ୍ତ ବିଡିଓ ପ୍ରମୁଖ ନୂତନ ଅଧ୍ୟକ୍ଷଙ୍କୁ ତାଙ୍କ ଚାମ୍ବରକୁ ପାଛୋଟି ନେଲାପରେ ନୂତନ ଅଧ୍ୟକ୍ଷ ତାଙ୍କ ସହ କର୍ମୀଙ୍କ ଗହଣରେ ବ୍ଲକ ର ଦାଇତ୍ୱ ବିଡିଓଙ୍କ ଠାରୁ ଗ୍ରହଣ କରିଥିଲେ । ତତପରେ ନୂତନ ଅଧ୍ୟକ୍ଷ ଓ ତାଙ୍କ ସହକର୍ମୀଙ୍କୁ ଅସ୍ତରଙ୍ଗ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ସସ୍ମିତା ଛାଟୋଇ, ଯୁବ ନେତା ଦିବାକର ଛାଟୋଇ ଙ୍କ ନେତୃତ୍ୱ ଓ ସହ ସହ କର୍ମୀଙ୍କ ଗହଣ ରେ ବାଜା, ବାଣ ଫୁଟାଇ ଅସ୍ତରଙ୍ଗ ବଜାର ପରିକ୍ରମା କରାଯାଇ ଥିଲା ।
ଅସ୍ତରଙ୍ଗ ତହସିଲଦାର ରାଜଲଷ୍ମୀ ନାୟକ ମାଜିଷ୍ଟେଟ ଦାଇତ୍ୱ ତୁଲାଇଥିବା ବେଳେ ଭୋଟ ପରିଚାଳନା କରିଥିଲେ ବ୍ଲକର ବି ଡି ଓ ବେବିତା ମଞ୍ଜରୀ ନୟକ । ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପୁରୀ ଜିଲା ର ଅତିରିକ୍ତ ଏସପି, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିମାପଡା ଏସଡିପିଓ ଦେବାଶିଷ ମିଶ୍ର,କୋଣାର୍କ ଥାନା ଅଧକାରୀ ରଞ୍ଜନ ମଲ୍ଲିକ, ଚନ୍ଦ୍ରଭାଗା ଥାନା ଅଧକାରୀ ନିଳିମା ପଟନାୟକ, ମେରାଇନ ଆଇ ଆଇସି ରବୀନ୍ଦ୍ର ସେଠି,ଅସ୍ତରଙ୍ଗ ଥାନା ଏସ ଆଇ, ଅଶୋକ କୁମାର ଦାସଙ୍କ ସମେତ ଜିଲାସ୍ତରୀୟ ପଦାଧିକାରୀ ,ଶହେରୁ ଉର୍ଦ୍ଧ୍ଵ ପୋଲିସି ଫୋର୍ସ ଉପସ୍ଥିତ ରହି ଭୋଟ କାର୍ଯ୍ୟ ସୁରୁଖୁରୁରେ ସଂପାଦନ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଫେରାର ଥିବା ପାଟଳଦା ସମିତିସଭ୍ୟ ଓ ସେ କରିଥିବା ମିଥ୍ୟା ମକଦମାକୁ ନେଇ ଅସ୍ତରଙ୍ଗ ବ୍ଲକ ଆଗରେ କିଛି ସମୟ ଉତେଜନା ଦେଖାଦେଇଥିଲା । ଶାନ୍ତି ଭଙ୍ଗ ନେଇ ବ୍ଲକ ର ଆଖ ପାଖ ଅଞ୍ଚଳରେ ତହସିଲ ତରଫରୁ ୧୪୪ ଜାରି କରାଯାଇଥିଲା ।

0
0
0
s2sdefault