ହେଡଲାଇନସ୍:

ମିଛ ଓ ମିଛୁଆଙ୍କୁ ଓଡ଼ିଶାବାସୀ ଗ୍ରହଣ କରନ୍ତିନି  : ନବୀନ , କଲ୍ୟାଣ କ୍ଷେତ୍ରରେ ଆମର କାମ ସାରା ଦେଶ ପାଇଁ ମଡେଲ୍‍ ହୋଇପାରିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର: ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀର ସାଲିଆସାହି ଠାରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ  ହୋଇଯାଇଛି । ଏହି ଜନସଂପର୍କ ପଦଯାତ୍ରାକୁ ସମ୍ବୋଧିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଗାନ୍ଧିଜୟନ୍ତୀରୁ ଆରମ୍ଭ ହୋଇଥିବା ଆମର ପଦଯାତ୍ରା ଆଜି ସପ୍ତମ ଦିନରେ ପହଞ୍ଚôଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ପଦଯାତ୍ରା ଓଡ଼ିଶାବାସୀଙ୍କ ସହଯୋଗରେ ବେଶ୍‍ ଭଲ ଭାବରେ ଚାଲିଛି ।

ବିଜୁବାବୁଙ୍କ ଆଦର୍ଶରେ ଗଠିତ ଆମ ଦଳ ସାଢେ଼ ଚାରିକୋଟି ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାର ମାଟି, ପାଣି ଓ ପବନ ପାଇଁ ପ୍ରତିଶ୍ରୁତିବଦ୍ଧ । ଆମ ଦଳ ଓଡ଼ିଶାର ବିକାଶରେ ଯେଉଁ ନୂଆ ଯୁଗ ଆଣିଛି, ତାକୁ ଆହୁରି ଜୋରଦାର କରିବା ପାଇଁ ଆପଣମାନେ କାମ କରନ୍ତୁ । କଲ୍ୟାଣ କ୍ଷେତ୍ରରେ ଆମର କାମ ସାରା ଦେଶ ପାଇଁ ମଡେଲ୍‍ ହୋଇପାରିଛି । ବସ୍ତିରେ ରହୁଥିବା ଗରିବ ଲୋକଙ୍କୁ ଜମି ଅଧିଗ୍ରହଣ ଅଧିକାର ଦେବା ପାଇଁ ଆମେ କାମ ଆରମ୍ଭ କରିଛୁ । ଏକ ଆଞ୍ଚଳିକ ଦଳ ଭାବରେ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିଷ୍ଠାର ସହ କାମ କରୁଛୁ । ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଆମର ଉଦ୍ୟମ ନିଶ୍ଚୟ ସଫଳ ହେବ । କିନ୍ତୁ ଜାତୀୟ ରାଜନୈତିକ ଦଳମାନେ ଓଡ଼ିଶାକୁ ବାରମ୍ବାର ନିରାଶ କରିଛନ୍ତି । ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରି ଦଳୀୟ ସ୍ୱାର୍ଥରେ କାମ କରୁଛନ୍ତି । ବିକାଶର ନକଲି ଚିତ୍ରକୁ ପ୍ରଦର୍ଶିତ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ଓଡ଼ିଶାବାସୀ ସେମାନଙ୍କ ମିଛକୁ କେବେ ବି ଗ୍ରହଣ କରି ନାହାନ୍ତି, ଆଗକୁ ମଧ୍ୟ ଗ୍ରହଣ କରିବେ ନାହିଁ । ଦଳୀୟ ନେତା ଓ କର୍ମୀଂକ ଉଦ୍ଦେଶ୍ୟ ରେ ଉଦ୍ବୋଧନ ଦେଇ ନବୀନ କହିଥିଲେ ଯେ ଆପଣମାନେ ଲୋକଙ୍କ ସୀଥରେ ରୁହନ୍ତୁ । ସେମାନଙ୍କ ସୁଖଦୁଃଖରେ ସାମିଲ ହୁଅନ୍ତୁ । ଓଡ଼ିଶାର ଜନସାଧାରଣଙ୍କ ସହଯୋଗ ଓ ସମର୍ଥନରେ ଆମର ବିକାଶ ଯାତ୍ରା ଜାରି ରହିବ । ଏହି ପଦଯାତ୍ରାରେ  ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ,ମେୟର ଅନନ୍ତ ନାରାୟଣ ଜେନା,ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣପ୍ରତାପ ପାତ୍ରଙ୍କ ସମେତ ବହୁ ନେତା ଇ କର୍ପୋରେଟର ଉପସ୍ଥିତ ଥିଲେ 1

0
0
0
s2sdefault