କଂଗ୍ରେସକୁ ଝଟକା, ବିଜେପୁର ଏନ୍‍ଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ୬ କଂଗ୍ରେସ କାଉନ୍‍ସିଲର ବିଜେଡିରେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର: ସ୍ବର୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାର ବିଜେଡି ରେ ଯୋଗଦାନ କଂଗ୍ରେସ ପାଇଁ ମସ୍ତବଡ ଝଟକା ହୋଇଥିବା ହେବେ ଆଜି ପୁଣି ଏକ ଝଟକା ପହଂଚିଛି ବିଜେପୁର ଏନଏସି ହାତରୁ ଚାଲିଯିବା ପରେ । ମୃତ ସୁବଳଙ୍କ ପତ୍ନୀ ରୀତା ସାହୁଙ୍କ ନେତୃତ୍ୱରେ ବିଜେପୁର ଏନ୍‍ଏସି ଅଧ୍ୟକ୍ଷ ମୀନା ସେଠ୍‍ ଓ ଉପାଧ୍ୟକ୍ଷଙ୍କ ସହ ୬ଜଣ କାଉନ୍‍ସିଲର ଆନୁଷ୍ଠାନିକ  ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ୬ଜଣ କାଉନ୍‍ସିଲର ହେଲେ ୧ନଂ ୱାର୍ଡର ଅଚ୍ୟୁତ ପଣ୍ଡା, ୨ନଂ ୱାର୍ଡର ସୁଚି ବେହେରା, ୪ନଂ ୱାର୍ଡର ଅଶ୍ୱିନୀ ପରିଡ଼ା, ୬ନଂ ୱାର୍ଡର ଗାୟତ୍ରୀ ରାଉତ, ୯ନଂ ୱାର୍ଡର ବାସନ୍ତୀ ଭୁଏ ଓ ୧୧ନଂ ୱାର୍ଡର ବବିତା ରଣା ।

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିବା ସମସ୍ତ କାଉନ୍‍ସିଲରଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି । ଏହି ଯୋଗଦାନ ଫଳରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଦଳ ଆହୁରି ଶକ୍ତିଶାଳୀ ହେବା ସହ ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା ଦଳରେ ନୂତନ କାଉନ୍‍ସିଲରମାନଙ୍କ ଯୋଗଦାନ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ମିଶ୍ରଣ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସମେତ ଜିଲ୍ଲାର ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

0
0
0
s2sdefault