ହେଡଲାଇନସ୍:

ମହାନଦୀ ପ୍ରସଂଗରେ ଧର୍ମେନ୍ଦ୍ରଙ୍କ ବିବୃତି :  ଆନ୍ତରିକତା କମ୍‍ ଓ ବାଧ୍ୟବାଧକତା ବେଶୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

10-06-18-BJD.jpg - 51.88 kB

"ଯଦି ଶ୍ରୀ ପ୍ରଧାନଙ୍କର ଆନ୍ତରିକତା ଅଛି, ତେବେ ସେ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜର ସଂଘୀୟ ଦାୟିତ୍ୱ ତୁଲାଇ ଛତିଶଗଡ଼ ସରକାରଙ୍କୁ ନିର୍ମାଣାଧୀନ ବ୍ୟାରେଜ୍‍ଗୁଡିକ ବନ୍ଦ କରିବା ପାଇଁ ପରାମର୍ଶ ଦେବେକି? ଯେଉଁ ୩ଟି ବ୍ୟାରେଜ୍‍ ପାଇଁ ନୂଆ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ତାକୁ ବନ୍ଦ କରିପାରିବେ କି? ରମଣ ସିଂହ କହିଥିଲେ ଯେ ମହାନଦୀର କ୍ୟାଚ୍‍ମେଣ୍ଟ ଏରିଆ ଛତିଶଗଡ଼ରେ ଅଧିକ ଅଛି, ତେଣୁ ଛତିଶଗଡ଼ ୮୫ ପ୍ରତିଶତ ପାଣି ବ୍ୟବହାର କରିବ ଏବଂ ଯେଉଁ ବେଆଇନ୍‍ ନିର୍ମାଣଗୁଡିକ ଚାଲିଛି, ସେଗୁଡିକ ଚାଲିବ, ସେଥିନେଇ ରାଜ୍ୟର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଶ୍ରୀ ପ୍ରଧାନ ଛତିଶଗଡ଼ ସରକାରଙ୍କୁ ତୁରନ୍ତ ଏ ବିଷୟରେ ପଦକ୍ଷେପ ନେବାକୁ ଦାବି ରଖିବେକି? ଟ୍ରିବୁ୍ୟନାଲ୍‍ର ରାୟ ଆସିବା ପର୍ଯ୍ୟନ୍ତ ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରି ମହାନଦୀ କିପରି ବଂଚି ରହିବ ସେଥିପାଇଁ ସଂଘୀୟ ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନେବେକି?"

ଭୁବନେଶ୍ୱର : ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଛତିଶଗଡ଼ ମହାନଦୀ ପାଣିକୁ ଅଟକାଉଥିବା ସ୍ୱୀକାର କଲେ । ଏବଂ ମହାନଦୀ ଉପର ମୁଣ୍ଡରେ ପାଣି ଯେତିକି ଦେବା କଥା ତାକୁ ଛତିଶଗଡ଼ ଅଟକାଉଛି ବୋଲି ମଧ୍ୟ ସ୍ୱୀକାର କରିଛନ୍ତି । ଶ୍ରୀ ପ୍ରଧାନ ତାଙ୍କ ବିବୃତିରେ କହିଛନ୍ତି, ଛତିଶଗଡ଼ ସେଠାରେ ୨୦୦୦ ହେକ୍ଟର ତଳିଆ ଅଞ୍ଚଳ ଦେଖାଇ ଶିଳ୍ପ ସଂଗଠନ ପାଇଁ ପାଣି ଦେଉଛନ୍ତି ଏବଂ ସେଥିପାଇଁ ଓଡ଼ିଶାକୁ ପାଣି କମ୍‍ ଆସୁଛି । ଅଣ ମୌସୁମୀ ସମୟରେ ଓଡ଼ିଶାକୁ ଆବଶ୍ୟକ ପାଣି ମିଳୁନଥିବା ସେ ସ୍ୱୀକାର କରିବା ସହିତ ଛତିଶଗଡ଼ ଏପରି କରି ଭୁଲ କରୁଛି ଓ ଏଥିରେ ଦ୍ୱିମତ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଛତିଶଗଡ଼ ଉପରେ ଚାପ ପକାଇବା ଦରକାର ଏବଂ ୩ରୁ ୪ମାସ ମଧ୍ୟରେ ଆମର ଆବଶ୍ୟକ ପାଣି ଛଡ଼ାଇ ଆଣିବା ଉଚିତ୍‍ । ଏଥିପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ଏବଂ ସେ ସହଯୋଗର ହାତ ବଢ଼ାଇବେ ବୋଲି ଯାହା କହିଛନ୍ତି, ଏଥିରେ ଆନ୍ତରିକତା କମ୍‍ ଓ ବାଧ୍ୟବାଧକତା ବେଶୀ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ଓ ମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଦଳ ତରଫରୁ ତିନୋଟି ପ୍ରଶ୍ନ କରାଯାଇଥିଲା । ଶ୍ରୀ ଦାସବର୍ମା କହିଥିଲେ ଯେ ଯଦି ଶ୍ରୀ ପ୍ରଧାନଙ୍କର ଆନ୍ତରିକତା ଅଛି, ତେବେ ସେ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜର ସଂଘୀୟ ଦାୟିତ୍ୱ ତୁଲାଇ ଛତିଶଗଡ଼ ସରକାରଙ୍କୁ ନିର୍ମାଣାଧୀନ ବ୍ୟାରେଜ୍‍ଗୁଡିକ ବନ୍ଦ କରିବା ପାଇଁ ପରାମର୍ଶ ଦେବେକି? ଯେଉଁ ୩ଟି ବ୍ୟାରେଜ୍‍ ପାଇଁ ନୂଆ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ତାକୁ ବନ୍ଦ କରିପାରିବେ କି? ରମଣ ସିଂହ କହିଥିଲେ ଯେ ମହାନଦୀର କ୍ୟାଚ୍‍ମେଣ୍ଟ ଏରିଆ ଛତିଶଗଡ଼ରେ ଅଧିକ ଅଛି, ତେଣୁ ଛତିଶଗଡ଼ ୮୫ ପ୍ରତିଶତ ପାଣି ବ୍ୟବହାର କରିବ ଏବଂ ଯେଉଁ ବେଆଇନ୍‍ ନିର୍ମାଣଗୁଡିକ ଚାଲିଛି, ସେଗୁଡିକ ଚାଲିବ, ସେଥିନେଇ ରାଜ୍ୟର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଶ୍ରୀ ପ୍ରଧାନ ଛତିଶଗଡ଼ ସରକାରଙ୍କୁ ତୁରନ୍ତ ଏ ବିଷୟରେ ପଦକ୍ଷେପ ନେବାକୁ ଦାବି ରଖିବେକି? ଟ୍ରିବୁ୍ୟନାଲ୍‍ର ରାୟ ଆସିବା ପର୍ଯ୍ୟନ୍ତ ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରି ମହାନଦୀ କିପରି ବଂଚି ରହିବ ସେଥିପାଇଁ ସଂଘୀୟ ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନେବେକି?

ସାସଂଦ ଶ୍ରୀ ପଟ୍ଟନାୟକ ଓ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ବିଜେପି ତା’ର ୪ବର୍ଷ ପୂର୍ତ୍ତି ଅବସରରେ ଯେଉଁ ସଫଳତା ବଖାଣୁଛି, ସେଥିରେ ଅନେକଗୁଡିକ ଭ୍ରମାତ୍ମକ ତଥ୍ୟ ଉପସ୍ଥାପନ କରାଯାଉଛି । ଗତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟତଃ ୫ଟି ପ୍ରଶ୍ନ ବିଜେଡି ତରଫରୁ ପଚରାଯାଇଥିଲା, ଯାହା ଆଜି ପର୍ଯ୍ୟନ୍ତ ତା’ର ଉତ୍ତର ମିଳିଲା ନାହିଁ । ମହାନଦୀ ସଂପର୍କରେ କେନ୍ଦ୍ର ସରକାର, କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର ଭୂମିକା ସ୍ପଷ୍ଟ ହେବା ଦରକାର । କେନ୍ଦ୍ର ଓ ଛତିଶଗଡ଼ରେ ବିଜେପି ସରକାର ଥିବା କାରଣରୁ କେନ୍ଦ୍ର ଛତିଶଗଡ଼ ବିରୋଧରେ କୌଣସି କଠୋର ଆଭିମୁଖ୍ୟ ଗ୍ରହଣ କରିପାରୁ ନାହିଁ, ଏକଥା ଆମେ ବୁଝିପାରୁଛୁ । ଆମର ବାରମ୍ବାର ଦାବି ସତ୍ତେ୍ୱ କେନ୍ଦ୍ର ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରୁଛି । ମହାନଦୀକୁ ବଞ୍ଚାଇବା ପାଇଁ ୨୦୧୬ ମସିହାରୁ ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ଛତିଶଗଡ଼ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ କରାଯାଇଛି । ଯେତେବେଳେ ଏ ସଂପର୍କରେ ଆଲୋଚନା କରାଯାଇଛି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେତେବେଳେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ (ଜେସିବି), କେତେବେଳେ ଛତିଶଗଡ଼-ଓଡ଼ିଶା ମଧ୍ୟରେ ମଧ୍ୟସ୍ଥତା କରିବି, କେତେବେଳେ ମହାନଦୀ ଉପରେ ଶ୍ୱେତପତ୍ର ପ୍ରଦାନ କରାଯିବ, କେତେବେଳେ ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେବା ସହିତ କେନ୍ଦ୍ର ସରକାର ମହାନଦୀ ସଂପର୍କରେ ଏକକ ଟ୍ରିବୁ୍ୟନାଲ୍‍ କରିବାକୁ ଯାଉଛନ୍ତି ବୋଲି ମତ ରଖିଥିଲେ । ୨ବର୍ଷ ଧରି ଛତିଶଗଡ଼ ନିର୍ମାଣ କରୁଥିବା ବେଆଇନ୍‍ ବ୍ୟାରେଜ୍‍ଗୁଡିକ ଓଡ଼ିଶାର ଚାଷୀକୁଳର ସ୍ୱାର୍ଥ ପାଇଁ ବନ୍ଦ କରନ୍ତୁ ଏବଂ ଅଣମୌସୁମୀ ସମୟରେ ପାଣି ଛାଡ଼ନ୍ତୁ, ଏକଥା ଅଦ୍ୟାବଧି ଶ୍ରୀ ପ୍ରଧାନ କହିନାହାନ୍ତି । ଭାରତବର୍ଷର କେନ୍ଦ୍ରମନ୍ତ୍ରୀ ହିସାବରେ ତାଙ୍କ ନିକଟରେ ଆମେ ଦାବି କରୁଛୁ, ସେ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ପଦକ୍ଷେପ ନିଅନ୍ତୁ ଏବଂ ବିଜେପି ଶାସିତ ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ନିର୍ମାଣ କରୁଥିବା ସମସ୍ତ ବେଆଇନ୍‍ ବ୍ୟାରେଜ୍‍ଗୁଡିକ ବନ୍ଦ କରିବା ସହ ଟେଣ୍ଡର ଆହ୍ୱାନ କରିଥିବା ନୂତନ ବ୍ୟାରେଜ୍‍ଗୁଡିକର ସମସ୍ତ ପ୍ରକ୍ରିୟା ବନ୍ଦ କରିବା ପାଇଁ ଶ୍ରୀ ପ୍ରଧାନ ଠୋସ୍‍ ପଦକ୍ଷେପ ନିଅନ୍ତୁ । ବିଜୁ ଜନତା ଦଳ ରାଜ୍ୟରେ ଜନମତର ଆନେ୍ଦାଳନ ଚଳାଇଥିବା ବେଳେ ତାଙ୍କର ଏଭଳି ବିବୃତି ହାସ୍ୟାସ୍ପଦ ଏବଂ ସାଢେ଼ ୪ କୋଟି ଜନସାଧାରଣଙ୍କୁ ନିରାଶ କରିଛି । ଦେଶରେ ଯେତେବେଳେ ବିଜେପିର ସ୍ଥିତି ଦୋହଲିବାକୁ ବସିଛି, ସେତେବେଳେ ଓଡ଼ିଶାରେ ନିଜ ଦଳକୁ ବଞ୍ଚ୍ନବା ପାଇଁ ଦିଆଯାଇଥିବା ଶ୍ରୀ ପ୍ରଧାନଙ୍କର ଏ ପ୍ରକାର ପ୍ରୟାସ ଓ ବିବୃତି କେବଳ ଲୋକଦେଖାଣିଆ ଏବଂ ଦିନ ଦ୍ୱିପ୍ରହରରେ ଲଣ୍ଠନ ଦେଖାଇବା ସହିତ ସମାନ । ବିଜୁ ଜନତା ଦଳ ମହାନଦୀର ସୁରକ୍ଷା ପାଇଁ କରିଥିବା ଦ୍ୱିତୀୟ ପର୍ଯ୍ୟାୟ ମହାସଂଗ୍ରାମ ଝାରସୁଗୁଡ଼ାର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲାର ଚିଖିଲି ଠାରୁ ଆରମ୍ଭ କରି ପାରାଦୀପ ପର୍ଯ୍ୟନ୍ତ ୧୫ଟି ଜିଲ୍ଲାର ୧୫୫୦ କିଲୋମିଟର ବ୍ୟାପି ଜନସଚେତନତା ଯାତ୍ରାକୁ ଯେଭଳି ଭାବରେ ଓଡ଼ିଶାର ଜନସାଧାରଣ ସମର୍ଥନ ଦେଲେ, ସେଥିରେ ଭୟଭୀତ ହୋଇ ଶ୍ରୀ ପ୍ରଧାନ ବାଧ୍ୟ ହୋଇ ରାଜ୍ୟ ବିଜେପିକୁ ଲୋକ ଚକ୍ଷୁରେ ବଞ୍ଚାଇବା ଉଦେ୍ଧଶ୍ୟରେ ୨ବର୍ଷ ପରେ ଏଭଳି ବିବୃତି ଦେବା ଅପେକ୍ଷା କିଛି ଠୋସ୍‍ ପଦକ୍ଷେପ ନିଅନ୍ତୁ, ଯାହାଫଳରେ ଓଡ଼ିଶାର ଅଗଣିତ ଜନସାଧାରଣଙ୍କ ସ୍ୱାର୍ଥ ସାଧନ ହୋଇପାରିବ । ରାଜ୍ୟ ସରକାର ନ୍ୟାୟିକ ଲଢେ଼ଇ ଲଢ଼ୁଛନ୍ତି । ଓଡ଼ିଶାର ଜନସାଧାରଣ ରାଜରାସ୍ତାରେ ନିଜ ଅଧିକାର ପାଇଁ ଲଢେ଼ଇ ଜାରି ରଖିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ହିସାବରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୁରୋଭାଗରେ ଏହି ସାମାଜିକ ଆନେ୍ଦାଳନର ନେତୃତ୍ୱ ନେଉଛନ୍ତି । କାଲ୍‍ମା ଗେଟ୍‍ ଖୋଲିବା ଏବଂ ରାଜ୍ୟବାସୀ ଅଣମୌସୁମୀ ସମୟରେ ଚାଷକୁ ପାଣି ପାଇବା ଓ ମତ୍ସ୍ୟଜୀବୀ, କୃଷକ, ପିଇବା ପାଣି ପ୍ରକଳ୍ପ, ଉଠା ଜଳସେଚନ ପଏଣ୍ଟ, ବିଦୁ୍ୟତ ଉତ୍ପାଦନ ଯେଉଁଭଳି ଭାବେ ବାଧାପ୍ରାପ୍ତ ହେବ ନାହିଁ ସେଥିପାଇଁ ଆମେ ନିବେଦନ କରୁଛୁ, ତୃତୀୟ ପର୍ଯ୍ୟାୟ ଆନେ୍ଦାଳନ ଆରମ୍ଭ ହେବା ପୂର୍ବରୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏଭଳି କିଛି ଠୋସ୍‍ ପଦକ୍ଷେପ ନେବା ଉଚିତ୍‍ ବୋଲି ଶ୍ରୀ ପଟ୍ଟନାୟକ ଓ ଶ୍ରୀ ବେହେରା କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପ୍ରତାପ ଜେନା, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ଏବଂ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ

0
0
0
s2sdefault