ହେଡଲାଇନସ୍:

ଦାଲ ମେ କୁଛ କାଲା ୟା ଦାଲ ବରାବର କାଲା ??? ଚୋର ମନ ଚୋର ଗଣ୍ଠିରେ , ଧର୍ମେଦ୍ରଙ୍କ ଫେସବୂକରୁ ମେ ୨୦ରେ କୋଳାକୋଳି ଫୋଟୋ ଡିଲିଟ ଧଳ ଭାଇ ପରେ ଲକ୍ଷ୍ମୀ ଝଟକା, ଧର୍ମେନ୍ଦ୍ରକୁ ବିଜେଡିର ଟାର୍ଗେଟ, ଧର୍ମେନ୍ଦ୍ର ଚୁପ, ପ୍ରିୟାଂଶୁଙ୍କ ଆଡେ ଆଙ୍ଗୁଳି ଦେଖାଇଲା ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: କଥାରେ ଅଛି କହି ହେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ ବିଜେପି ର ଦୋମୁହାଁ ନୀତି ପଦାରେ ପଡିଯାଇଛି ।  ନୀତି ଭଲ ଓ ନେତା ଭଲ ବୋଲି ସ୍ଲୋଗାନ କେବେ ଗାଉଥିଲେ, ହେଲେ ପାଦ ତଳେ ମାଟି ନଥାଇ ଓ ତଳ ସ୍ତରରେ ପତାକା ଧରିବାକୁ ଲୋକ ନଥାଇ, ମାଗି ଅଣା ତିଅଣରେ ଜ଼ିଲ୍ଲା ପରିଷଦ ଆସନ ହଟେଇ ଥିବା ବିଜେପି ଏବେ କ୍ଷମତା ଲୋଭରେ ଏତେ ତଳ ସ୍ତରକୁ ଚାଲିଯାଇଛି ଯେ ଆଉ ଇନ୍ଦ୍ର ଚନ୍ଦ୍ର ମାନୁନି .।  ଅନ୍ୟକୁ ଅପରାଧୀ କହି ଶାନ୍ତିରେ ବିଶ୍ୱାସ କରୁ ବୋଲି କହୁଥିବା ବିଜେପି ର ଅସଲ ଚେହେରା ପାଦରେ ପଡିଯାଇଛି ଛତ୍ରପୁର ବିଜେଡି କର୍ପୋରେଟର ନିର୍ମମ ହତ୍ୟା ଘଟଣାରୁ । ପୋଲିସ ତଦନ୍ତରୁ ଜଣ ପଡିଯାଇଛି ଯେ ଏ ହତ୍ୟାକାଣ୍ଡ ର ମହାନାୟକ ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦାକ୍ଷିଣାତ୍ୟ ଅଭିଯାନ ଲାଗି ନିୟୋଜିତ ଦୁର୍ଦ୍ଧଷ ସେନାପତି ତଥା ଗଂଜାମ ଜିଲ୍ଲା ବିଜେପିର ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ । .ବାସ୍ତବରେ ସତ କଣ ମିଛ କଣ , ସମୟ କଷଟି ପଥରରେ କଷି ହୋଇ ସତ ପଦାକୁ ଆସିଯିବ `।` ହେଲେ ପୋଲିସ ତଦନ୍ତ ପରେ ସିଧାସଳଖ ହତ୍ୟା କାଣ୍ଡ ପଛରେ ବିଜେପି ନେତା କୃଷ୍ଣଚନ୍ଦ୍ର ଙ୍କ ହାତ ଅଛି ବୋଲି ଆଙ୍ଗୁଳି ନିର୍ଦେଶ ହୋଇଛି .। ଯଦିଓ ପୋଲିସ ତଦନ୍ତ ପରେ ବିଜେଡି ଓ ବିଜେପି ମଧ୍ୟରେ କଥା କଟାକଟି ଚାଲିଛି, ତଥାପି ଆଇନ ପ୍ରତି ଦୁଇଟି ଯାକ ଦଳର ସମ୍ମାନ ବୋଧ ନଥିବା ପ୍ରମାଣିତ ହୋଇଯାଇଛି। .ଯେମିତି ସିବିଆଇ ତଦନ୍ତକୁ ନେଇ ବିଜେଡି ର ଆସ୍ଥା ନାହିଁ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହୁଛି ବିଜେଡି । ସେମିତି ଏବେ ପୋଲିସ ତଦନ୍ତ ଉପରେ ବିଜେପିର ମତ ମଧ୍ୟ ଅନୁରୂପ ।. ଛତ୍ରପୁର ,ମର୍ଡର ମାମଲାରେ ପୋଲିସ ତଦନ୍ତକୁ ମାନୁନି ବିଜେପି `। ଏହା ବିଜେଡି ର ଆଭ୍ୟନ୍ତରୀଣ ଗଣ୍ଡଗୋଳ ବୋଲି କହିବା ସହ ଏସପି ବିଜେଡିର ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ଅଭିଯୋଗ କରିଛି ।.` ହେଲେ ସିସିଟିଭି ଫୂଟେଜ ଆଧାରରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଲକ୍ଷ୍ମୀଧର  ଓ ଅନ୍ୟ ଜଣେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହିଛନ୍ତି `ହେଲେ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ପରିପ୍ରେକ୍ଷୀରେ  କଳେ ବଳେ କୌଶଳେ କ୍ଷମତା ଦଖଲ କରିବା ପାଇଁ ମାନସିକତା ତଥା ୧୨୦ ସିଟ ହାସଲ କରିବା ପାଇଁ ଯାହା ବି କରିବାକୁ ପଡେ କରିବା ପାଇଁ ମିଳିଥିବା କର୍ଣ୍ଣ ମନ୍ତ୍ର ପରିପ୍ରେକ୍ଷୀ ରେ ଆପାତତଃ ଚରାବେଲି ଉପରେ ଠିଆ ହୋଇଥିବା ଦଳ ପାଦ ତଳକୁ ମାଟି ଯୋଗାଡ଼ କରିବା ଲାଗି ଉଦ୍ୟମ ହୋଇଥାଇପାରେ ବୋଲିବିଭିନ୍ନ ମହଲା ରେ ଚର୍ଚା ହେଉଛି ।  ବିଜେଡି କାଉନସିଲର ହତ୍ୟା ଘଟଣାରେ ସିପିଆଇ ରୁ ବଜେପି ନେତା ହୋଇଥିବା କୃଷ୍ଣଚନ୍ଦ୍ର (ଯାହାକୁ କେନ୍ଦ୍ର ମନ୍ତ୍ରୀ ବିଜେପି ରେ ସାମିଲ କରାଇ ଥିଲେ ଏକ ବିରାଟ ସମାବେଶରେ ) ସମ୍ପୃକ୍ତ ବୋଲି ଜଣ ପଡିବ ପରେ ଧର୍ମେନ୍ଦ୍ରଙ୍କ ଫେସବୁକକୁ ମହିମା ମଣ୍ଡିତ କରୁଥିବା ମେ ୨୦ ସମାବେଶର ସବୁ ଫୋଟୋ କୁ ହଠାତ ଗାଏବ କରାଇ ଦିଆଯାଇଛି.`। ଯଦି ସେମିତି କିଛି ସନ୍ଦେହ ନାହିଁ କୃଷ୍ଣଚନ୍ଦ୍ରଙ୍କ ଯୋଗଦାନ ଓ ସମ୍ବର୍ଧନା ଫୋଟୋକୁ ଗାଏବ କରାଗଲା କାହିଁକି । ତେଣୁ ଚୋର ମନ ଚୋର ଗଣ୍ଠିରେ, ବିରୋଧୀ ଦଳ ପକ୍ଷରୁ ହତ୍ୟା ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସହ ଧର୍ମେନ୍ଦ୍ରଙ୍କ ସମ୍ପର୍କ ପଦାକୁ ଅଣାଗଲା ସେତେବେଳେ ତୁରନ୍ତ ଫେସବୁକରୁ ଧର୍ମେନ୍ଦ୍ରଙ୍କ ସହ ଲକ୍ଷ୍ମୀଧରଙ୍କ ଫୋଟୋ ଗୁଡିକୁ ହଟାଇ ଦିଅଗଲା `।  ୨୦ ତାରିଖ ଫେସବୁକ ପୋଷ୍ଟିଙ୍ଗ ରେ ସବୁ ଫୋଟୋ ଅଛି କେବଳ  ଧର୍ମେନ୍ଦ୍ରଙ୍କ ସହ ଲକ୍ଷ୍ମୀଧରଙ୍କ ଫୋଟୋ ଗୁଡିକୁ ଛାଡି ।

ଧର୍ମେନ୍ଦ୍ରଙ୍କ ପ୍ରଚେଷ୍ଟା ଓ ଆର୍ଶିବାଦରେ ମେ ୨୦ ତାରିଖରେ ବାମପନ୍ଥୀ ନେତା କୃଷ୍ଣଚନ୍ଦ୍ରଙ୍କୁ ଅମିତ୍ ଶାହାଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ର ତାଙ୍କୁ ଦଳରେ ମିଶାଇ କୁଣ୍ଢେଇ ପକେଇଥିଲେ । କୃଷ୍ଣଚନ୍ଦ୍ରଙ୍କୁ ପାଇ ମଞ୍ଚରେ ଉପସ୍ଥିତ ବସନ୍ତ ପଣ୍ଡା, ଭୃଗୁ ବକ୍ସିପାତ୍ର ଖୁସିରେ ଭାବପ୍ରବଣ ହୋଇପଡ଼ିଥିଲେ । ଖାଲି ସେତିକି ନୁହେଁ, କୃଷ୍ଣଚନ୍ଦ୍ରଙ୍କ ପାଇଁ ଆୟୋଜିତ ଏହି ମିଶ୍ରଣ ପର୍ବ ବେଶ୍ ଜାକଜମକ ଥିଲା । ଧର୍ମେନ୍ଦ୍ର ତାଙ୍କ ପାଇଁ ରୋଡ୍ ସୋ କରିଥିଲେ । କୃଷ୍ଣଚନ୍ଦ୍ର ଏବଂ ସହଯୋଗୀଙ୍କ ଯୋଗଦାନ ବିଜେପିକୁ ଅଧିକ ଶକ୍ତିଶାଳୀ କଲା ବୋଲି ଘୋଷଣା କରିଥିଲେ । ସବୁକିଛି ଏପଟସେପଟ ହୋଇଗଲା ହେଲେ ଚାରୀ ମାସ ନପୂରୁଣୁ ଗତ ୧୬ ତାରିଖରେ ଛତ୍ରପୁରର ଟାଣୁଆ ଯୁବ ବିଜେଡ଼ି ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ବିଭତ୍ସ୍ୟ ଭାବେ ହତ୍ୟା ଘଟଣା ଘଟିଗଲା. ଏହି ନିର୍ମମ ହତ୍ୟାକାଣ୍ଡର ସିସିଟିଭି ଭିଜୁଆଲ୍ ପଦାକୁ ଆସିବା ପରେ ପୋଲିସ ତା ଆଧାରଲାଜ ଗିରଫ କରି ସାରିଲାଣି ୧୩ ଜଣଙ୍କୁ ।  ଆଉ ଏ ହତ୍ୟାକାରୀ ମାନେ ପ୍ରକାଶ କରିଛନ୍ତି ଯେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବିଜେପି ନେତା କୃଷ୍ଣଚନ୍ଦ୍ର ନାୟକ । `ଏହି ହତ୍ୟାଘଟଣା ପଛରେ ରାଜନୈତିକ କାରଣ ଅଛି ବୋଲି ପୋଲିସ କହୁଛି ` ।

ହେଲେ ଯାହାଙ୍କୁ ଆଲିଙ୍ଗନ କରି ମେ ୨୯ ତାରିଖ ଠାରୁ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଯାହାକୁ ଦକ୍ଷିଣାତ୍ୟର ବା ଖାସ କରି ଗଂଜାମର ଅଭିଯାନ ର ନାୟକ ବୋଲି କହୁଥିଲେ ଏବେ ୧୬ ତାରିଖ ପରେ ସେ ହତ୍ୟାକାଣ୍ଡ ବିଷୟରେ ପଦେ ବି କିଛି ମୁହଁ ଖୋଲୁନାହାନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ` ପଚାରିଲେ ବି ଏଡାଇ ଯାଉଛନ୍ତି ଏ ପ୍ରଶ୍ନକୁ ।` ହେଲେ ତାଙ୍କ ଦଳର ଭାଟମାନେ କି ଛାଡ଼ନ୍ତି `ମୁଖପାତ୍ର ଗୋଲୋକ ମହାପାତ୍ର ପୁରା ଗଛରୁ ତୋଳି ଆଣିଲା ପରି କହିଲେ ବିଭୁଦତ୍ତଙ୍କ ହତ୍ୟା ବିଜେଡି ଭିତର ର ଆଭ୍ୟନ୍ତରୀଣ ଝଗଡା. ଏ ହତ୍ୟାଘଟଣା ପଛରେ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ହାତ ଅଛି ।` ପୋଲିସର ତଦନ୍ତକୁ ଝୁଟାଇଲା ଭଳି  କଣ ପ୍ରମାଣ ଅଛି ଏ ଯୁକ୍ତି ପଛରେ ପଚାରିବାରୁ କିଛି କହିନଥିଲେ. ।

ଧର୍ମେନ୍ଦ୍ରନ୍କ ଭଳି ଚତୁର ତଥା ଧୃତ ରାଜନେତା ଯେ ଅଜାଣତରେ ଏଭଳି ଲୋକଙ୍କୁ କୋଲାଉଛନ୍ତି ତାହା ଭାବିବା ଭୁଲ, କାରଣ ପୂର୍ବରୁ  କଟକର ବାହୁବଳୀ ଧଳସାମନ୍ତ ବ୍ରଦର୍ସଙ୍କ ସହ ଧର୍ମେନ୍ଦ୍ରଙ୍କ ସମ୍ପର୍କ ଲୋକଲୋଚନରେ ପ୍ରମାଣିତ ହୋଇଯାଇଛି । ଧଳସାମନ୍ତଙ୍କ ଅପରାଧିକ ସାମ୍ରାଜ୍ୟ ର ବିସ୍ତୃତି ଓ କଳାକାରନାମା ଜାଣିବି  ୨୦୧୬ ଜାନୁଆରୀରେ ଧଳସାମନ୍ତଭ୍ରାତାଙ୍କ ନିମନ୍ତ୍ରଣ ରକ୍ଷା କରି ଧର୍ମେନ୍ଦ୍ର କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଲେ ଓ ତାଠୁ ବଡ଼କଥା ହେଉଛି କୁଖ୍ୟାତ ଅପରାଧିକ କାର୍ଯ୍ୟକଳାପ ବିଶିଷ୍ଟ ଦୁଇ ଭାଇଙ୍କୁ କଟକ ସହର ପାଇଁ ବାଇମୁଣ୍ଡି ବୋଲି କହିବାକୁ ପଛାଇନଥିଲେ ।` ଏଭଲି କରି ସେ କଟକ ର ତ୍ରାଣକର୍ତା ବାଇମୁଣ୍ଡି ଭଳି ଐତିହାସିକ ବ୍ୟକ୍ତିତ୍ୱ ତଥା କଟକ ସହର ର ସ୍ୱାଭିମାନକୁ ଅପମାନିତ କରିବାକୁ ପଛାଇନଥିଲେ`।

ଦେଖାଯାଉ କୃଷ୍ଣଚନ୍ଦ୍ରଙ୍କ ଭଳି ଅପରାଧପ୍ରବଣ ଚରିତ୍ରଙ୍କୁ କୋଳାଇବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ କଣ ଯାଣିନଥିଲେ ତାଙ୍କ ବିଷୟରେ ? ଜାଣିଶୁଣି ବି ତାଙ୍କୁ ଦଳର ଗଂଜାମ ମଙ୍ଗୁଆଳ କରିବା ପଛରେ କାରଣ କଣ? ନିର୍ବାଚନ ପୂର୍ବରୁ କିଛି ମନ୍ଦ ଉଦ୍ଦେଶ୍ୟ ଥିଲା କି ? ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କହିବା ପରେ ତାଙ୍କ ବିରୋଧ ରେ ଦଳୀୟ କାର୍ଯ୍ୟାନୁଷ୍ଠାନ କାହିଁକି ନେଇ ନାହାନ୍ତି ବିଜେପି ସଭାପତି ବସନ୍ତ ପଣ୍ଡା ବା ଜିଲ୍ଲା ସଭାପତି ? ଯଦି ଲକ୍ଷ୍ମୀଧର ନିର୍ଦୋଷ ତେବେ ଫେସବୁକ ରୁ ଧର୍ମେନ୍ଦ୍ର-ଲକ୍ଷ୍ମୀଧରଙ୍କ ଯୋଡି ଫୋଟୋ ଗୁଡାକ କାଢିନେଲେ କାହିଁକି ?  ତେଣୁ ଦାଲ ମେ କୁଛ  କାଲା ୟା ଡାଳ ବରାବର କାଲା ??????????

ଅବଶ୍ୟ ବିଜେପିକୁ ଗୋଟିଏ ପ୍ରଶ୍ନ ପଚରାଯାଇପାରେ,  ଗଂଜାମ ଏସପି ତ ବିଜେଡି ଜିଲ୍ଲା ସଭାପତି(ଯାହା ବିଜେପି ମୁଖପାତ୍ର ଗୋଲୋକ ମହାପାତ୍ର କହିଥିଲେ) ଅବା  ଜ଼ିଲ୍ଲା ସେକ୍ରେଟାରୀ (ଯାହା ବିଜେପିର ମୁଖପାତ୍ର ସଜ୍ଜନ ଶର୍ମା କହିଥିଲେ), ହେଲେ ଛବି ତାହାହେଲେ ବିଜେପି ର କଣ ସାଙ୍ଗଠନିକ ମହାସଚିବ ? 

ସତକଥା ହେଲା ବିଜେପି ଓ ବିଜେଡି କେବଳ ରାଜନୀତି ପାଇଁ ତଦନ୍ତକାରୀ ସଂସ୍ଥା ଉପରେ ଅବିଶ୍ୱାସ ର ମୋହର ଲଗାଉଛନ୍ତି କେବଳ ନିଜ ନିଜ ଦଳ ନେତାଙ୍କ ଦେହରେ ଲାଗିଥିବା କାଲଙ୍କା କୁ ଢାଙ୍କିବା ଲାଗି   ନା ବିଜେଡି ନେତାମାନେ ଚିଟ ଫଣ୍ଡ ଦୁର୍ନୀତିରେ ସାମିଲ ନାହାନ୍ତି ନ କୃଷ୍ଣଚନ୍ଦ୍ର(ଯାହାଙ୍କୁ ଧର୍ମେନ୍ଦ୍ର ସେନାପତି ସଜାଇଛନ୍ତି)  ବିଜେଡି କାଉନସିଲର ହତ୍ୟା ଘଟଣା ରେ ସମ୍ପୃକ୍ତ ନଥାଇ ପୁଲିସ ତାଙ୍କ ନାମରେ ମିଛରେ କହୁଛି ? ତେଣୁ ଯଦି ପୋଲିସ ମିଛ ତେବେ ସିବିଆଇ ବି ମିଛ / ଯଦି ସିବିଆଇ ସତ ତେବେ ପୁଲିସ ବି ସତ    ନହେଲେ କଥାତ ଏମିତି ହୋଇ ଯିବ ....ସେ କଲେ ରାସଲୀଳା, ଆମେ କଲେ କ୍ୟାରେକ୍ଟର ଢୀଲା ??????????

0
0
0
s2sdefault