ହେଡଲାଇନସ୍:

ସରକାରଙ୍କୁ ବିଜେପି ର ୪ଟି ପ୍ରଶ୍ନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୁଇ ଦିନିଆ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସମାପ୍ତ

20-05-18-BJP.jpg - 103.18 kB

ଭୁବନେଶ୍ୱର, : ରାଜ୍ୟରେ ମହିଳା ମାନଙ୍କ ଉପରେ ଉତ୍ପୀଡନ ବଢିବାରେ ଲାଗିଛି । ରାଜ୍ୟରେ ପ୍ରତିଦିନ ହାରାହାରି ୬ ଜଣ ମହିଳା ଦୁଷ୍କର୍ମରେ ଶିକାର ହେଉଛନ୍ତି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି । ମହିଳାମାନଙ୍କ ଅପରାଧ ଶ୍ରେଣୀରେ ସର୍ବଭାରତୀୟ ସ୍ତରରେ ଓଡିଶା ୨୭ ନମ୍ବର ସ୍ଥାନରେ ରହିଛି । ଅତ୍ୟଧିକ ମହିଳା ଜନିତ ଅପରାଧ ଘଟଣାରେ ଶାସକ ଦଳର ସଂପୃକ୍ତି ଥିବାରୁ ମୁଖ୍ୟମନ୍ତ୍ରୀ ଅପରାଧୀମାନଙ୍କୁୁ ଘଂଟ ଘୋଡାଉଛନ୍ତି । ଏ ସମସ୍ତ ଘଟଣାରେ ରାଜ୍ୟକାର୍ଯ୍ୟକାରିଣୀ କ୍ଷୋଭ ପ୍ରକାଶ କରିବା ସହ ମହିଳା ମାନଙ୍କ ପ୍ରତି ହେଉଥିବା ଅପରାଧ ରୋକିବା ପାଇଁ ରାଜ୍ୟ ସରକାର କଣ ପଦଦେକ୍ଷପ ନେଇଛନ୍ତି ଏବଂ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ନୀତି କଣ ରହିଛି ତାହା ସ୍ପଷ୍ଟ କରିବାକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଆହ୍ୱାନ ଦେଇଛି ।

ମାନ୍ୟବର କେନ୍ଦ୍ର ସରକାର ମହିଳା ଉତ୍ପୀଡ଼ନ  ବାବଦରେ କଠୋର ଆଇନ୍ ପ୍ରଣୟନ କରିଛନ୍ତି ଏବଂ ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ ଏହାର ତୁରନ୍ତ ଫଇସଲା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଏହା ଦ୍ୱାରା ଦୋଷୀ ଦୃଷ୍ଟାନ୍ତ ମୂଳକ ଦଣ୍ଡ ପାଇବା ସହ ମହିଳା ଉପôୀଡ଼ନ ନିୟନ୍ତ୍ରଣକୁ ଆସିବାରେ ସହାୟକ ହୋଇପାରିବ । ତେଣୁ ରାଜ୍ୟରେ ତୁରନ୍ତ ସଂଖ୍ୟାଧିକ ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବା ପାଇଁ ରାଜ୍ୟ ସରକାର ବ୍ୟବସ୍ତା କରିବାକୁ ରାଜ୍ୟ କାର୍ଯ୍ୟକାରିଣୀ ଦାବୀ କରିଛି । 

ମହାନଦୀ ପ୍ରସଙ୍ଗରେ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି । ୨୦୦୬ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ରାଜ୍ୟ ସରକାର କ’ଣ କରୁଥିଲେ । ତାଙ୍କ ଅଧୀନରେ ଜଳ ସଂପଦ ବିଭାଗ ଥାଇ ମଧ୍ୟ ଛତିଶଗଡ ବ୍ୟାରେଜ ନିର୍ମାଣ କରିବା ପରେ ୨୦୧୬ ମସିହାରେ କେନ୍ଦ୍ର ସରକାର, କେନ୍ଦ୍ରୀୟ ଜଳ କମିଶନ ରାଜ୍ୟ ସରକାରଙ୍କୁ ମତ ଦେବାକୁ ଜଣାଇବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଲା । ଓଡିଶାର ସ୍ୱାର୍ଥ ଦୃଷ୍ଟିକୋଣରୁ ପ୍ରଥମେ ଭାରତୀୟ ଜନତା ପାର୍ଟି ତରଫରୁ ଏନେଇ କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କୁ ଭେଟି ଏ ବାବଦରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜର ରାଜନୈତିକ ଉଦେ୍ଧଶ୍ୟ ପାଇଁ ଏହାକୁ ପ୍ରତ୍ୟାଖାନ କରିଥିଲେ । ହାଉସ କମିଟି, ସୁପ୍ରିମ କୋର୍ଟରେ ଏବଂ ଟ୍ରିବ୍ୟୁନାଲ  ଗଠନ ପାଇଁ ବିଜେଡିର ପ୍ରସ୍ତାବରେ ବିଜେପି ସହଭାଗିତା ଦେଇଥିଲା । ଆଜି ଟ୍ରିବୁ୍ୟନାଲ ଗଠନ ପରେ ମହାନଦୀ  ନାମରେ ଯାତ୍ରା କରିବା କେବଳ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରାଇବା ଛଡା ଆଉ କିଛି ନୁହେଁ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ଅଭିଯୋଗ କରିଛି ।  

ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୪ଟି ପ୍ରଶ୍ନ ପଚରାଯାଇଛି । 

ରାଜ୍ୟରେ ଥିବା ସମସ୍ତ ନଦୀର ଜଳ ୫୩ ପ୍ରତିଶତରୁ ଆରମ୍ଭ କରି ୬୩ ପ୍ରତିଶତ ପର୍ଯ୍ୟନ୍ତ ସମୁଦ୍ରକୁ ପ୍ରବାହିତ ହେଉଛି । ଏହି ଜଳକୁ ସଂରକ୍ଷଣ କରି କୃଷି ଉପଯୋଗୀ କରିବା ପାଇଁ ମୁଖ୍ୟମନ୍ତ୍ରୀ କଣ ସବୁ ପଦକ୍ଷେପ ନେଇଛନ୍ତି ? 

କେନ୍ଦ୍ର ସରକାର ମହାନଦୀ ପାଇଁ ଟ୍ରିବ୍ୟୁନାଲ  ଗଠନ କଲେ । ମହାନଦୀ ପାଇଁ ଗଠିତ ଟ୍ରିବ୍ୟୁନାଲ  ନିଜ କାର୍ଯ୍ୟ ଆରମ୍ଭ କରିବା ପରେ ରାଜ୍ୟ ସରକାର ତଥ୍ୟ ନଦେଇ ପଦଯାତ୍ରା କରି ରାଜନୈତିକ ଡ୍ରାମା କାହିଁକି କରୁଛନ୍ତି ?

 ମୁଖ୍ୟମନ୍ତ୍ରୀ ଯେଉଁ ଅଂଚଳରେ ମହାନଦୀ ପଦଯାତ୍ରା କରୁଛନ୍ତି ସେ ଅଂଚଳରେ ଚାଷୀମାନେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଣ କରିଛନ୍ତି ?

 ରାଜ୍ୟର ଉକ୍ରଟ ପାନୀୟ ଜଳ ସମସ୍ୟା ଏବଂ ଜଳସେଚନ ସମସ୍ୟା ପାଇଁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଜଳସଂପଦ ନୀତି କଣ ରହିବ ତାକୁ ସ୍ପଷ୍ଟ କରିବାକୁ ରାଜ୍ୟ କାର୍ଯ୍ୟକାରିଣୀ ଦାବୀ କରିଛି । 

ପଂଚାୟତ ଏବଂ ପୌରାଚଂଳ ଗୁଡିକରେ ବ୍ୟାପକ ଦୁର୍ନୀତି ବୃଦ୍ଧି ପାଇଛି ।  ନରେଗା ଯୋଜନାରେ ରାଜ୍ୟସରକାରଙ୍କ ନେତା ମାନଙ୍କର ସଂପୃକ୍ତି ରହିଛି । ରାଜ୍ୟରେ ଶାସକ ବିଜେଡିର ସଂପର୍କୀୟ ମାନେ ବିନା ଟେଣ୍ଡରେ ଠିକା କାମ କରି କୋଟି କୋଟି ଟଙ୍କାର ହରିଲୁଟ କରୁଛନ୍ତି ।  ବିଜୁ ଯୁବ ବାହିନୀ ନାଁରେ ରାଜକୋଷରୁ କୋଟି କୋଟି ଅର୍ଥ ଲୁଟ୍ ହେଉଛି । ଏହାକୁ  ବନ୍ଦ କରିବା ପାଇଁ ରାଜ୍ୟକାର୍ଯ୍ୟକାରିଣୀ ପ୍ରସ୍ତାବ ଦେଇଛି । ସେହିପରି ଭାଗଚାଷୀକୁ ସଠିକ୍ କ୍ଷତିପୂରଣ ଦେବା ଏବଂ ବେଆଇନ ଖଣିମାନଙ୍କ ବିରୁଦ୍ଧରେ ଆଦାୟ ହୋଇଥିବା ଜରିମନାକୁ ରାଜ୍ୟ ସରକାର ଦୂରୁପଯୋଗ ନକରି ଜନହିତକର କାର୍ଯ୍ୟରେ ଲଗାଇବା ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ଦାବି ଜଣାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଓଡିଶା ଗସ୍ତ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦିଆଯାଇଅଛି । ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ  ଆଜିର ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ସୈାଦାନ ସିଂହ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ବିଧାୟକ ଦଳ ନେତା କେ.ଭି.ସିଂହଦେଓ,  ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଏହା ପରେ ପାର୍ଟିର ବିଭିନ୍ନ ସାଂଗଠନିକ କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରାଯାଇଥିଲ । ସେହିପରି ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିବାବେଳେ ରାଷ୍ଟ୍ରୀୟ ସଂପାଦକ ଶ୍ରୀ ସୁରେଶ ପୁଜାରୀ ସଂକଳନ କରିଥିଲେ ।

ଏହା ପରେ ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ସୈାଦାନ ସିଂହ ସମସ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଉଦ୍ବୋଧନ ଦେବା ସହ ସମାରୋପ ଭାଷଣ ଉପସ୍ଥାନା କରିଥିଲେ ।

 

0
0
0
s2sdefault