ହେଡଲାଇନସ୍:

କର୍ଣ୍ଣାଟକ ରାଜ୍ୟପାଳଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

18-05-18-bqri.jpg - 94.75 kB

ବାରିପଦା(ଦିଲ୍ଲୀପ ମହାନ୍ତି )- କର୍ଣ୍ଣାଟକ ନିବାଚନରେ କୌଣସି ରାଜନୈତିକ ଦଳକୁ ମିଳିପାରି ନାହିଁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା  । ରାଜ୍ୟର ୨୨୪ ବିଧାନସଭା ଆସନ ମଧ୍ୟରୁ ଆରଆର ନଗର ଓ ଜୟନଗର ଆସନକୁ ଛାଡ଼ି ଅନ୍ୟ ୨୨୨ଟି ବିଧାନସଭା ଆସନର ଫଳାଫଳ ଘୋଷିତ ହେବା ପରେ ବିଜେପି ୧୦୪, କଂଗ୍ରେସ ୭୮, ଜେଡ଼ିଏସ ୩୮, ବହୁଜନ ସମାଜବାଦୀ ପାର୍ଟି ୦୧ ଓ ସ୍ୱାଧୀନ ଖାତାକୁ ୦୧ଟି ବିଧାନସଭା ଆସିନ ଯାଇଛି । ଫଳରେ ସରକାର ଗଠନ କରିବା ପାଇଁ ମ୍ୟାଜିକ ସଂଖ୍ୟା ୧୧୨ଠାରୁ ବିଜେପି ୮ଟି ଆସନ ପଛରେ ପଡ଼ିଯାଇଥିବା ବେଳେ କଂଗ୍ରେସ(୭୮) ଓ ଜେଡ଼ିଏସ(୩୮) ବିଜେପିକୁ ବିରୋଧ କରିଛି । ଏହି ଦୁଇ ଦଳର ଆସନ ସଂଖ୍ୟା ୧୧୬ ଏବଂ ଏହା ଆବଶ୍ୟକ ମ୍ୟାଜିକ ସଂଖ୍ୟାଠାରୁ ୪ ଅଧିକ । ପୁଣି ଭୋଟର ହାରକୁ ବିଚାର କରାଗଲେ ବିଜେପି ସପକ୍ଷରେ ୩୬.୨ ପ୍ରତିଶତ ଜନମତ ରହିଥିବା ବେଳେ କଂଗ୍ରେସ ସପକ୍ଷରେ ୩୭.୯ ଓ ଜେଡ଼ିଏସ ସପକ୍ଷରେ ୧୮.୪ ପ୍ରତିଶତ । ଅର୍ଥାତ୍ କଂଗ୍ରେସ ଓ ଜେଡ଼ିଏସକୁ ମିଳିଥିବା ଭୋଟର ହାର ତୁଳନାରେ ବିଜେପି ୨୦ ପ୍ରତିଶତରୁ ଅଧିକ ହାରରେ କମ ଭୋଟ ମିଳିଛି । ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟପାଳଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଗଣତନ୍ତ୍ର ଶାସନରେ ବିଭିନ୍ନ ଦିଗକୁ ବିଚାର ବିମର୍ଶ କରି ରାଜ୍ୟପାଳ ସରକାର ଗଠନ କରିବା ନିମନ୍ତେ କଂଗ୍ରେସ ଓ ଜେଡ଼ିଏସକୁ ଆମନ୍ତ୍ରଣ କରିବେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିବା ବେଳେ ରାଜ୍ୟପାଳ ବିଜେପିକୁ ସରକାର ଗଠନ ନିମନ୍ତେ ଆମନ୍ତ୍ରଣ ଦେଇଥିଲେ । ରାଜ୍ୟପାଳଙ୍କର ଉକ୍ତ ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ଦର୍ଶାଇ କଂଗ୍ରେସ ପକ୍ଷରୁ ଦେଶ ବ୍ୟାପି ପ୍ରତିବାଦ ଆରମ୍ଭ ହୋଇଛି ଏବଂ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ ରଥଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ପୂର୍ବାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସଂଗେସଂଗେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କୁ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିରୋଜ ରଞ୍ଜନ ଦାଶ, ହେମନ୍ତ ଦାସ, ବିଜନ ଦାସ, ଜ୍ୟୋତି ପ୍ରକାଶ ରଥ, ଅଜୟ ମହାପାତ୍ର, ଅରବିନ୍ଦ ଦାସ, ବିଜୟ ସିଂ, ପ୍ରଦୀପ ମିଶ୍ର, ସସ୍ମୀତା ଘୋଷାଲ, ବିକାଶ ମହାଭୋଇ, ଈତିଶ୍ରୀ ମିଶ୍ର, ସ୍ୱରୂପ ମିଶ୍ର, ଲକ୍ଷ୍ମୀ ବିଶୋଇ, କଳ୍ପନା ବେହେରା, ଦିବ୍ୟଜିତ ମିଶ୍ର, ସୂରଜ କୁମାର ନାୟକ, ଦୀପୁ ପଟ୍ଟନାୟକ, ବିକାଶ ବରାଳ, ଛୁଟୋରାମ ବିନ୍ଧାଣି, ସତ୍ୟପ୍ରକାଶ ଷଢ଼ଙ୍ଗୀ, ଟିନା ନାଏକ ପ୍ରମୁଖ ଶତାଧିକ କଂଗ୍ରେସ ନେତା, କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ ।

 

 

0
0
0
s2sdefault