ହେଡଲାଇନସ୍:

ସାମାଜିକ ଗଣମାଧ୍ୟମ ଓ ହ୍ୱାଟସ୍ ଆପ୍ପ୍ ମାଧ୍ୟମରେ ଯୋଡ଼ି ହେବେ ବିଜେଡ଼ିର କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ସାମାଜିକ ଗଣମାଧ୍ୟମ ଓ ହ୍ୱାଟସ୍ ଆପ୍ପ୍ ମାଧ୍ୟମରେ ଯୋଡ଼ି ହେବେ ବିଜେଡ଼ିର କର୍ମୀ । ଦଳୀୟ ବିଭିନ୍ନ କାର୍ଯ୍ୟକ୍ରମ ସହିତ ସରକାରୀ ଯୋଜନା, ଭବିଷ୍ୟତର ରଣନୀତି ଓ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସମାନ୍ତରଭାବେ ଏକମନ ଏକ ହୃଦୟ ନେଇ ଆଗକୁ ଆଗେଇବା କ୍ଷେତ୍ରରେ ସାମାଜିକ ଗଣମାଧ୍ୟମ ଓ ହ୍ୱାଟସ୍ ଆପ୍ପ୍ ଉପଯୁକ୍ତ ମାଧ୍ୟମ ହୋଇଥିବାରୁ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି ଦଳର ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଓଡ଼ିଶାର ସମସ୍ତ ଜିଲ୍ଲାରେ କାର୍ଯ୍ୟକରୁଥିବା ବିଜେଡ଼ିର ଯୁବ, ଛାତ୍ର ଓ ମହିଳା ଆଦି ଶାଖାଗୁଡ଼ିକର କର୍ମୀମାନଙ୍କୁସାମାଜିକ ଗଣମାଧ୍ୟମ ଓ ହ୍ୱାଟସ୍ ଆପ୍ପ୍ ମାଧ୍ୟମରେ ଯୋଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ମୟୂରଭଞ୍ଜ କ୍ରୀଡ଼ା ସଂସଦ ସମ୍ମିଳନୀ କକ୍ଷରେ ବାରିପଦା, ଉଦଳା ଓ ମୋରଡ଼ା ନୀର୍ବାଚନ ମଣ୍ଡଳୀର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କର୍ମଶାଳା ମଇ ୧୦ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ବିଜେଡ଼ିର ଜୋନାଲ ସଭାପତି ଯୁବ ନେତା ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୌରପାଳ ବବିତା ଦାସ, ଉପନଗରପାଳ ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ ବିଜେଡ଼ିର ସାମାଜିକ ଗଣମାଧ୍ୟମର ମୁଖ୍ୟ ନିତୀନ କିରନ ଯୋଗ ଦେଇ ସାମାଜିକ ଗଣମାଧ୍ୟମ ଓ ହ୍ୱାଟସ୍ ଆପ୍ପ୍ର ବ୍ୟବହାର ସମ୍ପର୍କରେ ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ । ଏଥି ସହିତ ମୟୂରଭଞ୍ଜ ବିଜେଡ଼ିର ହ୍ୱାଟସ୍ ଆପ୍ପ୍ ନଂ ୭୦୦୮୯୮୫୧୨୩ରେ ସମସ୍ତ କର୍ମୀମାନଙ୍କୁ ଯୋଡ଼ି ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ିର ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତିର୍ମୟୀ କବାଟ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ବିରଞ୍ଚି ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ଅଭୟ ସିଂ, ଜିଲ୍ଲା ଯୁବ ବିଜେଡ଼ି ମିଡ଼ିଆ ସଂଯୋଜକ କପିଲ ଖଣ୍ଡେଲୱାଲ ପ୍ରମୁଖଙ୍କ ସମେତ ପୌରପରିଷଦର ସମସ୍ତ ବିଜଦ କାଉନସିଲର, ତିନି ନିର୍ବାଚନ ମଣ୍ଡଳୀର ବ୍ଲକ ସଭାପତି ଓ ଶତାଧିକ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ ।

 

0
0
0
s2sdefault