ହେଡଲାଇନସ୍:

ବିଜୁ ଯୁବଜନତା ଦଳ ରାଜ୍ୟକାର୍ଯ୍ୟାଳୟ ଉଦ୍ଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜୁ ଯୁବଜନତା ଦଳ ରାଜ୍ୟକାର୍ଯ୍ୟାଳୟ ଉଦ୍ଘାଟିତ 

 ମୁଖ୍ୟମନ୍ତ୍ରୀ  ତଥା ବିଜୁଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର  ନୁତନ ରାଜ୍ୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଓଡିଶାର  ଯୁବସମାଜକୁ ସଦାସର୍ବଦା ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ ଆସିଛନ୍ତି  । ବିଜୁ ଯୁବ ନିତୀ ହେଉ କିମ୍ବା ବିଜୁ ଯୁବବାହିନୀ ତାହାର ଜ୍ୱଳନ୍ତ ଉଦାହଣ  । ଓଡିଶାର ଯୁବ ସମାଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁବିଜୁ ଯୁବଜନତା ଦଳ ଏକ ଛାମୁଆସଂଗଠନ ଭାବେ ସବୁବେଳେ କାର୍ଯ୍ୟ କରିଆସୁଛି । ତେଣୁ ବିଜୁ ଯୁବଜନତା ଦଳକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ଆଜି ବିଜୁ ଯୁବଜନତା ଦଳର ନୁତନ କାର୍ଯାଳୟ ୟୁନିଟ-୬ ସ୍ତିତ ଭି.ଆଇ.ଏମ୍.ଆର.-୧୦ ଠାରେ ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତହୋଇଛି  । ଏହି କାର୍ଯ୍ୟାଳୟରେ ଓଡିଶାର କୋଣ-ଅନୁକୋଣର ଯୁବ ସମାଜର ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ପ୍ରୟାସ ଜାରି ରହିବ ଓ ସେମାନଙ୍କୁ ସରକାରଙ୍କର ବିଭିନ୍ନ ଲୋକାଭିମୁଖ ଯୋଜନାରେ ସାମିଲ କରାଯିବ । ମୁଖ୍ୟମନ୍ତ୍ରୀଙ୍କରଏହି ଉପହାର ପାଇଁ ବିଜୁ  ଯୁବ ଜନତା ଦଳ,ଦଳର ରାଜ୍ୟ ସଭାପତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି  । ଏହ ଉଦଘାଟନି ଉସବରେ ବିଜୁଛାତ୍ରଜନତା ଦଳର ସାଧାରଣ ସମ୍ଫାଦକ ବିଶ୍ୱପ୍ରତାପଙ୍କନେତୃତ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତହୋଇଥିଲା । ଉକ୍ତ ରକ୍ତଦାନ ଶିବିରରେ ବହୁ ବିଜୁ ଯୁବଜନତା ଦଳର କର୍ମର୍କତା,ତଥା ବହୁ ଛାତ୍ରନେତା ଉପସ୍ଥିତ  ରହି ରକ୍ତଦାନ କରିଥିôଲେ । ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୩୫୩ ୟୁନିଟ ରକ୍ତ ସଂଗୃହୀତହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଜେଡି ସାଧାରଣ ସମ୍ପାଦକ(ଯୁବବ୍ୟାପାର) ସଞ୍ଜୟ ଦାସବର୍ମା, ଦେବାଶିଷ ସାମନ୍ତରାୟ (ରାଜ୍ୟ ସଂଯୋଜକ ଜିବନବିନ୍ଦୁ) ଓ ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।ଉଦଘାଟନୀ ଉସôବରେ ବହୁ ମନ୍ତ୍ରୀ, ବିଧାୟକ, ଦଳର ସମସ୍ତ ଛାମୁଆ ସଂଗଠନରନେତୃବୃନ୍ଦ ଓ ବିଜୁ ଯୁବ ଜନତାଦଳର ସମସ୍ତ ଉପଦେଷ୍ଟା, ରାଜ୍ୟ କର୍ମକର୍ତା, ଜିଲ୍ଲା ସଭାପତି ତଥା ବହୁ ଯୁବନେତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଯୁବଜନତା ଦଳର ରାଜ୍ୟସଭାପତି ଅମରେଶ ପତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରିଛନ୍ତି ।

 

0
0
0
s2sdefault