ହେଡଲାଇନସ୍:

ଆମ ଭୁଲ ପାଇଁ ବିଜେଡି ବିଜେପି ଜିତୁଛନ୍ତି, ହେଲେ ଏଥର ହାରିବା ବାଜି ନୁହେ ଜିତିବା ପାଇଁ ଲଢ଼ିବ କଂଗ୍ରେସ " ନିରଞ୍ଜନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦି ମାସ ଭିତରେ  କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବ  :ଜିତେନ୍ଦ୍ର

22-04-18-CONGRESS-BHAWA.jpg - 53.85 kB

  "" ଅତୀତର କେତେକ ଭୁଲ ପାଇଁ ଲୋକମାନେ ଆମକୁ ପ୍ରତ୍ୟାଖ୍ୟାନ କରିଛନ୍ତି  । ଅତୀତର ତ୍ରୁଟି ସୁଧାରି ଆମେ ଲୋକଙ୍କ ପାଖକୁ ଯାଇ ଆସ୍ଥାଭାଜନ ହେବୁ  । ପୁଣି କଂଗ୍ରେସର ସଂଗଠନ ସୁଦୃଢ଼ ହୋଇପାରିବ | ବିଜେଡ଼ି ଓ ବିଜେପି କଂଗ୍ରେସ ଦୁର୍ବଳତାର ଫାଇଦା ନେଇଛି  । ଆଗାମୀ ଦିନରେ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଆମେ ସଂକଳ୍ପ ନେଇଛୁ  । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶା ବିକାଶ କରିବାରେ ବିଫଳ ହୋଇଛନ୍ତି  । ବୁଥସ୍ତରରୁ ନେଇ ରାଜ୍ୟସ୍ତର ପର୍ଯ୍ୟନ୍ତ କଂଗ୍ରେସକୁ ପୁନର୍ଗଠିତ କରାଯିବ  । ଆମେ ହାରିବା ବାଜି ବୁହେ, ଜିତିବାର ବାଜି ଲଢ଼ିବୁ ।""

Bhubaneswar/ chakradhar majhi : ଆସନ୍ତା ଦୁଇମାସ ମଧ୍ୟରେ ରାଜ୍ୟ କଂଗ୍ରେସ ତାହାର ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବ । ୨୦୧୯ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଦକ୍ଷତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ଏବଂ ମହିଳା ଓ ଯୁବବର୍ଗଙ୍କୁ ଏ କ୍ଷେତ୍ରରେ ଅଗ୍ରାଧିକାର ମିଳିବ ।  ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ  କରିଥିଲେ ଜିତେନ୍ଦ୍ର |  ଓଡ଼ିଶା ଏବେ ବୀମାରୁ ବା ରୋଗୀଣା ରାଜ୍ୟରେ ପରିଗଣିତ ହେବା ଅତ୍ୟନ୍ତ ଲଜ୍ଜାଜନକ  । ବିଜେପି ଏବେ ମିଛର ପସରା ମେଲାଇ ବସିଛି  |  ୨୦୧୯ ପାଇଁ କଂଗ୍ରେସର ମିଶନ ହେଉଛି କେବଳ ଓଡିଶା ଲୋକଙ୍କ ଶ୍ରଦ୍ଧା ଓ ଭଲ ପାଇବା । ଗତକାଲିର ବିପୁଳ ଜନସମାଗମ ଦେଖିଲାପରେ କଂଗ୍ରେସ ପ୍ରତି ଓଡିଶା ଲୋକଙ୍କ ଭଲପାଇବା ବାରିହୋଇ ପଡୁଛି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂ   ।

କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଏକ  କଠିନ ଆଉ ଘଡ଼ିସନ୍ଧି ସନ୍ଧିକ୍ଷଣରେ  ତାଙ୍କୁ ଦାୟିତ୍ୱ ଦିଆଯାଇଛି । କଂଗ୍ରେସ ତୃତୀୟ ସ୍ଥାନରେ ରହିଛୁ  । ଏଭଳି ଏକ ସମୟରେ କଠିନ ଦାୟିତ୍ୱ ଦିଆଯାଇଛି । ସାରା ଓଡ଼ିଶାକୁ ୪ ଜୋନରେ  ବିଭକ୍ତ କରାଯାଇଛି  । ଏହି ଜୋନଗୁଡ଼ିକ ଦାୟିତ୍ୱରେ ଏଆଇସିସି ନେତା ମଧ୍ୟ ରହିବେ  । ବୁଥସ୍ତରରୁ ନେଇ ରାଜ୍ୟସ୍ତର ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସକୁ ପୁନର୍ଗଠିତ କରିବା ପାଇଁ ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂହ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ନିରଞ୍ଜନ କହିଛନ୍ତି । 

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,  ରାଜ୍ୟରେ ଦୀର୍ଘଦିନ ଧରି ଏକ ଆଂଚଳିକ ଦଳ ଶାସନ କରୁଛି  । ତେବେ ଲୋକମାନେ ଯେଉଁ ଆଶା ଆକାଂକ୍ଷା ନେଇ ଆଂଚଳିକ ଦଳକୁ ଭୋଟ ଦେଇଥିଲେ ସେମାନେ କିନ୍ତୁ ହତାଶ ହୋଇଛନ୍ତି  । ଅଳ୍ପକେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛନ୍ତି ଓଡ଼ିଶାର ଜଣ ସାଧାରଣ  । ତେବେ କଂଗ୍ରେସ ଦୁର୍ବଳ ହୋଇଥିବାରୁ ତାହାର ଫାଇଦା ବିଜୁ ଜନତା ଦଳ ନେଇଛି  । ଗତ ପଂଚାୟତ ନିର୍ବାଚନରେ ଆମ ଦୁର୍ବଳତାର ଫାଇଦା ମଧ୍ୟ ବିଜେପି ନେଇଛି । ତେଣୁ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ମଧ୍ୟ ହୋଇଛୁ । କର୍ମୀ ଓ ନେତାଙ୍କ ମନରେ କଂଗ୍ରେସକୁ ନେଇ ବହୁ ଉତ୍ସାହ ଓ ଉଦ୍ଦୀପନା  ପ୍ରକାଶ ପାଇଛି  ବୋଲି ନିରଞ୍ଜନ କହିଛନ୍ତି  ।  ଅତୀତର କେତେକ ଭୁଲ ପାଇଁ ଲୋକମାନେ ଆମକୁ ପ୍ରତ୍ୟାଖ୍ୟାନ କରିଛନ୍ତି  । ଅତୀତର ତ୍ରୁଟି ସୁଧାରି ଆମେ ଲୋକଙ୍କ ପାଖକୁ ଯାଇ ଆସ୍ଥାଭାଜନ ହେବୁ  । ପୁଣି କଂଗ୍ରେସର ସଂଗଠନ ସୁଦୃଢ଼ ହୋଇପାରିବ | ବିଜେଡ଼ି ଓ ବିଜେପି କଂଗ୍ରେସ ଦୁର୍ବଳତାର ଫାଇଦା ନେଇଛି  । ଆଗାମୀ ଦିନରେ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଆମେ ସଂକଳ୍ପ ନେଇଛୁ  । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶା ବିକାଶ କରିବାରେ ବିଫଳ ହୋଇଛନ୍ତି  । ବୁଥସ୍ତରରୁ ନେଇ ରାଜ୍ୟସ୍ତର ପର୍ଯ୍ୟନ୍ତ କଂଗ୍ରେସକୁ ପୁନର୍ଗଠିତ କରାଯିବ  । ଆମେ ହାରିବା ବାଜି ବୁହେ, ଜିତିବାର ବାଜି ଲଢ଼ିବୁ । ସେ କହିଥିଲେ ଯେ ଆଗାମୀ ଦିନରେ କଂଗ୍ରେସ ଉଠିବ ଓ ଓଡିଶା ହସିବ । ବର୍ତ୍ତମାନର ରାଜ୍ୟ ଓ କେନ୍ଦ୍ର ସରକାର ବିକାଶର ଯେଉଁ ମିଛ ଚିକ୍ରାର କରୁଛନ୍ତି ତାହାକୁ ରାଜ୍ୟବାସୀ ବୁଝି ସାରିଲେଣି । ବେକାରୀ, ଚାଷୀ ଆତ୍ମହତ୍ୟା ଓ ମହିଳା ସୁରକ୍ଷାକୁ ନେଇ ରାଜ୍ୟବାସୀ ଏବେ ଚିନ୍ତିତ । କାମ ନପାଇ ଓଡିଶାର ଯୁବକ ରାଜ୍ୟ ବାହାରକୁ ଯାଉଛନ୍ତି । ଦଳରେ ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ । କୌଣସି କ୍ଷେତ୍ରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଓଡିଶାବାସୀଙ୍କ ସ୍ୱାର୍ଥପାଇଁ କଂଗ୍ରେସ କର୍ମୀମାନେ ଏକଜୁଟ ହେବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।  ସେହିପରି ମହାନଦୀ ପ୍ରସଙ୍ଗ ନେଇ ନିରଞ୍ଜନ କହିଥିଲେ ଯେ, ଓଡ଼ିଶା ପାଇଁ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ  । ମହାନଦୀ ପାଇଁ କଂଗ୍ରେସ ଲଢେ଼ଇ କରିବ  ।  ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ  ମେଡିଆ ବିଭାଗର ଅଧ୍ୟକ୍ଷ ପ୍ର. କୈଳାସ ଆଚାର୍ଯ୍ୟ ଉପସ୍ଥିତ ଥିଲେ |  

22-04-18-CONGRESS-BHAWAN.jpg - 48.41 kB

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ନିଯୁକ୍ତ ହେବା ପରେ ନୂଆଦିଲ୍ଲୀରୁ ଆସି ଗତକାଲି ଭୁବନେଶ୍ୱର ପହଞ୍ଚିଥିଲେ। ତାଙ୍କ ସହିତ ଏଆଇସିସି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ଏଆଇସିସି ସଂପାଦକ ରୁଦ୍ର ରାଜୁ, ଅନିଲ୍‌ କୁମାର ଚୌଧୁରୀ, ସେକ୍‌ ମସ୍ତାନ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ତିନିଜଣ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ୱାଳ, ନବ ଦାସ ଓ ପ୍ରଦୀପ ମାଝି  ଏବଂ ବିଭିନ୍ନ ପଦବି ଅଳଙ୍କୃତ କରିଥିବା ପଦାଧିକାରୀମାନେ ମଧ୍ୟ ଭୁବନେଶ୍ୱର ପହଞ୍ଚିଥିଲେ। ତେବେ ରବିବାର ସକାଳୁ ସକାଳୁ ପୁରୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ପ୍ରଦୀପ ମାଝି, ନବ ଦାସ , ଚିରଞ୍ଜୀବି ବିଶ୍ୱାଳ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଶ୍ରୀଜିଉଙ୍କୁ ଦର୍ଶନ କରି ସାରିବା ପରେ ପିସିସି ସଭାପତି କହିଛନ୍ତି, ଦଳକୁ ମଜଭୁତ କରିବା ସହ ଓଡିଶାବାସୀଙ୍କ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ଶୁଭ ମନାସିଛନ୍ତି । ତୃଣମୂଳ ସ୍ତରର କର୍ମୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ବି ପିସିସି ସଭାପତି କହିଥିଲେ | 

ନିରଞ୍ଜନ ଭୁବନେଶ୍ୱରରେ ବୈଠକ ପରେ ବୈଠକ କରିଛନ୍ତି । ସମସ୍ତ ବିଧାୟକଙ୍କ ସହ ଦଳକୁ ମଜବୁତ କରିବା ସମ୍ପର୍କରେ ଟିମ ନିରଞ୍ଜନ ଆଲୋଚନା କରିଛନ୍ତି । ସମସ୍ତ ଜିଲ୍ଲାର ସଭାପତି ଓ କର୍ମକର୍ତାଙ୍କ ସହ ବି ଦଳକୁ ମଜଭୁତ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା | 

 

0
0
0
s2sdefault