ହେଡଲାଇନସ୍:

 ବଦ୍ରୀଙ୍କ ଚିନ୍ତା : ନିରଞ୍ଜନ ବିଜେଡି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚୋର ମା ଯଦି କାନ୍ଦେ, ଦୁଆର ଦେଇ କାନ୍ଦେ 

16-04-18-nira.jpg - 46.17 kBଘସିପୁରା ନିର୍ବାନମଣ୍ଡଳୀରେ ଗୁଂଜରଣ, ବଦ୍ରିଙ୍କୁ ବୁଡ଼ାଇବ କି ନିରଂଜନ ବିଜେଡି !

ଆନନ୍ଦପୁର୧୬/୪(ଜିତେନ୍ଦ୍ର ସାହୁ): ଏକଦା କଂଗ୍ରେସରେ ବିଜୁ କଂଗ୍ରେସ ବୋଲି କୁହାଯାଉଥିଲା  କଂଗ୍ରେସରେ ମିଶିଥିବା ବିଜୁ ଅନୁଗତଙ୍କ ଗୋଷ୍ଠୀକୁ | ହେଲେ ଏବେ ବିଜେଡିରେ  ଚର୍ଚ୍ଚା ନିରଞ୍ଜନ ବିଜେଡି ନେଇ | ନିରଂଜନ ବିଜେଡି...!! ଏହା ହୁଏତ ଶୁଣିବା ପାଇଁ ଟିକିଏ ଅଜବ ଲାଗୁଥିବ । ହେଲେ କେନ୍ଦୁଝର ଜିଲାର ଅନ୍ୟତମ ହାଇପ୍ରୋଫାଇଲ ଘସିପୁରା ନିର୍ବାଚନ ମଣ୍ଡଳୀରେ ଏବେ ଏମିତି କିଛି ଅଜବ ଚର୍ଚ୍ଚା ଜୋର ଧରୁଛି । ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରନ୍ତି ରାଜ୍ୟ କଂଗ୍ରେସର ଟାଣୁଆ ତଥା ପୁରୁଖା ନେତା ନିରଂଜନ ପଟ୍ଟନାୟକ  । ତେବେ ଗତ କିଛି ବର୍ଷ ହେବ ନିରଂଜନଙ୍କର ଘସିପୁରା ରାଜନୀତିରେ ପତିଆରା କିଛିଟା ହ୍ରାସ ପାଇଥିଲେ ମଧ୍ୟ ଏବେ “ନିରଂଜନ ବିଜେଡି” ଚର୍ଚ୍ଚା ଏକ ନୂଆ ରାଜନୈତିକ ଦୃଶ୍ୟପଟ୍ଟ ତିଆରି କରିଛି । ନିରଂଜନ ଏବେ ବି କଂଗ୍ରେସରେ ହେବିୱେଟ ଭାବେ ଗଣତି ହେଉଥିବା ବେଳେ ଖୁବ୍ଶୀଘ୍ର କୁଆେ ଡ଼ ତାଙ୍କୁ ପୁଣି ଥରେ ଦଲର ହାଇ କମାଣ୍ଡ ପିସିସି ମୁକୁଟ ପିନ୍ଧାଇବେ ବୋଲି କୁହାଯାଉଛି । କିନ୍ତୁ ଏହା ସତ୍ତେ୍ୱ ଘସିପୁରାରେ “ନିରଂଜନ ବିଜେଡି” ଚର୍ଚ୍ଚା କିଭଳି ତାହା ହୁଏତ କିଛି ଲୋକ ମନରେ ଦ୍ୱନ୍ଦ ସୃଷ୍ଟି କରୁଥାଇ ପାରେ । କିନ୍ତୁ ଏହି ଚର୍ଚ୍ଚା କୌଣସି ବିରୋଧୀ କି କଂଗ୍ରେସ କିମ୍ବା କେହି ନିରଂଜନଙ୍କ ସମର୍ଥକ କରୁ ନାହାନ୍ତି । ବରଂ ଘସିପୁରା ବିଜେଡିରେ ସକ୍ରିୟ ଥିବା କିଛି ବିଜେଡି ନେତାଙ୍କ ପାଖରୁ ଏଭଳି ଗୁଂଜରଣ ଆରମ୍ଭ ହୋଇ ଦଳ ଭିତରେ ହଲଚଲ ସୃଷ୍ଟି କରିଛି । ପରିବର୍ତିତ ରାଜନୀତିରେ ଗତ କିଛି ବର୍ଷ ମଧ୍ୟରେ ବିଜେଡି ନିଜ ଶକ୍ତିବୃଦ୍ଧି କରିବାକୁ ଯାଇ ନିରଂଜନଙ୍କ ଖାସ୍ ତଥା କଂଗ୍ରେସର ବହୁ ନେତାଙ୍କୁ ନିଜ ଦଳରେ ସାମିଲ କରାଇଛନ୍ତି । ଏଥିପାଇଁ ବଦ୍ରି ଆଣ୍ଡ କୋ’ ଙ୍କୁ ଭାରି କସରତ କରିବାକୁ ପଡ଼ିଛି । ନିରଂଜନଙ୍କ କଂଗ୍ରେସ କ୍ୟାମ୍ପ ଛାଡ଼ି ବିଜେଡି ବଦ୍ରି କ୍ୟାମ୍ପରେ ଯୋଗ ଦେଇଥିବା କିଛି ଜଣାଶୁଣା ନେତା ହେଲେ, ପୂର୍ବତନ ଜିଲା ଟ୍ରକ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ, ସୁରେନ୍ଦ୍ର ଭୂୟାଁ, ମଦନ ରାଉତ, ବଲ୍ଲଭ ନାୟକ, ଶ୍ରୀକାନ୍ତ ସେନାପତି, ପର୍ଶୁରାମ ମହାରଣା, ଭିକାରୀ ବିନ୍ଧାଣୀ, ଦୀପକ ବେହେରା ପ୍ରମୁଖ । ଏହି ସବୁ ନେତା କଂଗ୍ରେସ ଛାଡ଼ିବା ପରେ ଏବେ ବିଜେଡିର ସକ୍ରିୟ ରାଜନୀତିରେ ସାମିଲ ହୋଇଛନ୍ତି । ତେବେ ଏମାନେ ଦଳକୁ ଯିବା ପଙ୍କେିଛି ପୁରୁଣା ପୁରୁଖା ବିଜେଡି ନେତା ସହଜରେ ସେମାନଙ୍କୁ ଗ୍ରହଣ କରି ପାରୁ ନାହାନ୍ତି । ଯାହା ଫଳରେ  ଅନେକ ସ୍ଥାନରେ ବିଜେଡିର ଆଉ ଏକ ସମାନ୍ତରାଳ ଗଢି ଉଠିଥିବା ଦେଖିବାକୁ ମିଳିଛି । ତେବେ ସେହି ସମାନ୍ତରାଳ ଗୋଷ୍ଠୀକୁ “ନିରଂଜନ ବିଜେଡି” ବୋଲି ଆଖ୍ୟା ଦିଆଯାଇଛି । ଏହା ଆମେ କହୁନୁ ଖୋଦ୍ ବିଜେଡିର ବହୁ ପୁରୁଖା ନେତା ଏବେ ଏଭଳି ଚର୍ଚ୍ଚାକୁ ଖୋରାକ୍ ଯୋଗାଉଛନ୍ତି । ଖାଳିଆମେଣ୍ଟା ପଂଚାୟତର ଜନୈିକ ପୁରୁଖା ବିଜେଡି ନେତାଙ୍କ କଥାକୁ ଯଦି ବିଶ୍ୱାସକୁ ନିଆଯାଏ ତେବେ ତାଙ୍କ କହିବାନୁସାରେ ଏବେ “ନିରଂଜନ ବିଜେଡି” ଗୋଷ୍ଠୀ ପାଇଁ ଦଳ ବିଭିନ୍ନ କ୍ଷେତ୍ରରେ ଅଡ଼ୁଆରେ ପଡ଼ୁଛି । ଏପରକି ବଦ୍ରିଙ୍କୁ କୁଆଡେ଼ ଏହି ନିରଂଜନ ବିଜେଡି ବୁଡ଼ାଇବ ବୋଲି ସେହି ନେତା ଜଣକ କହୁ କହୁ କହି ଦେଇଥିଲେ । କେବଳ ସେ ନୁହନ୍ତି ବିଭିନ୍ନ ଅଂଚଳରେ ଦଳରେ ବହୁ ଆଗରୁ ପଡ଼ି ରହିଥିବା ବିଜେଡି ନେତାଙ୍କ ଏବେ ଏହି ମତ । ଅବଶ୍ୟ ଏଭଳି କଥା ପଛରେ ବାସ୍ତବିକତା ମଧ୍ୟ ରହିଛି । ସେମାନଙ୍କ କହିବା କଥା ନିରଂଜନଙ୍କ କ୍ୟାମ୍ପରୁ ଡିଆଁ ମାରିଥିବା ନେତା ବିଜେଡିରେ ଥାଇ ବଦ୍ରିଙ୍କର ଘାଟା କରୁଛନ୍ତି । ନିରଂଜନଙ୍କ କ୍ୟାମ୍ପରୁ ଗୋଡ଼ କାଢି ଆସିଥିବା କେତେକ ନେତା କେବଳ ବ୍ୟବସାୟ ବୃଦ୍ଧି ଓ ଠିକାଦାରୀ ପାଇଁ ଆସିଛନ୍ତି । ସେମାନଙ୍କର ବଦ୍ରି ବାବୁଙ୍କ ପ୍ରତି ସେଭଳି ରାଜନୈତିକ ଆନ୍ତରିକତା ନାହିଁ । ଘସିପୁରା ବ୍ଲକରେ ସଦ୍ୟ ସମାପ୍ତ ୱାର୍ଡ ମେମ୍ବର ଉପ ନିର୍ବାଚନ ଫଳାଫଳରୁ ମଧ୍ୟ ଅନେକାଂଶରେ ତାହା ସ୍ପଷ୍ଟ । ୯ଟି ୱାର୍ଡମେମ୍ବର ଉପ ନିର୍ବଚନରୁ ପ୍ରାୟ ୬ଟିରେ ବିଜେଡିକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ଏପରିକି ଏହି ନିର୍ବାଚନରେ କେତେକ ୱାର୍ଡରେ  ଦାୟିତ୍ୱ ନେଇଥିବା ନିରଂଜନ ବିଜେଡି ଗୋଷ୍ଠୀର ନେତା ଦଳକୁ ପରାଜୟ ଦେଇ ବଦ୍ରିଙ୍କ ନାକ କାଟି ଦେଇଥିଲେ । ସେପଟେ ପୁରୁଖା ବିଜେଡି ନେତାଙ୍କ ଏଭଳି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଥିଲା ସେତେବେଳେ ଯେତେବେଳେ ନିରଂଜନ ପଟ୍ଟନାୟକଙ୍କ ଭାଇ ସୌମ୍ୟ ରଂଜନ ପଟ୍ଟନାୟକ ବିଜେଡିରେ ମିଶି ଶଙ୍ଖ ଧରିଛନ୍ତି । ସୌମ୍ୟଙ୍କ ଦଳରେ ସାମିଲ ହେବା ପରେ ନିରଂଜନ ବିଜେଡି ଗୋଷ୍ଠୀ ଏବେ ଆହୁରି ଅଧିକ ଆତ୍ମବିଶ୍ୱାସର ସହିତ ସକ୍ରିୟ ହୋଇ ଉଠିଛନ୍ତି । ଫଳରେ ଆଗକୁ ରାଜନୈତିକ ଦୃଶ୍ୟପଟ୍ଟ କିଭଳି ରହିବ, ନିରଂଜନ ବିଜେଡିଗୋଷ୍ଠୀ ର ଆଭିମୁଖ୍ୟ କଣ ହେବ ଓ ତାହା ବଦ୍ରି ବାବୁଙ୍କ ବିଜେଡି କ୍ୟାରିୟରରେ କଣ ଇମ୍ପାକ୍ଟ ପକାଇବ ତାହାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା  ପ୍ରକାଶ ପାଇଛି । ବିଜେଡିର ମୂଳ କର୍ମୀ  ଓ ନେତାଙ୍କ ଆଗକୁ ହାବ ଭାବ କେମିତି ରହିବ ତାହାବି ଦେଖିବାକୁ ବାକି ରହିଲା | ହେଲେ ଏହା ସତ ଯେ ମୂଳ ବିଜେଡିଙ୍କ ଅବସ୍ଥା ଏମିତି ଯେ ନା ସହି ପାରୁଛନ୍ତି ନା କହି ପାରୁଛନ୍ତି | ଏପଟେ ନିରଞ୍ଜନଙ୍କୁ ବିରୋଧ କରି କରି ସେମାନଙ୍କ ଜୀବନ ବିତିଲା, ହେଲେ ଯେଉଁ ବଦ୍ରୀଙ୍କ ପାଇଁ ସେମାନେ ନିରଞ୍ଜନଙ୍କୁ ବିରୋଧ କରି ଆସିଥିଲେ ଏବେ ସେ ବଦ୍ରି ସେମାନଙ୍କୁ ଦୁରେଇ ନିରଞ୍ଜନଙ୍କ ସମର୍ଥକଙ୍କୁ କୋଳେଇ ନେଇ ଛନ୍ତି ଆଉ ମୂଳ ବିଜେଡି ବାଲାଙ୍କୁ ଦୁରେଇ ଦେଇଛନ୍ତି | ଏବେ ସୌମ୍ୟରଞ୍ଜନଙ୍କ ବିଜେଡିର ଯୋଗଦାନ ପରେ ଏବେ ଜିଲ୍ଲା ରାଜନୀତିରେ ନୁରଞ୍ଜନ ବିଜେଡି ସକ୍ରିୟ | ଗୋପନରେ ସୌମ୍ୟାଙ୍କ ସହ ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇସାରିଲେଣି | ଆଉ ଜିଲ୍ଲାରେ ସୌମ୍ୟ(ନିରଞ୍ଜନ ବିଜେଡି) ତାହାର  ଗେମ ପ୍ଲାନ ବି ଫିକ୍ସ କରିସାରିଲେଣି  | ନିରଞ୍ଜନ ବିଜେଡିର ଲୋକ ମାନେ ଏବେ ବେଶ ଉତ୍ସାହିତ ହୋଇ ପଡିଛନ୍ତି ସୌମ୍ୟାଙ୍କ ଯୋଗଦାନ ଆଉ ସାଂସଦ ହେବା ପରେ |  ମୂଳ ବିଜେଡି ଵାଲା ନା ନିରଞ୍ଜନ-ସୌମ୍ୟଙ୍କୁ  ନା ବଦ୍ରୀଙ୍କୁ, କାହାକୁ ହେଲେ ଭରସି  ପାରୁନାହାନ୍ତି !! ସେମାନଙ୍କ ଅବସ୍ଥା " ଚୋର ମା ଯଦି କାନ୍ଦେ ଦୁଆର ଦେଇ କାନ୍ଦିଲା" ପରି | 

0
0
0
s2sdefault