ହେଡଲାଇନସ୍:

ଚାଲ ସରକାରଙ୍କ ଦୟାରୁ ଅପାଠୁଆ ହେବା !!!!!!!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା : ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧକାରରେ

26-02-18-baripada-school.jpg - 1.32 MB

ବାରିପଦା/dillip mohanty -  ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ରାଜ୍ୟ ସରକାର ଆଦିବାସୀ ଛାତ୍ରୀଛାତ୍ରମାନଙ୍କ ଶିକ୍ଷାରେ ଉନ୍ନତି ଆଣିବା ନିମନ୍ତେ ଯୋଜନା ପରେ ଯୋଜନା ପ୍ରଣୟନ କରିଚାଲିଥିବା ବେଳେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଅଭାବରୁ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ଏହିଭଳି ଏକ ଅଭାବନୀୟ ଯନ୍ତ୍ରଣାଦାୟକ ଘଟଣା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତର ଘାଟକୁଆଁରୀ ୟୁଜି ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନଙ୍କ  କ୍ଷେତ୍ରରେ ପରିଲକ୍ଷିତ ହୋଇଛି । ଯାହାକି ପ୍ରମାଣିତ ହୋଇଥିଲା  ମ୍ୟାଟ୍ରିକ ପରୀକ୍ଷାର ଅବ୍ୟବହିତ ପୂର୍ବରୁ  ବ୍ରାହ୍ମଣଗାଁ ଆବାସିକ ଛାତ୍ରାବାସରେ ରହି ଘାଟକୁଆଁରୀ ୟୁଜି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ଅଧ୍ୟୟନରତ ୧୯ ଆଦିବାସୀ ନିଜ ଦୁଃଖ ଜଣାଇବାକୁ ରାତି ଅଧାରେ ଲୁଚି ଲୁଚି  ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ପହଂଚିବା ଘଟଣାରୁ । ସେମାନେ ଆସି ଜିଲ୍ଲାପାଳଙ୍କ ବାସଭବନ ଆଗରେ ଜଣାଇବାକୁ ପହଂଚିଥିଲେ ଯେ ପାଠ ତ ପଢ଼ା ହୋଇନି,ଉତ୍ତରଖାତାରେ କଣ ଲେଖିବେ । କେବଳ ଇଂରାଜୀ ବିଷୟକୁ ବାଦ ଦେଲେ ଗଣିତ, ବିଜ୍ଞାନ ଆଦି ବିଭିନ୍ନ ବିଷୟରେ ପିଲାମାନେ କିଛି ଜାଣି ନାହାନ୍ତି । କାରଣ ତାଙ୍କ ବିଦ୍ୟାଳୟରେ ଏହି ସମସ୍ତ ବିଷୟରେ ଶିକ୍ଷାଦାନ କରିବା ନିମନ୍ତେ କୌଣସି ଶିକ୍ଷକ ନାହାନ୍ତି । ତେଣୁ ଦଶମ ଶ୍ରେଣୀ ପାଠ ବିଷୟରେ ସେମାନେ କିଛି ଜାଣି ନ ଥିବାରୁ ନିଜର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିବାର ଜାଣି ଭୟଭିତ ହୋଇଯାଇଥିଲେ  ।

 ଆଉ ଏହା ଯେ ପ୍ରଶାସନ ଜାଣିନି ତା ନୁହେଁ, ପ୍ରଶାସନ ଜାଣତରେ ପିଲାମାନଙ୍କ ପ୍ରତି ହୋଇଛି ଅନ୍ୟାୟ | ପୂର୍ବରୁ ଛାତ୍ରଛାତ୍ରୀମାନେ ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ସମେତ ପୂର୍ବତନ ଜିଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ପ୍ରମୁଖଙ୍କ ନିକଟରେ ଏ ବିଷୟରେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ଦୁଃଖ ଜିଲାପ୍ରଶାସନର କର୍ଣ୍ଣ ଭେଦ ହୋଇପାରି ନ ଥିଲା । ଫଳରେ ସୋମବାର ରାତି ପ୍ରାୟ ୩ଟା ସମୟରେ ଛାତ୍ରାବାସରୁ ଲୁଚି ପ୍ରାୟ ୧୦ କିଲୋମିଟର ରାସ୍ତା ପାଦରେ ଚାଲିଚାଲି ଆସି ବାଙ୍ଗିରିପୋଷି ଓ ସେଠାରୁ ଗାଡ଼ି ଧରି ବାରିପଦାରେ ପହଁଞ୍ଚି ଜିଲାପାଳଙ୍କୁ ନିଜ ଭବିଷ୍ୟତକୁ ନେଇ ଗୁହାରି ଜଣାଇବାକୁ ପ୍ରାୟ ସାଢେ଼ ୮ଟା ସମୟରେ ଜିଲାପାଳଙ୍କ ବାସଭବନ ଫାଟକ ସମ୍ମୁଖରେ ପହଁଞ୍ଚିଥିଲେ । ଫାଟକ ସମ୍ମୁଖରେ ଏକ ଘଣ୍ଟା ଛିଡ଼ା ହେବା ପରେ  ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଓ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ନିଦେ୍ର୍ଧଶକ ବିବେକାନନ୍ଦ ସାହୁ ପହଁଞ୍ଚି ସେମାନଙ୍କର ସମସ୍ୟା ବୁଝିଥିଲେ । ଏହି ସମୟରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଜିଲା ଶିକ୍ଷା ଅଧିକାରୀ ଶ୍ରୀଗିରିଙ୍କୁ ଛାତ୍ରୀଛାତ୍ରମାନଙ୍କ ଅଭିଯୋଗ ଉପରେ ପ୍ରଶ୍ନ କରିବାରୁ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା କେବଳ ମୟୂରଭଞ୍ଜ ଜିଲାରେ ନୁହେଁ ସମଗ୍ର ଓଡ଼ିଶାରେ ଦେଖା ଦେଇଛି । ଗୋଟାଏ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କୁ ପାର୍ଟ ଟାଇମ ଭାବେ ନିକଟସ୍ଥ ବିଦ୍ୟାଳୟଗୁଡ଼ିକରେ ସପ୍ତାହରେ ୩ ଦିନ ପାଠ ପଢ଼ାଇବା ପାଇବା ନିମନ୍ତେ ନିଦେ୍ର୍ଧଶ ଦିଆଯାଇଛି । ଘଟକୁଆଁ ବିଦ୍ୟାଳୟରେ ମଧ୍ୟ ପାର୍ଟ ଟାଇମ୍ ଶିକ୍ଷକମାନେ ପଢ଼ାଉଛନ୍ତି । ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କ ସହିତ ଆଲୋଚନା କରୁଥିବା ବେଳେ ସେମାନେ ମଧ୍ୟ ଏହା ସ୍ୱିକାର କରିଛନ୍ତି । କିନ୍ତୁ ଶିକ୍ଷକମାନେ ପଢ଼ାଇଥିବା ପାଠକୁ ଛାତ୍ରଛାତ୍ରୀମାନେ ଗ୍ରହଣ କରିପାରି ନାହାନ୍ତି, ଫେବୃଆରୀ ୨୩ରେ ପରୀକ୍ଷା ରହିଥିବାରୁ ଭୟଭିତ ହୋଇପଡ଼ି ପଳାଇ ଆସିଛନ୍ତି । ଛାତ୍ରାବାସରୁ ପଳାଇ ଆସି ଜିଲାପାଳଙ୍କ ନିକଟରେ ଅଭିଯୋଗ ବାଢ଼ିବା ଘଟଣା ଅନ୍ୟ ଜିଲାରେ କାର୍ଯ୍ୟକରୁଥିବା ବେଳେ ଖବରକାଗଜରୁ ଜାଣିବାକୁ ପାଉଥିଲି ବୋଲି ଜିଲା ଶିକ୍ଷା ଅଧିକାରୀ ଗଣମାଧ୍ୟମକୁ କହୁଥିବା ବେଳେ ଉପସ୍ଥିତ ଛାତ୍ରୀଛାତ୍ରମାନେ ଜିଲା ଶିକ୍ଷା ଅଧିକାରୀଙ୍କ ଉତ୍ତରକୁ ତୀବ୍ର ଭାବେ ବିରୋଧ କରିବା ସଂଗେସଂଗେ ୨୦୧୭-୧୮ ଶିକ୍ଷା ବର୍ଷରେ କେବଳ ଇଂରାଜୀ ଶିକ୍ଷକ ବ୍ୟତୀତ ଅନ୍ୟ କୌଣସି ଶିକ୍ଷକ ତାଙ୍କର କ୍ଲାସ ନେଇ ନ ଥିବା ବିଷୟକୁ ଦୋହରାଇଥିଲେ । ଏ ବିଷୟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ସେଲ ନମ୍ବର ୯୪୩୭୦୫୨୦୭୩ରେ ଯୋଗାଯୋଗ ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା । କେବଳ ଘାଟକୁଆଁରୀ ବିଦ୍ୟାଳୟ ନୁହେଁ ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ବ୍ୟବସ୍ଥା ବିଭିନ୍ନ କାରଣରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାରରେ ପ୍ରଶାସନିକ ଅଧିକାରୀମାନେ ଶାସନ କ୍ଷମତା ସମ୍ଭାଳି ଆସୁଥିବା ଏବଂ ପ୍ରଶାସନ ଉପରେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କର କୌଣସି ପ୍ରଭାବ ରହୁ ନ ଥିବାରୁ ମୟୂରଭଞ୍ଜ ଜିଲାରେ ବିଭିନ୍ନ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଥିବାର ଅଭିଯୋଗ ହେଉଛି ।

             ଜିଲାପାଳଙ୍କୁ ଭେଟିବାକୁ ଆସିଥିବା ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ମହାନ୍ତି ଟୁଡ଼ୁ, ଦୁକହୁରାମ ହାଁସଦାଃ, ସାଲହାଇ ହାଁସଦାଃ, ରାମେଶ୍ୱର ସିଂ, ସୀତାରାମ ଟୁଡ଼ୁ, ଭା୍ଗା ହେମ୍ବ୍ରମ, ରାମଚନ୍ଦ୍ର କିସ୍କୁ, ବୁଢ଼ାନ ହାଁସଦାଃ, ଜଗନ୍ନାଥ ମାର୍ଣ୍ଡି କନ୍ଦା ଟୁଡ଼ୁ ଓ ନାଗି ମାର୍ଣ୍ଡି ପ୍ରମୁଖ ରହିଥିଲେ । 

0
0
0
s2sdefault