କୋଲନରା / ଦେବୀପ୍ରସାଦ ମହାନ୍ତି:ରାୟଗଡା ଜିଲ୍ଲା ଜେକେପୁର ଅଞ୍ଚଳର 23 ବର୍ଷିୟ ଝିଅ ସୃଷ୍ଟି ଶର୍ମାକୁ ଉତ୍ତରାଖଣ୍ଡର ଲାଲପୁରରେ ବିଭତ୍ସ ଭାବେ ହତ୍ୟା କରାଯାଇଛି । ସୃଷ୍ଟି ଭଡା ଘରେ ରହୁଥିବା ଘର ମାଲିକଙ୍କ ପୁ୍ଅ ଅମିତ କୁମାର ହିଁ ତାଙ୍କୁ ହତ୍ୟା କରିଛି ବୋଲି ଲାଲପୁର ପୁଲିସ ସ୍ପଷ୍ଟ କରିଛି । ଜେକେପୁର ଅଞ୍ଚଳର ଝିଅ ସୃଷ୍ଟି ଗତ 6 ମାସ ଧରି ଉତ୍ତରାଖଣ୍ଡର ଲାଲପୁରରେ ଥଇବା ମହିନ୍ଦ୍ରା ଏଣ୍ଡ୍ ମହିନ୍ଦ୍ରା ଟ୍ରାକ୍ଟର୍ କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିଲେ । ତେବେ ସେ ସେଠାରେ କାମେଶ୍ବର ସିଂ ନାମକ ଜଣେ ଲୋକଙ୍କ ଘରର ଏକ କୋଠରୀରେ ଭଡାରେ ରହୁଥିଲେ । ଗତ ମଙ୍ଗଳବାର ଦିନ ପରିବାର ଲୋକେ ସୃଷ୍ଟିକୁ ଫୋନରେ ଯୋଗାଯୋଗ କରିବାରୁ କୌଣସି ଉତ୍ତର ନମିଳିବାରୁ ସୃଷ୍ଟିଙ୍କ ସଂପର୍କିୟ ବୁଧୁବାର ଦିନ ଲାଲାପୁରରେ ପହଞ୍ଚିଥିଲେ । ସେଠାରେ ଖୋଜାଖୋଜି ପରେ କୌଣସି ପତା ନମିଳିବାରୁ ସେମାନେ ସ୍ଥାନୀୟ ପୁଲିସରେ ଏକ ନିଖୋଜ ଅଭିଯୋଗ ଦାଖଲ କରିଥିଲେ । ପରେ ପୁଲିସ ସିସିଟିଭି ଫୁଟେଜ୍ କୁ ଆଧାର କରି ଘର ମାଲିକଙ୍କ ପୁଅ ଅମିତ କୁମାରଙ୍କୁ ପଚରାଉଚରା କରିବା ପରେ ସେ ହିଁ ହତ୍ୟା କରିଥିବା ସ୍ବିକାର କରିଥିଲେ । ସୃଷ୍ଟିକୁ ହତ୍ୟା କରିବା ପରେ ତା ଦେହରେ ଇଟା ଓ ପଥର ବାନ୍ଧି ସ୍ଥାନୀୟ ବାଡୋର ନଦୀରେ ଫିଙ୍ଗି ଦେଇଥିବାର ପୁଲିସ ଆଗରେ ଅମିତ ସ୍ବିକାର କରିଥିଲା । ତେବେ କେଉଁ କାରଣ ଯୋଗୁଁ ଅମିତ କୁମାର ସୃଷ୍ଟିକୁ ହତ୍ୟା କଲା ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ଅନ୍ୟପଟେ ଆଜି ମୃତ ସୃଷ୍ଟିଙ୍କ ପରିବାର ଲୋକେ ଉତ୍ତରାଖଣ୍ଡ ଅଭିମୁଖେ ଯାଇଛନ୍ତି । ଏନେଇ ସୃଷ୍ଟିଙ୍କ ପରିବାର ଲୋକେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିଆ ଦେଇନାହାନ୍ତି
ରାଜ୍ୟ
ରାୟଗଡାର ଯୁବତୀଙ୍କୁ ଉତ୍ତରାଖଣ୍ଡ ରେ ହତ୍ୟା
- Hits: 8











