ହେଡଲାଇନସ୍:

ଆତ୍ମହତ୍ୟା ଉଦ୍ୟମ କରି ବିଫଳ ବୃଦ୍ଧ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ହିଞ୍ଜିଳି ଥାନା ଅର୍ନ୍ତଗତ ବୁରୁଫଡା ଗ୍ରାମ ର ସୁଦର୍ଶନ ଯେନା ନାମରେ ଜଣେ ବୃଦ୍ଧ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇ ଗୁରୁତର ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ନିଜ ଘରେ ଛଟପଟ ହେଉଥିଲେ। ଏତିକି ବେଳେ ବାହାରକୁ ଯାଇ ଘରକୁ ଫେରି ପରିବାର ଲୋକେ ବୃଦ୍ଧଙ୍କ ଏହି ଭଳି ଅବସ୍ଥା ଦେଖି ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

0
0
0
s2sdefault