ହେଡଲାଇନସ୍:

କଳିଙ୍ଗା ଘାଟିରେ ଓଲୋଟିଲା ଯାତ୍ରୀ ବାହୀ ବସ: ଜଣେ ମୃତ ୧୦ରୁ ଅଧିକ ଆହତ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଭୁସ୍ଖଳନର ଦୀର୍ଘଦିନ ପରେ କିଛିଦିନ ହେବ ଯାତାୟାତ ସ୍ୱାଭାବିକ ହେବା ପରେ ଆଜି ଭୋର ୪ ଟାସମୟରେ ଏକ ଘରୋଇ ବସ ଶ୍ରୀରାମ (OD ୦୫ ୦୬୨୯)ନାମକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ବସଟି ବରଗଡ଼ ଠାରୁ ବ୍ରହ୍ମପୁର ଅଭିମୁଖେ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା ଏବଂ ହଟାତ ବ୍ରେକ ଫେଲ ହୋଇଯିବାରୁ ଅନ୍ଧାରକୋଟି ଘାଟି ପୂର୍ବରୁ ଏକ ବୁଲାଣି ରାସ୍ତାରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଆସିକା ଥାନା ଅନ୍ତର୍ଗତ ବାବନପୁର ଗ୍ରାମର ସୂର୍ଯ୍ୟାକାନ୍ତି ନାୟକ (୫୫)ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଯାତ୍ରୀଙ୍କୁ ଭଞ୍ଜନଗର ଡାକ୍ତରଖାନା ଏବଂ ୨ ଜଣ ଯାତ୍ରୀଙ୍କୁ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଂଚି ଅଧିକ ତଦନ୍ତ କରୁଥିବା ଜଣା ପଡିଛି । କିନ୍ତୁ ସାଧାରଣରେ ପ୍ରଶ୍ନ ଉଠେ,ବର୍ତମାନ ସୁଦ୍ଧା ବଡ଼ ବସ ,ଟ୍ରକକୁ ପ୍ରଶାସନ ଠାରୁ ଅନୁମତି ନ ଥିବା ସତ୍ୱେ ଏ ବସଟି କିପରି ଚଳାଚଳ କଲା ? ଏବଂ ଏହି ଦୁର୍ଘଟଣାରେ ମୃତାହତ ଏବଂ ଆହତ ହୋଇଥିବା ଯାତ୍ରୀଙ୍କ ଦାଇତ୍ୱ କିଏ ବହନ କରିବ ? କଳିଙ୍ଗା ଘାଟିରେ ଆଲୋକୀକରଣ, ସିସି ଟିଭି କ୍ୟାମେରା , SOS ବ୍ୟବସ୍ତା ସହ ଘୁ ଉଦୟଗିରି ଠାରେ ଏକ ଟ୍ରଉମା ସେଣ୍ଟର ଉପସ୍ଥାପନା ନିମନ୍ତେ ବାରମ୍ବାର ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ଠାରେ ଦାବୀ ହୋଇ ଥିଲେ ମଧ୍ୟ ଏହା ମଧ୍ୟରୁ କୌଣସି ଦାବୀ ପୁରଣ କରି ନ ଥିବା ଯୁବନେତା ଗଗନ କୁମାର ପ୍ରଧାନ ମତବ୍ୟକ୍ତ କରିବା ସହ ପ୍ରଶାସନର ଦାୟିତ୍ୱ ହୀନତାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି ।

0
0
0
s2sdefault