ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କେପେଟି ନିକଟ ବେରୁଆବାରୀ ପଞ୍ଚାୟତ ତୋଡିଗାଡିଆ ଗ୍ରାମରେ ଗୁରୁବାର ସକାଳେ ପୋଖରୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ମହିଳା ଜଣଙ୍କ ହେଲେ ରମା ନାଏକ(୫୦) । ପ୍ରତିଦିନ ପରି ରମା ନାଏକ ଗୁରୁବାର ସକାଳେ ଶୈଚାଦି କାର୍ଯ୍ୟ ନିମନ୍ତେ ଗ୍ରାମ ପୋଖରୀକୁ ଯାଇଥିଲେ । ତେବେ ସେଠାରେ ଶୈ।ଚାଦି କର୍ମ କରିବା ସମୟରେ ଅସାବଧାନତା ବଶତଃ ପୋଖରୀରେ ପଡ଼ି ବୁଡିଯାଇଥିବା ନେଇ ପରିବାର ଲୋକେ କହିଥିଲେ । ଘରକୁ ଫେରିବା ବିଳମ୍ବ ଘଟିବାରୁ ଅନେକ ଖୋଜାଖୋଜି କରିବା ପରେ କେଉଁଠି ପାଇନଥିଲେ । ପରିବାର ଲୋକଙ୍କ ଠାରୁ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରମା ନାଏକଙ୍କୁ ପୋଖରୀରୁ ଉଦ୍ଧାର କରି ଓଡ଼ଗାଁ ଡାକ୍ତରଖାନାରେ ପହଁଚାଇଥିଲେ । ଡାକ୍ତର ତାକୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ପରିବାର ଲୋକେ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।
ରାଜ୍ୟ
ପୋଖରି ରେ ବୁଡି ମହିଳାଙ୍କ ମୃତ୍ୟୁ
- Hits: 9











