ହେଡଲାଇନସ୍:

ରେଳବାଇର ଡ଼ିସକାଉଣ୍ଟ ଅଫର : ଅପ ଟୁ ଫିଫ୍ଟି ପରସେଣ୍ଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦିଲ୍ଲୀ : ରେଳବାଇ ଆଣିଛି ଅଫର | ଲୋକଙ୍କୁ ଦେବା ଟ୍ରେନ ଟିକେଟରେ ରିହାତି | ଆଉ ଏଇମାସ ଶେଷ ଆଡକୁ ଲାଗୁ ହେବ ଏହି ଡ଼ିସକାଉଣ୍ଟ ଅଫର | ଆଉ ଏହି ଡ଼ିସକାଉଣ୍ଟ ଶତାବ୍ଦୀ, ଗତିମାନ, ତେଜସ, ଡବଲ ଡେ଼କାର, ଇଣ୍ଟରସିଟି ଟ୍ରେନ ଆଦିରେ ଥିବା ଏସି ଚେୟାର କାର ଆଉ ଏକଜେକ୍ୟୁଟିଭ ଚେୟାର କାର ପାଇଁ ଉପଲବ୍ଧ ହେବ | 

ଏହି ଡ଼ିସକାଉଣ୍ଟ ଅଫର ଲାଗୁ କରିବା ପାଇଁ ବିଭିନ୍ନ ଜୋନାଲ ରେଳବାଇ ପ୍ରମୁଖ ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ (ପ୍ରିନ୍ସିପାଲ ଚିଫ କାମର୍ସିୟାଲ ମ୍ୟାନେଜର)ଙ୍କୁ  କ୍ଷମତା ପ୍ରଦାନ କରାଯାଇଛି | ଯେଉଁ ଟ୍ରେନର ମାସିକ ପରିବହନ କ୍ଷମତା ତୁଳନାରେ ବେପାର  ପୂର୍ବବର୍ଷରେ ୫୦ ପ୍ରତିଶତରୁ କମ ହୋଇଥିବ ସେହି ଟ୍ରେନରେ ଏହି ଅଫର ଲାଗୁ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ | 

ଏହି ଅଫରର ଡ଼ିସକାଉଣ୍ଟ ଲିମିଟ ବେସ ଫେୟାରର ୨୫% ପର୍ଯ୍ୟନ୍ତ କରାଯାଇପାରିବ | ହେଲେ ରିଜର୍ଭେସନ, ସୁପର ଫାଷ୍ଟ, ଜିଏସଟି, ବାବଦ ଦେୟ ସ୍ୱତନ୍ତ୍ର |  ରେଳବାଇର କେତେକ ଟ୍ରେନରେ ଯାତ୍ରୀ ସଂଖ୍ୟାରେ ବୃଦ୍ଧି କରିବା ପାଇଁ ଏହି ଅଫର ଜାରି କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି |

 

0
0
0
s2sdefault