ହେଡଲାଇନସ୍:

ଛେରା ପହଁରା କଲେ ଧର୍ମେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ ବ୍ୟୁରୋ) ପବିତ୍ର ରଥଯାତ୍ରା ଅବସରରେ ନୂଆଦିଲ୍ଲୀର ହଜଖାସ ସ୍ଥିତ ଜଗନ୍ନାଥ ଶ୍ରୀଜୀଉଙ୍କ ରଥ ଯାତ୍ରା ପାଳିତ ହୋଇ ଯାଇଛି | ଦିଲ୍ଲୀରେ ରହୁଥିବା ପ୍ରବସୀ ଓଡ଼ିଆଙ୍କ ସମେତ ବିଭିନ୍ନ ରାଜ୍ୟର ଶ୍ରଦ୍ଧାଳୁଙ୍କ ସମାଗମ ଭିତରେ ପାଳିତ ହୋଇଥିବା ଏହି ଘୋଷ ଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଏହି ଅବସରର ମନ୍ତ୍ରୀ ଶ୍ରୀ ପ୍ରଧାନ ଛେରା ପହଁରା ରୀତି ସମ୍ପନ୍ନ କରିଥିଲେ |
ଛେରାପହଁରା କରିବା ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶ୍ରୀଜୀଉଙ୍କ ରଥ ଯାତ୍ରା ଅବସରରେ ଛେରା ପହଁରା ରୀତି ସମ୍ପନ୍ନ କରି ନିଜକୁ ସୌଭାଗ୍ୟଶାଳୀ ମନେକରୁଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରଣା ସମସ୍ତଙ୍କ ଉପରେ ଥାଉ | ବିଶ୍ୱର କୋଣ ଅନୁକୋଣ ତଥା ଭାରତବର୍ଷର ବିଭିନ୍ନ ସହର ଏବଂ ପୃଥିବୀର ବିଭିନ୍ନ ଦେଶରେ ଆଜିର ତିଥିରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କ ମହାପର୍ବରେ ସାମିଲ ହୋଇଥିବାରୁ ନିଜକୁ ସୌଭାଗ୍ୟଶାଳୀ ମନେ କରିବା ସହ ରଥଯାତ୍ରାରେ ସାମିଲ ହୋଇଥିବା ସବୁ ଭକ୍ତଗଣଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି ।"

0
0
0
s2sdefault