"ଏମ୍ସ କୋଠା କେହି ଚୋରି କରି ନେଇଛି !"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ନଡ୍ଡା ଜୀ, ଏମ୍ସ କୋଠା ଆମେ ଘଣ୍ଟେ ଖୋଜିଲୁ...ପାଇଲୁ ନାହିଁ "

ମଦୁରାଇ : ଇଏ ପୁରା କୂଅ ଚୋରି ପରି । 95 ପ୍ରତିଶତ କାମ ଶେଷ ହୋଇଥିବା ଗୋଟେ ବିଶାଳ କୋଠା ଗାଏବ ହେବା କଥା କେବେ ଶୁଣିଛନ୍ତି !!! ହେଇଛି ,ତାମିଲନାଡୁରେ । କାରଣ ସରକାରଙ୍କ ପକ୍ଷରୁ କୁହାଯାଉଛି 95 ପ୍ରତିଶତ କାମ ସରିଲାଣି, ହେଲେ ସ୍ପଟ ଉପରେ ଇଟା ଖଣ୍ଡେ ବି ନାଇଁ !!!
 ଘଟଣାଟି ତାମିଲନାଡୁ ମଦୁରାଇ ଏମ୍ସ ସମ୍ପର୍କିତ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ତଥା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ଏକ ସଭାକୁ ସଂବୋଧିତ କରିବା ଅବସରରେ କହିଥିଲେ ମଦୁରାଇ ଠାରେ ପ୍ରସ୍ତାବିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ( ଏମ୍ସ) ପ୍ରକଳ୍ପ କାର୍ଯ୍ୟ 95 ପ୍ରତିଶତ ସାରିଗଲାଣି । ଏ ଭିଡିଓ ଟି ଶୁଣିବା ପରେ  ତାମିଲନାଡୁର ଭିରିଧୁନଗରରୁ କଂଗ୍ରେସ ଲୋକସଭା ସଦସ୍ୟ ମାନିକମ ଟାଗୋର ଓ ମଦୁରାଇର ଏମପି  ସିପିଆଇଏମର ଏସ ଭେକଟେସନ ସରଜମିନ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଥୋପୁର ଠାରେ ପ୍ରସ୍ତାବିତ ଏମ୍ସ ପ୍ରଜଳ୍ପ ସ୍ଥାନକୁ ଯାଇଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା  କହିଥିବା 95 ପ୍ରତିଶତ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ଦୂରର କଥା ପ୍ରକଳ୍ପର ଚିହ୍ନବର୍ଣ୍ଣ ବି ନଥିଲା । ସେଠାରୁ ଫେରି ସାଂସଦ ଶ୍ରୀ ଟାଗୋର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କୁ  ଟୁଇଟ କରି କରିଥିଲେ ଯେ "ମଦୁରାଇର ଥପୁର ଗସ୍ତ କରି ଘଂଟାଏ କାଳ ଖୋଜିଲା ପରେ ବି ଏମସ କୋଠା ଆମେ ପାଇଲୁ ନାହିଁ । ବୋଧ ହୁଏ କେହି ସେ କୋଠାକୁ ଚୋରି କରିନେଇଛି "।

0
0
0
s2sdefault