ହେଡଲାଇନସ୍:

ମଧ୍ୟପ୍ରଦେଶରେ କୋଭିଡ୍ ହସ୍ପିଟାଲର ଲୋକାର୍ପଣ ସହ ଅକ୍ସିଜେନ୍ ବଟଲିଂ ପ୍ଲାଂଟର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅକ୍ସିଜେନ ବଟଲିଂ ପ୍ଲାଂଟରୁ  ଦୈନିକ ୩ ହଜାର ବଡ ସିଲିଣ୍ଡରର ରିଫିଲିଂ ହୋଇପାରିବ - ଧର୍ମେନ୍ଦ୍ର ପ୍ରଧାନ

ମଧ୍ୟପ୍ରଦେଶ –ମଧ୍ୟପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ସହ ସାଗର ବୀନା ଠାରେ ବିପିସିଏଲର ବୀନା ରିଫାଇନାରୀ ନିକଟରେ ନବନିର୍ମିତ ୨୦୦ ଅକ୍ସିଜେନ ସୁବିଧା ଥିବା ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ୍ ହସ୍ପିଟାଲର ଲୋକାର୍ପଣ ସହ ଟିକାକରଣ ଅଭିଯାନର ଶୁଭାରମ୍ଭ ଏବଂ ଅକ୍ସିଜେନ ବଟଲିଂ ପ୍ଲାଂଟର  ଶିଳନ୍ୟାସ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେକୋଭିଡ଼ର ସମ୍ଭାବ୍ୟ ତୃତୀୟ ଲହର ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ବୀନା ରିଫାଇନାରୀ ନିକଟରେ ଲୋକାର୍ପିତ ଅକ୍ସିଜେନ ସୁବିଧା ସହ ୨୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ୍ ହସ୍ପିଟାଲ ସ୍ଥାନୀୟ କୋଭିଡ୍ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବାରେ ସହାୟକ ହେବ । ସେହିପରି ଶିଳାନ୍ୟାସ ହୋଇ ଯାଇଥିବା ଅକ୍ସିଜେନ ବଟଲିଂ ପ୍ଲାଂଟ୍ କାର୍ଯ୍ୟକ୍ଷମ ହେଲେ ଏହି ପ୍ଲାଂଟରୁ ପ୍ରତିଦିନ ୨୫୦୦ ରୁ ୩୦୦୦ ବଡ ବଡ ସିଲିଣ୍ଡର ଅକ୍ସିଜେନ ରିଫିଲିଂ ହୋଇପାରିବ । ଏହା ଦ୍ୱାରା ମଧ୍ୟପ୍ରଦେଶର ଅକ୍ସିଜେନ  ଆବଶ୍ୟକତାକୁ ପୂରଣ କରାଯାଇପାରିବ ।

କୋଭିଡ୍-୧୯ ସଂକଟ ସମୟରେ ସ୍ୟାସ୍ଥ୍ୟ ସେବାକୁ ପ୍ରାଥମିକତା ଦେବାକୁ ଯାଇ ମଧ୍ୟପ୍ରଦେଶ ସରକାର କ୍ରାଇସିସ୍ ମ୍ୟାନେଜମେଂଟ୍ ଗଠନ କରି ଦେଶ ପାଇଁ ଏକ ମଡେ଼ଲ ତିଆରି କରିଛନ୍ତି । ଏହି ମ୍ୟାନେଜମେଂଟ୍ ଗଠନ କରାଯାଇ ସ୍ୱାସ୍ଥ୍ୟସେବାକୁ ଅଧିକ ପ୍ରାଥମିକତା ଦିଆଯାଇଛି । ଲୋକମାନଙ୍କ ଘର ବୁଲି ସେମାନଙ୍କୁ ଉପଯୁକ୍ତ ପରୀକ୍ଷା କରାଯାଇ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରୁଛି । ଫଳସ୍ୱରୂପ ମଧ୍ୟପ୍ରଦେଶର ୫୦ ଜିଲ୍ଲାରେ ସାପ୍ତାହିକ ପଜିଟିଭ ହାର ୧ ପ୍ରତିଶତରୁ କମ୍ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଦେଶ ସମ୍ମୁଖରେ ଏଭଳି ଏକ ମଡେ଼ଲ ତିଆରି କରିଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏବଂ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ ।

କରୋନାରୁ ରକ୍ଷା ପାଇବା ପାଇଁ ଏବଂ ଆଗାମୀ ଦିନରେ ସମ୍ଭାବ୍ୟ ଲହରକୁ ପ୍ରତିହତ କରିବା ପାଇଁ ଟିକା ହେଉଛି ସବୁଠୁ ବଡ଼ ଅସ୍ତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାରା ଦେଶରେ ୨୧ ଜୁନରୁ ସମସ୍ତଙ୍କୁ ମାଗଣା ଟିକାର ବ୍ୟାପକ ଅଭିଯାନ ଆରମ୍ଭ କରାଯାଉଛି । ମଧ୍ୟପ୍ରଦେଶ ସରକାର ମଧ୍ୟ ୨୦୨୨ ମାର୍ଚ୍ଚ ସୁଦ୍ଧା ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ଟିକା ଲଗାଇବାର ଲକ୍ଷ୍ୟ ରଖିଛନ୍ତି । ଦେଶରେ ଟିକାର ଅଭାବ ରହିବ ନାହିଁ ଏଥିପାଇଁ ଟିକା ପ୍ରସ୍ତୁତକାରୀ କମ୍ପାନୀର କ୍ଷମତା ଏବଂ ଉତ୍ପାଦନ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ବ୍ୟାପକ ପଦକ୍ଷେପ ନେଇଛନ୍ତି । ଜୁନ ଶେଷ ମାସ ସୁଦ୍ଧା ପ୍ରତିଦିନ ୧ କୋଟି ଟିକା ଉପଲବ୍ଧ ହେବାର ଆକଳନ କରାଯାଇଛି । କୌଣସି ରାଜ୍ୟରେ ଟିକାର ଅଭାବ ରହିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

 

0
0
0
s2sdefault