ହେଡଲାଇନସ୍:

ବ୍ୟାପୁଛି ଅଜଣା ରେ।ଗ, ମୁହଁ ମେ।ଡି ପଡୁଛନ୍ତି ଲେ।କ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଏଲୁରୁ ସହରରେ ଏବେ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯୨ ଜଣ ଅସୁସ୍ଥ ହୋଇପଡିଛନ୍ତି । କ୍ରମାଗତ ଭାବେ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଚିକିତ୍ସା ପରେ ପ୍ରାୟ ୧୪୦ ଜଣ ରୋଗୀ ଘରକୁ ଫେରିଥିବା ବେଳେ ଅନ୍ୟମାନଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ପଶ୍ଚିମ ଗୋଦାବରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆଜି ମେଡିକାଲ ଯାଇ ଅସୁସ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିଛନ୍ତି ।

କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ,ଆନ୍ଧ୍ର ମୁଖ୍ୟ ଶାସନ ସଚିବଙ୍କ ସହ ଆଲେ।ଚନା  କରି ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ଏହାସହ ଏପରି ସମୟରେ ସବୁ ପ୍ରକାର ସହାୟତା ଦେବା ଲାଗି କେନ୍ଦ୍ର ପ୍ରସ୍ତୁତ ବୋଲି  ସେ କହିଛନ୍ତି । ଏପରିକି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ରାଜଭବନ ସହ ଯୋଗାଯୋଗରେ ଥିବା ଜଣାପଡିଛି । ଗତକାଲି ସକାଳେ କିଛି ଲୋକ ଓ ଶିଶୁ ମୁହଁ ମୋଡ଼ି ପଡ଼ିଯିବା ସହ ସେମାନଙ୍କର ବାନ୍ତି ଆରମ୍ଭ ହୋଇଥିଲା ।

ଅସୁସ୍ଥଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ନିଆଯାଉଥିବା ବେଳେ ଧିରେ ଧିରେ ଅନ୍ୟ ଲୋକଙ୍କଠାରେ ଏହି ଲକ୍ଷଣ ଦେଖିବାକୁ ମିଳିଥିଲା । ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାମ୍ପ କରାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ରୋଗର କାରଣ ଜାଣିବା ପାଇଁ ୨୦ ଜଣିଆ ଡାକ୍ତରୀ ଦଳ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନିର୍ଦେଶ କ୍ରମେ ୪ ଜଣିଆ ମନ୍ତ୍ରୀ ଘଟଣାସ୍ଥଳ ଓ ହସ୍ପିଟାଲରେ ପହଞ୍ଚି ଅସୁସ୍ଥଙ୍କୁ ଭେଟି ଘଟଣା ସମ୍ପର୍କରେ ବୁଝାସୁଝା କରିଛନ୍ତି ।

0
0
0
s2sdefault