ହେଡଲାଇନସ୍:

ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏମ୍ସରେ ଭର୍ତ୍ତି : ଅଛନ୍ତି ସୁସ୍ଥ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) କିଛି ଦିନ ତଳେ କରୋନାରୁ ମୁକ୍ତି ପାଇଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପୁଣି  ଅସୁସ୍ଥତା କାରଣରୁ ଗତକାଲି ଏମ୍ସରେ ଭର୍ତ୍ତି କରାଯାଇଛି | ଛାତି ସଂକ୍ରମଣ ହେତୁ ଶାହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ  ଅବସ୍ଥା ସ୍ଥିର ରହିଛି।

ସୂଚନା ଅନୁଯାୟୀ ଶାହାଙ୍କର  ସୋମବାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ସିଟି ସ୍କାନ କରାଯାଇଥିଲା  |  ପରୀକ୍ଷା ଫଳାଫଳରୁ ଜଣାପଡିଛି ଯେ ତାଙ୍କ ଛାତିରେ କିଛି ସଂକ୍ରମଣ ରହିଛି। ଶାହା ତାଙ୍କ ଡାକ୍ତରଙ୍କ ପରାମର୍ଶରେ ନିଜକୁ ଏମ୍ସରେ ଭର୍ତ୍ତି କରାଇବାକୁ ନିଷ୍ପତ୍ତି ନେଇଥିଲେ । ଏମ୍ସ ନିର୍ଦ୍ଦେଶକ ଡ ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି | 

ସ୍ମରଣ କରାଯାଇପାରେ ଯେ ଅଗଷ୍ଟ ୧୪  ରେ ଶାହା COVID-19 ପାଇଁ ନେଗେଟିଭ ହୋଇଥିଲେ | 

0
0
0
s2sdefault